Advertisement
Article Detail0/zeeodisha/odisha980182
Zee OdishaOdisha Art and Cultureକାରାଗାରର କଳାକାର; ଜିଲ୍ଲାପାଳଙ୍କୁ ବିଭୋର କଲା ଦୁଷ୍କର୍ମ ଅଭିଯୁକ୍ତ ଚିତଙ୍କ ଚିତାକର୍ଷକ ଚିତ୍ର

କାରାଗାରର କଳାକାର; ଜିଲ୍ଲାପାଳଙ୍କୁ ବିଭୋର କଲା ଦୁଷ୍କର୍ମ ଅଭିଯୁକ୍ତ ଚିତଙ୍କ ଚିତାକର୍ଷକ ଚିତ୍ର

କାନ୍ଥର ଚତଃପାର୍ଶ୍ବରେ ଶୋଭା ପାଉଛି ଭଳିକି ଭଳି ରଙ୍ଗରେ ଅଙ୍କା ଯାଇଥିବା ଆକର୍ଷଣୀୟ ଚିତ୍ର। କେଉଁଠି ଦେବାଦେବୀ ତ ଆଉ କେଉଁଠି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆଧାର କରି ଅଙ୍କା ଯାଇଥିବା ଚିତ୍ର ଏବେ ସମସ୍ତଙ୍କ ମନ ମହୁଛି। ବିଭିନ୍ନ ସଚେତନତା ମୂଳକ ଓ ଦେଶାତ୍ମକ ବାର୍ତ୍ତା ଦେଇ ଅତି ସୁନ୍ଦର ସୁନ୍ଦର ଚିତ୍ର ଆଙ୍କା ଯାଇଥିବା ଦୃଶ୍ୟ ଛତ୍ରପୁର ଜେଲ ପରିସରରେ ଥିବା କାନ୍ଥ ଗୁଡିକରେ ଦେଖିବାକୁ ମିଳୁଛି।

କାରାଗାରର କଳାକାର; ଜିଲ୍ଲାପାଳଙ୍କୁ ବିଭୋର କଲା ଦୁଷ୍କର୍ମ ଅଭିଯୁକ୍ତ ଚିତଙ୍କ ଚିତାକର୍ଷକ ଚିତ୍ର
କାରାଗାରର କଳାକାର; ଜିଲ୍ଲାପାଳଙ୍କୁ ବିଭୋର କଲା ଦୁଷ୍କର୍ମ ଅଭିଯୁକ୍ତ ଚିତଙ୍କ ଚିତାକର୍ଷକ ଚିତ୍ର

ବ୍ରହ୍ମପୁର: ଦିନ ଥିଲା ତାଙ୍କୁ ଦେଖିଲା ମାତ୍ରେ ସମସ୍ତେ ଘୃଣା କରୁଥିଲେ। ହେଲେ ଆଜି ସେ ସମସ୍ତଙ୍କ ପ୍ରସଂଶାର ପାତ୍ର ହୋଇଛନ୍ତି। ଆମେ କହୁଛୁ ଛତ୍ରପୁର ଉପ-କାରାଗାରରେ ଦୁଷ୍କର୍ମ ମାମଲାରେ ଦୀର୍ଘ ୪ ବର୍ଷ ଧରି ବିଚାରଧିନ ବନ୍ଦି ଜୀବନ ବିତାଉଥିବା ଆର. ଚିତରଞ୍ଜନଙ୍କ କଥା। ଜେଲ ଚାରି କାନ୍ଥ ଭିତରେ ରହି ସମୟର ସଦଉପଯୋଗ କରିବା ସହ    ନିଜର ଭୁଲକୁ ସୁଧାରିବା ପାଇଁ ରିତିମତ ଉଦ୍ଯମ ଚଲାଇଛନ୍ତି। ନିଜ ଭିତରେ ଥିବା ଲୁକାହିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ସହ ଏବେ ଭଲ ଦୁଇ ପଇସା ରୋଜଗାର କରି ଅନ୍ଯ କଏଦୀଙ୍କ ଲାଗି ଚିତରଞ୍ଜନ ଉଦାହରଣ ପାଲଟିଛନ୍ତି। 

କାନ୍ଥର ଚତଃପାର୍ଶ୍ବରେ ଶୋଭା ପାଉଛି ଭଳିକି ଭଳି ରଙ୍ଗରେ ଅଙ୍କା ଯାଇଥିବା ଆକର୍ଷଣୀୟ ଚିତ୍ର। କେଉଁଠି ଦେବାଦେବୀ ତ ଆଉ କେଉଁଠି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆଧାର କରି ଅଙ୍କା ଯାଇଥିବା ଚିତ୍ର ଏବେ ସମସ୍ତଙ୍କ ମନ ମହୁଛି। ବିଭିନ୍ନ ସଚେତନତା ମୂଳକ ଓ ଦେଶାତ୍ମକ ବାର୍ତ୍ତା ଦେଇ ଅତି ସୁନ୍ଦର ସୁନ୍ଦର ଚିତ୍ର ଆଙ୍କା ଯାଇଥିବା ଦୃଶ୍ୟ ଛତ୍ରପୁର  ଜେଲ ପରିସରରେ ଥିବା କାନ୍ଥ ଗୁଡିକରେ ଦେଖିବାକୁ ମିଳୁଛି। ଆଉ ଏହି ଚିତ୍ରକୁ ନିଜ ତୁଳି ରଙ୍ଗର ସ୍ପର୍ଶରେ ଜୀବନ୍ତ ରୂପ ଦେବା ସହ ଲୁକାହିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବାରେ କଏଦୀ ଆର. ଚିତରଞ୍ଜନ ସଫଳ ହୋଇଛନ୍ତି।

