Advertisement

HBD Sabyasachi

alt
HBD Sabyasachi: ଆଜି ଓଲିଉଡ କଳାକାର ସବ୍ୟସାଚୀ ମିଶ୍ରଙ୍କ ଜନ୍ମଦିନ। ୩୯ ବର୍ଷରେ ପାଦ ଥାପିଛନ୍ତି ଏହି ଓଡ଼ିଆ ସୁପରଷ୍ଟାର। ସବୁଠାରୁ ବଡ଼ କଥା ହେଲା ନିଜ ଜନ୍ମଦିନକୁ ସେ ଅତି ନିରାଡମ୍ବର ଭାବେ ପାଳନ କରିଛନ୍ତି । କାରଣ ନିଜ ଆଗାମୀ ଫିଲ୍ମ ରାଣ୍ଡି ପୁଅ ଅନନ୍ତା ସୁଟିଂ ସେଟରେ ବ୍ୟସ୍ତ ଅଛନ୍ତି ସବ୍ୟ । ତେବେ ପତ୍ନୀ ତଥା ଅଭିନେତ୍ରୀ ଅର୍ଚ୍ଚିତା ୪୫୦ କିଲୋମିଟର ଦୂରରେ ଥାଇ ବି ଅତି ସୁନ୍ଦର ଭାବେ ନିଜ ସ୍ୱାମୀ ତଥା ଅଭିନେତା ସବ୍ୟସାଚୀଙ୍କ ଜନ୍ମଦିନ ପାଳିଛନ୍ତି । ଯାହାର ଏକ ଭିଡିଓ ସେ ନିଜ ଇନଷ୍ଟାଗ୍ରାମ ପେଜ୍ ରେ ସେୟାର କରିଛନ୍ତି। ଏଠାରେ କହିରଖୁଛୁ ଯେ, ଅଭିନେତା ସବ୍ୟସାଚୀ ଖୁବଶୀଘ୍ର ରାଣ୍ଡି ପୁଅ ଅନନ୍ତା ଫିଲ୍ମରେ ନଜର ଆସିବେ । ଯାହା ପାଇଁ ସେ ଦୀର୍ଘ ୭ ମାସ ଧରି ନିଜର ଓଜନକୁ ନେଇ ଅନେକ କଷ୍ଟ କରିଥିବା କହିଛନ୍ତି।
Oct 6,2024, 12:39 PM IST

Trending news