ପଞ୍ଚଭୂତରେ ଲୀନ ହେଲେ ଶଲାବୁଢା
Advertisement
Article Detail0/zeeodisha/odisha914253

ପଞ୍ଚଭୂତରେ ଲୀନ ହେଲେ ଶଲାବୁଢା

ଅଟଲ ବିହାରୀ ପଣ୍ଡାଙ୍କ କଥା ସତ ହୋଇଛି। ସ୍ତ୍ରୀ ଙ୍କର ଯିବାର ୨୦ ଦିନ ପରେ ସେ ମଧ୍ୟ ଆଜି ବଡିଭୋରରୁ ଏ ଜଗତରୁ ବିଦାୟ ନେଇଛନ୍ତି। ସମ୍ବଲପୁରୀ ଚଳଚ୍ଚିତ୍ରର ବରିଷ୍ଠ ଅଭିନେତା, ଲେଖକ, ନାଟ୍ୟକାର ତଥା ସମ୍ବଲପୁରୀ ଲୋକପ୍ରିୟ ଚଳଚ୍ଚିତ୍ର ଶଲାବୁଢ଼ାର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ଆଜି ଭୋର ୩.୪୫ ମିନିଟ ସମୟରେ ବୁର୍ଲା ଭୀମସାର ମେଡିକାଲର ଆଇସିୟୁ ବିଭାଗରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ଘଟିଛି। ଗତ କିଛି ଦିନ ହେବ ଅଟଳ ପଣ୍ଡା ଅସୁସ୍ଥ ହୋଇ ଭିମସାରରେ ଚିକିତ୍ସିତ ହେଉଥିଲେ। 

ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ

ସମ୍ବଲପୁର: ପଞ୍ଚଭୂତରେ ଲିନ ହେଲେ ବର୍ଷିଆନ ସମ୍ବଲପୁରୀ ଚଳଚ୍ଚିତ୍ର ଅଭିନେତା, ସଂଳାପ ଲେଖକ, ଅଟଲ ବିହାରୀ ପଣ୍ଡା। ନିରବୀ ଗଲା ଶଳାବୁଢ଼ାର ସଂଳାପ। ବୟସର ସାୟାହ୍ନରେ ସମ୍ବଲପୁରୀ ଚଳଚ୍ଚିତ୍ର ଶଳାବୁଢ଼ାରେ ଅଭିନୟ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥଲେ ଅଟଳ। ଗତ ମାସ ୧୬ ତାରିଖରେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ସେ ଗୋଟିଏ କଥା କହିଥିଲେ ଯେ "ତୁ ମତେ ଛାଡି ଚାଲିଗଲୁ, ମୁ ବି ଆସୁଛି'।

ଅଟଲ ବିହାରୀ ପଣ୍ଡାଙ୍କ କଥା ସତ ହୋଇଛି। ସ୍ତ୍ରୀ ଙ୍କର ଯିବାର ୨୦ ଦିନ ପରେ ସେ ମଧ୍ୟ ଆଜି ବଡିଭୋରରୁ ଏ ଜଗତରୁ ବିଦାୟ ନେଇଛନ୍ତି। ସମ୍ବଲପୁରୀ ଚଳଚ୍ଚିତ୍ରର ବରିଷ୍ଠ ଅଭିନେତା, ଲେଖକ, ନାଟ୍ୟକାର ତଥା ସମ୍ବଲପୁରୀ ଲୋକପ୍ରିୟ ଚଳଚ୍ଚିତ୍ର ଶଲାବୁଢ଼ାର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ଆଜି ଭୋର ୩.୪୫ ମିନିଟ ସମୟରେ ବୁର୍ଲା ଭୀମସାର ମେଡିକାଲର ଆଇସିୟୁ ବିଭାଗରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ଘଟିଛି। ଗତ କିଛି ଦିନ ହେବ ଅଟଳ ପଣ୍ଡା ଅସୁସ୍ଥ ହୋଇ ଭିମସାରରେ ଚିକିତ୍ସିତ ହେଉଥିଲେ। 

