ଲୋକଙ୍କ ବିରୋଧ ଆଗରେ ମୁଣ୍ଡ ନୂଆଁଇଲା ପ୍ରଶାସନ; ଖୋଲିଲା ରାମଲିଙ୍ଗେଶ୍ୱର ପାର୍କ
Advertisement
Article Detail0/zeeodisha/odisha974674

ଲୋକଙ୍କ ବିରୋଧ ଆଗରେ ମୁଣ୍ଡ ନୂଆଁଇଲା ପ୍ରଶାସନ; ଖୋଲିଲା ରାମଲିଙ୍ଗେଶ୍ୱର ପାର୍କ

ସହରରେ ଅବସ୍ଥିତ ରାମଲିଙ୍ଗେଶ୍ୱର ପାର୍କ ଖୋଲିବାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।

ଲୋକଙ୍କ ବିରୋଧ ଆଗରେ ମୁଣ୍ଡ ନୂଆଁଇଲା ପ୍ରଶାସନ; ଖୋଲିଲା ରାମଲିଙ୍ଗେଶ୍ୱର ପାର୍କ

ବ୍ରହ୍ମପୁର: ବହୁ ବାଦ ବିବାଦ ପରେ ସର୍ବସାଧାରଣଙ୍କ ଲାଗି ଖୋଲିବାକୁ ଯାଉଛି ସହରର ଆକର୍ଷଣର କେନ୍ଦ୍ର ବିନ୍ଦୁ ତଥା ମନୋରଞ୍ଜନର ଏକ ମାତ୍ର ପସନ୍ଦ ରାମଲିଙ୍ଗେଶ୍ୱର ପାର୍କ। ଭିଆଇପି ସଂସ୍କୃତିକୁ ବାଦ ସାଧାରଣ ଲୋକଙ୍କୁ ପାର୍କ ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ମିଳିଛି। ଶନିବାର ଅପରାହ୍ନରେ ସାଧାରଣ ଲୋକଙ୍କ ଗହଣରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଥିବା ବିଧାୟକ, ମନ୍ତ୍ରୀ ପ୍ରମୁଖ ପାର୍କର ସୌନ୍ଦର୍ଯ୍ଯକୁ ଉପଭୋଗ କରିବେ।   

ସହରରେ ଅବସ୍ଥିତ ରାମଲିଙ୍ଗେଶ୍ୱର ପାର୍କ (Berhampur Ramlingeswar Park) ଖୋଲିବାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। କୋରୋନା କାରଣରୁ ଏହି ପାର୍କକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ବିଗତ କିଛି ଦିନ ଧରି ଶାସକ ଦଳର ବିଧାୟକଙ୍କୁ ପାର୍କ ପରିସରରେ ବରଣ କରି ପ୍ରଶାସନ ପକ୍ଷରୁ ଭୋଜି ଭାତର ଆୟୋଜନ କରାଯିବାକୁ ନେଇ ଘୋର ବିରୋଧ କରି ଆସୁଥିଲା ବିଜେପି।

ବ୍ରହ୍ମପୁରବାସୀଙ୍କ (Berhampur Town) ପାଇଁ ଖୁସି ଖବର। ବହୁ ବାଦ ବିବାଦ ଭିତରେ ସାଧାରଣ ଲୋକଙ୍କ ପାଇଁ ଖୋଲିଲା ରାମଲିଙ୍ଗେଶ୍ୱର ପାର୍କ। ଜନ ସାଧାରଣଙ୍କ ବିରୋଧ ଆଗରେ ମୁଣ୍ଡ ନୂଆଁଇଲା ଜିଲ୍ଲା ପ୍ରଶାସନ (Ganjam Dist Admin)। ପାର୍କ ପରିସରରୁ ହଟିଲା ଭିଆଇପି କଲଚର ସହ ବିଧାୟକଙ୍କ ଖାତିଦାରି ଲାଗି ଖଞ୍ଜା ଜାଇଥିବା ଷ୍ଟଲ। ଶନିବାର ଠାରୁ ସାଧାରଣ ଲୋକଙ୍କ ସହ ମିଶି ପାର୍କର ସୌନ୍ଦର୍ଯ୍ଯକୁ ମନ ଭରି ଉପଭୋଗ କରିବେ ଗଞ୍ଜାମ ଜିଲ୍ଲାର ମଡେଲ ସ୍କୁଲ ଉଦଘାଟନ ଉତ୍ସବରେ ଯୋଗ ଦେବାକୁ ଆସି ଥିବା ମନ୍ତ୍ରୀ ବିଧାୟକ। 

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀର୍ଘ ସମୟ ଧରି ପାର୍କ ମଧ୍ୟକୁ ସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଇଥଲା ବ୍ରହ୍ମପୁର ମହାନଗର ନିଗମ (Berhampur Municipal Corporation)। ଯାହାକୁ ଜନସାଧାରଣଙ୍କ ସହ ସହରବାସୀ ସହଯୋଗ କରିଆସୁଥିବା ବେଳେ ଗତ ୨୧ ତାରିଖ ଠାରୁ ଆସନ୍ତା ୩୧ ତାରିଖ ମଧ୍ୟରେ ରାଜ୍ୟର ୧୦୮ ଜଣ ବିଧାୟକଙ୍କୁ ପ୍ରଶାସନ ପକ୍ଷରୁ ବରଣ କରାଯାଇ ପାର୍କ ପରିସରରେ ଭୋଜିଭାତର ଆୟୋଜନ କରାଯିବା ସହ ମନୋରଞ୍ଜନର ଆସର ଜମିଥିଲା। ସାଧାରଣ ଲୋକଙ୍କୁ ବାରଣ କରି ବଡବଡିଆଙ୍କୁ ରେଡ କାର୍ପେଟ ଦେଇ ବରଣ କରାଯିବାକୁ ଘୋର ବିରୋଧ କରାଯିବା ପରେ ଏହି ନିଷ୍ପତ୍ତିକୁ ବଦଳାଇଛି ବିଏମସି (BMC)। 

Also Read: ସହରର ସୌନ୍ଦର୍ଯ୍ୟ ବଢାଇବ ରାମଲିଙ୍ଗମ ପୋଖରୀ, ଜାରି ରହିଛି ଆଧୁନୀକିକରଣ କାର୍ଯ୍ୟ

ଶନିବାର ଠାରୁ ରାମଲିଙ୍ଗେଶ୍ୱର ପାର୍କ ସହ ସହରରେ ଅନ୍ଯ ପାର୍କକୁ ମଧ୍ୟ ପର୍ଯ୍ଯାୟକ୍ରମେ କୋଭିଡ ଗାଇଡ ଲାଇନ୍ ମୁତାବକ ଖୋଲିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏ କ୍ଷେତ୍ରରେ ବିଏମସି ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ବଦଳାଇବା ପରେ ବିଭିନ୍ନ ମହଲରେ ଏହାକୁ ସ୍ବାଗତ କରାଯାଇଛି।