Advertisement
Article Detail0/zeeodisha/odisha982881
Zee OdishaBerhampurସାଇକେଲ୍ ପାଓ୍ବାର ଓ୍ବାସିଂ ମେସିନ୍‌ ଉଦ୍ଭାବନ କରି ଚର୍ଚ୍ଚାରେ ନବମ ଶ୍ରେଣୀ ଛାତ୍ର

ସାଇକେଲ୍ ପାଓ୍ବାର ଓ୍ବାସିଂ ମେସିନ୍‌ ଉଦ୍ଭାବନ କରି ଚର୍ଚ୍ଚାରେ ନବମ ଶ୍ରେଣୀ ଛାତ୍ର

ସରକାରୀ ଶିକ୍ଷା ଅନୁଷ୍ଠାନରେ ପଢୁଥିବା ଜଣେ ନବମ ଶ୍ରେଣୀର ଛାତ୍ରଙ୍କ ଦ୍ବାରା ପ୍ରସ୍ତୁତ ଏହି ପ୍ରକଳ୍ପ ସମସ୍ତଙ୍କ ମନ ଜିଣି ପାରିଥିବା ବେଳେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଛୁଟୁଛି ପ୍ରଶଂସାର ସୁଅ। 

ସାଇକେଲ୍ ପାଓ୍ବାର ଓ୍ବାସିଂ ମେସିନ୍‌ ଉଦ୍ଭାବନ କରି ଚର୍ଚ୍ଚାରେ ନବମ ଶ୍ରେଣୀ ଛାତ୍ର

ବ୍ରହ୍ମପୁର: ଚେଷ୍ଟା ହିଁ ସଫଳତାର ମୂଳମନ୍ତ୍ର। ଯାହାକୁ ପ୍ରମାଣିତ କରି ଦେଖାଛନ୍ତି ସରକାରୀ ଶିକ୍ଷା ଅନୁଷ୍ଠାନରେ ପଢୁଥିବା ଜଣେ ନବମ ଶ୍ରେଣୀର ଛାତ୍ର। ବିଦ୍ଯୁତ ଶକ୍ତିର ଅପଚୟକୁ ରୋକିବା ସହ ଶରୀରକୁ ସୁସ୍ଥ ରଖିବା ଦିଗରେ ବିନା ବିଜୁଳିରେ ଚାଲୁଥିବା ଏକ ୱାସିଂ ମେସିନ୍ ଉଦ୍ଭାବନ କରିଛନ୍ତି। ଅଦରକାରୀ ଭଙ୍ଗା ସାଇକେଲକୁ ନେଇ କମ ଖର୍ଚ୍ଚ ରେ ଏହି ୱାସିଂ ମେସିନ ପ୍ରସ୍ତୁତ କରାଯାଇଛି।

ଗରିବ ତଥା ମଧ୍ଯମିତ ପରିବାର ଲୋକେ ଏହାକୁ ବ୍ୟବହାର କରିବା ଲାଗି ସକ୍ଷମ ହେବେ ବୋଲି କୁହାଯାଉଛି। ସରକାରୀ ଶିକ୍ଷା ଅନୁଷ୍ଠାନରେ ପଢୁଥିବା ଜଣେ ନବମ ଶ୍ରେଣୀର ଛାତ୍ରଙ୍କ ଦ୍ବାରା ପ୍ରସ୍ତୁତ ଏହି ପ୍ରକଳ୍ପ ସମସ୍ତଙ୍କ ମନ ଜିଣି ପାରିଥିବା ବେଳେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଛୁଟୁଛି ପ୍ରଶଂସାର ସୁଅ। 

ବିନା ବିଦ୍ୟୁତ ସଂଯୋଗରେ ଚାଲୁଛି ଓ୍ବାସିଂ ମେସିନ୍‌। ଲୁଗା ସଫା ହେବା ସହିତ ବ୍ୟାୟାମ ମଧ୍ୟ ହୋଇପାରୁଛି। ଏଭଳି ଏକ ନିଆରା ମେସିନ୍‌ ତିଆରି କରି ଚର୍ଚ୍ଚାରେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳର ନବମ ଶ୍ରେଣୀର ଛାତ୍ର ବି.ସତ୍ୟନାରାୟଣ ପାତ୍ର। ଯିଏକି ବର୍ତ୍ତମାନ ବ୍ରହ୍ମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ମେଡ଼ିକାଲ କ୍ୟାମ୍ପସରେ ନବମ ଶ୍ରେଣୀରେ ପଢୁଛନ୍ତି। ସେ ତିଆରି କରିଛନ୍ତି ସାଇକେଲ୍ ପାଓ୍ବାର ଓ୍ବାସିଂ ମେସିନ୍‌। ଏହି ମେସିନ୍‌ ବିନା ବିଦ୍ୟୁତ୍‌ ସଂଯୋଗରେ କାମ କରୁଛି। 