Also Read: କେବେ ସୁଧୁରିବ କୃଷକଙ୍କ ସ୍ଥିତି? ଟୋକନ ସମସ୍ୟାରୁ ନେଲେ ଆତ୍ମାହୁତି ନିଷ୍ପତ୍ତି

ତେବେ ଗତ ତିନିଦିନ ଆଗରୁ ସେ ସୁସ୍ଥ ହୋଇ ଭିମସାରରୁ ନିଜ ଘର ବୁର୍ଲା (Burla) କୁ ଯାଇଥିଲେ। ପରେ ପୁଣି ତାଙ୍କ ଶରୀର ଅସୁସ୍ଥ ହେବାରୁ ପୁନର୍ବାର ଭିମସାରରେ ଭର୍ତ୍ତି କରାଯାଇଥିଲା। ତା ପରଠାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିବାରୁ ଭିମସାରର ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। 

ଅଟଳ ବିହାରୀ ପଣ୍ଡା ଜଣେ ବରିଷ୍ଠ ନାଟ୍ୟ କଳାକାର ସହ ସମ୍ବଲପୁରୀ ଅଭିନେତା ଭାବରେ ସ୍ୱତନ୍ତ୍ର ପରିଚିତି ଥିଲେ। ଏହା ସହ ସମଗ୍ର ପଶ୍ଚିମ ଓଡ଼ିଶାରେ ସେ ତାଙ୍କ ସମ୍ବଲପୁରୀ ଚଳଚ୍ଚିତ୍ର "ଶଳାବୁଢା"ର ଶଳାବୁଢା ଚରିତ୍ର ପାଇଁ ଶଳାବୁଢା ଭାବରେ ବେଶ ଲୋକପ୍ରିୟତା ପାଇ ପାରିଥିଲେ । ସମ୍ବଲପୁରୀ ଚଳଚ୍ଚିତ୍ର ଶଳାବୁଢା, ଆଦିମ ବିଚାର, ଶଳାବୁଢାର ବଦଳା ଏପରି ତିନୋଟି ସମ୍ବଲପୁରୀ  ଚଳଚ୍ଚିତ୍ରରେ ସେ ନିଖୁଣ ଅଭିନୟ କରି ଜଣେ ଦକ୍ଷ ଅଭିନେତା ଭାବରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।  

Also Read: ସମ୍ବଲପୁର ସହରରେ ଦ୍ୱିତୀୟ କୋଭିଡ ହସ୍ପିଟାଲକୁ କଡା ବିରୋଧ

ଅଟଳ ବିହାରୀ ପଣ୍ଡା (Atal Bihari Panda) ଙ୍କ ପରଲୋକରେ ସମଗ୍ର ସମ୍ବଲପୁରୀ ନାଟ୍ୟ ତଥା କଳାକାର ଜଗତରେ ଅପୁରଣୀୟ କ୍ଷତି ହୋଇଛି। ତାଙ୍କର ମୃତ୍ୟୁରେ ସମ୍ବଲପୁର ତଥା ସମଗ୍ର ପଶ୍ଚିମ ଓଡ଼ିଶା (Western Odisha) ରେ ଶୋକର ଛାୟା ଖେଳିଯାଇଛି। ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଶୋକ ପ୍ରକାଶ କରି ତାଙ୍କ ପରିବାର ପାଇଁ ସମବେଦନା ଜଣାଇଛନ୍ତି।

ପ୍ରକାଶ ଥାଉକି ସବ୍ୟସାଚୀ ମହାପାତ୍ରଙ୍କ ଚର୍ଚ୍ଚିତ ଫିଲ୍ମ‘ଆଦିମ ବିଚାର’ ଓ ‘ଶଲାବୁଢ଼ାର ବଦଲା’ ଆଦି ଫିଲ୍ମରେ ନିଖୁଣ ଅଭିନୟ କରି ଅନେକ ପ୍ରସଂଶା ସାଉଁଟିଥିଲେ ସେ। ୧୦୦ରୁ ଊର୍ଦ୍ଧ୍ବ ନାଟକରେ ସେ ଅଭିନୟ କରିଛନ୍ତି। ୯୨ ବର୍ଷୀୟ ଅଟଳ ସେପ୍ଟିସେମିଆଁ ରୋଗରେ ଆକ୍ରାନ୍ତ ଥିଲେ। ସେ ଓଡିଶାର ଜଣେ ଶ୍ରେଷ୍ଠ ଅଭିନେତା ଭାବରେ ପରିଗଣିତ ହୋଇଥିଲେ ଏବଂ ଶ୍ରେଷ୍ଠ ଅଭିନେତା ପାଇଁ ଦୁଇଥର ବ୍ୟାକ୍-ଟୁ-ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମେତ ଅନେକ ପୁରସ୍କାର ପାଇଛନ୍ତି। 