Also Read: ବିବାଦରେ ଗୋଲଡେନ ଲ୍ୟାଣ୍ଡ ସଂସ୍ଥା; ଜମା ଟଙ୍କା ଫେରିବାକୁ ନେଇ ସନ୍ଦେହରେ ଜମାକାରୀ

Add Zee News as a Preferred Source

ଗଞ୍ଜାମ ବ୍ଳକ ମଲାଡ଼ ଗ୍ରାମର ଆର.ଚିତ୍ତରଞ୍ଜନ ୨୦୧୭ ମସିହା ଜାନୁୟାରୀ ୬ ତାରିଖ ଠାରୁ ଦୀର୍ଘ ୪ ବର୍ଷ ଧରି ଦୁଷ୍କର୍ମ ମାମଲାରେ ଛନ୍ଦି ହୋଇ ବିଚାର ଦିନ ବନ୍ଦୀ ଜୀବନ ବିତାଉଛନ୍ତି। ଜେଲ ଚାରି କାନ୍ଥ ଭିତରେ ରହି ସମୟର ସଦୁପୟୋଗ କରିବା ସହ ନିଜ କଳାକୁ ପ୍ରତି  ପାଦନ କରି  ଆକର୍ଷଣୀୟ ଚିତ୍ର ଅଙ୍କନ କରୁଛନ୍ତି। ଚିତରଞ୍ଜନ ଡ୍ରଇଂ ସିଟରୁ ଆରମ୍ଭ କରି ମାଟିପାତ୍ରରେ ସୁନ୍ଦର ସୁନ୍ଦର ପଟଚିତ୍ର ଆଙ୍କି ଭଲ ଦୁଇ ପଇସା ରୋଜଗାର କରିବାର ପନ୍ଥା ଆପଣାଇଛନ୍ତି। ତାଙ୍କର ଏହି ଉଦ୍ଯମରେ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ବେସ ପ୍ରବାହିତ ହୋଇଥିବା ଦେଖିବାକୁ ମିଳିଛି। 

fallback

ପ୍ରତ୍ୟେକ ମଣିଷ ନିଜ ଜୀବନକାଳ ମଧ୍ୟରେ କିଛି ନା କିଛି ଭୁଲ ନିଶ୍ଚିତ ଭାବେ କରିଥାଏ। ସେହି ଭୁଲକୁ ସୁଧାରିବାକୁ କାହାକୁ କେତେ ସମୟ ଲାଗିଥାଏ। କିନ୍ତୁ ଚିତଙ୍କ  ଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ଭୁଲକୁ ସୁଧାରିବା ସହିତ ନିଜ ଜୀବନରେ ମଧ୍ୟ ପରିବର୍ତ୍ତନ ଆଣିଥାନ୍ତି। ରଦି କାଗଜରେ ପ୍ରଥମେ ଚିତ୍ର ଅଙ୍କନ କରିଆସୁଥିବା ଚିତଙ୍କ ପ୍ରତିଭାକୁ ଦେଖି କାରାଗାରର ଅଧ୍ୟକ୍ଷା ଶୁଭସ୍ମିତା ବିଶ୍ବାଳ ବେଶ୍‌ ପ୍ରଶଂସା କରିଥିଲେ। ଦିନେ ଜିଲ୍ଲାପାଳ କାରାଗାର ପରିଭ୍ରମଣରେ ଆସି କାନ୍ଥରେ ଅଙ୍କା ଯାଇଥିବା ଚିତ୍ରକୁ ଦେଖିବା ପରେ ଚିତ୍ତରଞ୍ଜନକୁ ଡ଼ାକି ଭୂୟସୀ ପ୍ରଶଂସା କରିବା ସହ ଓରମାସ ଦ୍ବାରା ଗଞ୍ଜାମ ହାଟରେ ବିକ୍ରି ହେଉଥିବା ଗୁଡ଼ ହାଣ୍ଡି ଗୁଡ଼ିକୁ ଚିତ୍ରିତ କରିବା କାମ ଚିତ୍ତରଞ୍ଜନକୁ ଦେଇଥିଲେ। 

Also Read: ଲୋକଙ୍କ ବିରୋଧ ଆଗରେ ମୁଣ୍ଡ ନୂଆଁଇଲା ପ୍ରଶାସନ; ଖୋଲିଲା ରାମଲିଙ୍ଗେଶ୍ୱର ପାର୍କ

ବର୍ତ୍ତମାନ ଚିତ୍ତରଞ୍ଜନ ପ୍ରତିଦିନ ଗୁଡ଼ ହାଣ୍ଡି ଗୁଡ଼ିକୁ ଚିତ୍ରିତ କରୁଛନ୍ତି। ଯାହାଫଳରେ ସେ ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି। କାରାଗାର ପକ୍ଷରୁ ତାଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯାଉଥିବା କାରାଗାରର ଓ୍ବାର୍ଡ଼ର କହିଛନ୍ତି। ଛତ୍ରପୁର ଉପ-କାରଗାରରେ ବର୍ତ୍ତମାନ ୩ ଜଣ ମହିଳାଙ୍କ ସମେତ ୧୬୭ ଜଣ ବିଚାରଧିନ କଏଦୀ ଅଛନ୍ତି। ଚିତ୍ତରଞ୍ଜନଙ୍କ ଏଭଳି କଳାକୁ ସମସ୍ତେ ଭୂୟସୀ ପ୍ରଶଂସା କରୁଥିବା ବେଳେ ତାଙ୍କୁ ଠାରୁ ବର୍ତ୍ତମାନ କିଛି କଏଦୀ ଚିତ୍ର ଶିକ୍ଷାଲାଭ କରୁଛନ୍ତି ।

 

 

 

 

About the Author