ଏଥର ସରକାରୀ କାର୍ଯ୍ୟାଳୟରେ ପାଳିତ ହେବ ଆତଙ୍କବାଦ ନିରୋଧ ଦିବସ
Advertisement
Article Detail0/zeeodisha/odisha1184850

ଏଥର ସରକାରୀ କାର୍ଯ୍ୟାଳୟରେ ପାଳିତ ହେବ ଆତଙ୍କବାଦ ନିରୋଧ ଦିବସ

ଦେଶରେ ପ୍ରତିବର୍ଷ  ମେ ୨୧ ତାରିଖରେ ପାଳିତ ହୋଇଥାଏ   ଆତଙ୍କବାଦ  ନିରୋଧ  ଦିବସ।

ଏଥର  ସରକାରୀ  କାର୍ଯ୍ୟାଳୟରେ  ପାଳିତ  ହେବ  ଆତଙ୍କବାଦ  ନିରୋଧ  ଦିବସ

Anti Terrorism  Day: ବିଗତ  କିଛି  ବର୍ଷ ହେବ ସରକାର, ପୋଲିସ  ଏବଂ ସୁରକ୍ଷା ବାହିନୀ ପ୍ରୟାସ କ୍ରମେ ଦେଶର ହ୍ରାସ ପାଇଛି  ଆତଙ୍କବାଦୀ କାର୍ଯ୍ୟକଳାପ। ଆତଙ୍କବାଦ  ନିରୋଧ  ଦିବସ ପାଳନ ସମ୍ପର୍କରେ ଗୃହ ମନ୍ତ୍ରଣାଳୟ ସମସ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ରାଜ୍ୟଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଜାରି କରିଛି।

ଦେଶରେ ପ୍ରତିବର୍ଷ  ମେ ୨୧ ତାରିଖରେ ପାଳିତ ହୋଇଥାଏ   ଆତଙ୍କବାଦ  ନିରୋଧ  ଦିବସ।  ଏହି ଅବସରରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ  ଆତଙ୍କବାଦ ବିରୋଧି ଶପଥ ନେବାକୁ ଯାଉଛି।  ଦେଶରେ ଆତଙ୍କବାଦ ଦମନ ପାଇଁ ଅନେକ ପଦକ୍ଷେପ କାର୍ଯ୍ୟକାରୀ କରିଛନ୍ତି  ଭାରତ ସରକାର।  

ମେ ୨୧ ତାରିଖରେ କେନ୍ଦ୍ରୀୟ ମନ୍ତ୍ରଣାଳୟ ଛୁଟି ହେବା କାରଣରୁ ମେ ୨୦ ତାରିଖରେ  ଆତଙ୍କବାଦ  ବିରୋଧି ଶପଥ ନେବାକୁ  କୁହାଯାଇଛି। ଦେଶରେ ବଢୁଥିବା କୋରୋନା ସଂକ୍ରମଣ  ମାମଲାକୁ ନଜରରେ ରଖି ଶପଥ ସମୟରେ କୋଭିଡ୧୯  ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି।

Also Read: ଆତଙ୍କବାଦ ପରେ ଦେଶରେ ୮୦% ହ୍ରାସ ପାଇଛି ଉଗ୍ରବାଦ

ଗୃହ ମନ୍ତ୍ରଣାଳୟ ଅନୁସାରେ ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଯୁବପିଢିଙ୍କୁ ଆତଙ୍କବାଦ ଏବଂ ହିଂସା ପଥରୁ ଦୂରେଇ ରଖିବା।  ଯଦି ଯୁବପିଢିଙ୍କୁ ଏହି ପଥରୁ ଦୂରେଇ ରଖିବା ସଫଳ ହୁଏ ତାହେଲେ ଦେଶରୁ ଆତଙ୍କବାଦ ସମୂଳ ସ୍ୱତପ୍ରବୃତ୍ତ  ସମାପ୍ତ ହୋଇଯିବ।

କେବଳ  ଆତଙ୍କବାଦ ନୁହେଁ ଦେଶରେ ହ୍ରାସ ପାଇଛି ଉଗ୍ରବାଦ।  କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବାର୍ଷିକ ରିପୋର୍ଟ ରୁ ଏହି ତଥ୍ୟ ମିଳିଛି।  ଏନେଇ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଜରିଆରେ କୁହାଯାଇଛି ବିଗତ ୮ ବର୍ଷ ମଧ୍ୟରେ ଦେଶର ପୂର୍ବୋତ୍ତର ରାଜ୍ୟରେ ଉଗ୍ରବାଦ ସହ ଜଡ଼ିତ ଘଟଣା ୮୦% ପ୍ରତିଶତ ହ୍ରାସ ପାଇଛି। ଏହି ରିପୋର୍ଟ ମୁତାବକ ୨୦୧୪ ପର ଠାରୁ ଦେଶର ପୂର୍ବୋତ୍ତର ଭାଗରେ ଅବସ୍ଥିତ ରାଜ୍ୟର ସୁରକ୍ଷା ଜନିତ ସ୍ଥିତିରେ ସୁଧାର ଆସିଛି।