Also Read: ଲକଡାଉନରେ Uri ନିର୍ଦ୍ଦେଶକଙ୍କୁ ଜୀବନସାଥୀ କଲେ Yami Gautam

ଚଳଚ୍ଚିତ୍ରରେ ଅଭିନୟ ତାଙ୍କର ଡେବ୍ୟୁ ୮୩ ବର୍ଷ ବୟସରେ ହୋଇଥିଲା। ଯାହା ​​ଜଣେ ଅଭିନେତା ପାଇଁ ବହୁତ ଆଶ୍ଚର୍ଯ୍ୟଜନକ କଥା ଥିଲା । ଚଳଚ୍ଚିତ୍ରରେ ଅଭିନେତା ଭାବରେ ଡେବ୍ୟୁ କରିବା ପୂର୍ବରୁ ସେ ୬୦ଟି ନାଟକ ଲେଖି ସାରିଥିଲେ। ସେ ସମ୍ବଲପୁରୀ ଭାଷାରେ ୬୫ରୁ ଅଧିକ ନାଟକ ଲେଖିବା ବ୍ୟତୀତ ୧୦୦ରୁ ଅଧିକ ନାଟକରେ ଅଭିନୟ ମଧ୍ୟ କରିଥିଲେ। ଅଟଳ ୬ଟି ଅପେରାରେ ନାଟ୍ୟକାର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। 

ପ୍ରାରମ୍ଭରେ ଜଣାଶୁଣା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ‘ଶଲାବୁଢା’ ଚଳଚ୍ଚିତ୍ର ପାଇଁ ସଂଳାପ ଲେଖିବା ପାଇଁ ଅଟଳଙ୍କ ନିକଟକୁ ଯାଇଥିଲେ। ନିର୍ଦ୍ଦେଶକ ସେହି ଚଳଚ୍ଚିତ୍ର ପାଇଁ ନାୟକ ମଧ୍ୟ ଖୋଜୁଥିଲେ କିନ୍ତୁ ତାଙ୍କୁ ଅଭିନେତା ମିଳିନଥିଲେ। ତେଣୁ ସେ ମୁଖ୍ୟଭୂମିକାରେ ଅଭିନୟ କରିବାକୁ ଅଟଳଙ୍କୁ ଅନୁରୋଧ କରିଥିଲେ । ୨୦୧୩ରେ ଫିଲ୍ମରେ ମୁଖ୍ୟ ଅଭିନେତା ରୂପେ ପଦାର୍ପଣ କରିଥିଲେ ସେ। ସେହିପରି ‘ଶଲାବୁଢା’ର ସିକ୍ବେଲ ଫିଲ୍ମ ‘ଆଦିମ ବିଚାର’ରେ ସେ ପୁଣିଥରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ଯାହା ତାଙ୍କୁ ସଫଳ ଅଭିନେତା ସଜାଇଥିଲା। 

Also Read: ଗ୍ରାମାଞ୍ଚଳରେ Covid19 Test କରୁଛି Solar Power Covid Testing Van

ଅଟଳ ବିହାରୀଙ୍କର ଅକାଳ ମୃତ୍ୟୁରେ ତାଙ୍କର ପରିବାର ଲୋକେ ଗଭୀର ଭାବରେ ମର୍ମାହତ ହୋଇଛନ୍ତି। ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ମଧ୍ୟ ନିଜେ ଯାଇ ତାଙ୍କର ଶେଷ ଦର୍ଶନ କରିବା ସହ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ତହସିଲଦାର ମହାଶୟ ଯାଇ ତାଙ୍କର ଶେଷ ଦର୍ଶନ କରି ଥିଲେ। ଅଟଳଙ୍କର ଶରୀର ସିନା ପଞ୍ଚଭୂତ ରେ ବିଲୀନ ହେଇଗଲା କିନ୍ତୁ ତାଙ୍କର ଅମର କୃତି ଯୁଗ ଯୁଗ ଧରି ଜନ ମାନସ ରେ ଲିପିବଦ୍ଧ ହୋଇ ରହିବ ଏଥିରେ ସନ୍ଦେହ ନାହିଁ।