Add Zee News as a Preferred Source

Also Read: ରେକର୍ଡ ରଚିଲେ ବ୍ରହ୍ମପୁରର ଯୁବଶିଳ୍ପୀ; କାଠରେ ପ୍ରସ୍ତୁତ କଲେ ବିରଳ କଳାକୃତି

ଏକ ବଡ଼ ପାଣି ଡ୍ରମକୁ ସାଇକେଲରେ ସଂଯୋଗ କରାଯାଇଛି। ଏହା ମଧ୍ୟରେ ସାଇକେଲ ଚେନ୍‌କୁ ସଂଯୋଗ କରାଯାଇ ଏକ ଜାଲି ବିଛାଯାଇଛି। ସାଇକେଲର ପେଡ଼ାଲ୍‌ ମାରିବା ଦ୍ବାରା ଏହାର ଚେନ୍‌ ବୁଲିବା ସହିତ ଡ୍ରମ ମଧ୍ୟରେ ରହିଥିବା ଜାଲିଟି ବୁଲିଥାଏ। ଯାହା ଦ୍ୱାରା ଲୁଗା ସଫା ହୋଇଥାଏ। ଏହି ମେସିନ୍‌ ଦ୍ବାରା କେବଳ ଯେ ଲୁଗା ସଫା ହୋଇଥାଏ ତାହା ନୁହେଁ ବରଂ ସାଇକେଲ ଚଳାଇବା ଦ୍ବାରା ଶରୀରିକ ବ୍ୟାୟାମ ହୋଇଥାଏ ବୋଲି କହିଛନ୍ତି ସେ। ତାଙ୍କର ଏଭଳି ଉଦ୍ଭାବନ କ୍ଷେତ୍ରରେ ସ୍କୁଲ କର୍ତ୍ତୃପକ୍ଷଙ୍କ ସହଯୋଗ ରହିଥିବା ବେଳେ ଆଗାମୀ ଦିନରେ ଏହାକୁ ଅନେକ ଆଶା ବାନ୍ଧିଛନ୍ତି ସମସ୍ତେ।  

ନବମ ଶ୍ରେଣୀର ଛାତ୍ର ସତ୍ୟଙ୍କ ଦ୍ବାରା ପ୍ରସ୍ତୁତ ସାଇକେଲ ପାଓ୍ବାର୍‌ ଓ୍ବାସିଂ ମେସିନ୍‌ ଏବେ ସମସ୍ତଙ୍କୁ ବେଶ ଆକୃଷ୍ଟ କରୁଥିବା ବେଳେ ପରିବାର ଲୋକେ ପୁଅର ଏହି ଉଦ୍ଯମକୁ ଦେଖି ବେଶ୍ ଖୁସି ହୋଇଛନ୍ତି। ଏହା କିଭଳି କାର୍ଯ୍ୟ କରୁଛି ତାହା ମଧ୍ୟ ଦେଖିଥିଲେ। କିଛି ଦିନ ପର୍ଯ୍ୟନ୍ତ ସତ୍ୟଙ୍କ ପରିବାର ଲୋକେ ନିଜର ଲୁଗାପଟା ଏହି ମେସିନ୍‌ ଦ୍ବାରା ହିଁ ସଫା କରିଥିଲେ। ଯେଉଁଥିରେ ଭଲ ସଫା ହେଉଥିବା ନେଇ ସେମାନେ ଜାଣିବାକୁ ପାଇଥିଲେ। 

Also Read: କାଠରେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କରି ରେକର୍ଡ ଅପେକ୍ଷାରେ ବ୍ରହ୍ମପୁର ଶିଳ୍ପୀ

ବଜାରରେ ଉପଲବ୍ଧ ଓ୍ବାସିଂ ମେସିନ୍‌ରେ ଯେଉଁ ପ୍ରକାରର ଲୁଗା ସଫା ହୋଇଥାଏ ଠିକ୍‌ ଏହି ମେସିନ୍‌ ମଧ୍ୟ ସମାନ କାମ କରୁଥିବା ଦେଖିବାକୁ ମିଳିଥିଲା। ଏଭଳି ଏକ ମେସିନ୍‌ ଉଦ୍ଭାବନ କରିବା ପରେ ସତ୍ୟଙ୍କ ଏହି ଉଦ୍ୟମକୁ ସମସ୍ତେ ପସନ୍ଦ କରିଥିବାରୁ ଏନେଇ ସେ ଗର୍ବିତ ରହିଥିବା କହିଛନ୍ତି ତାଙ୍କ ବାପା। ସେପଟେ ତାଙ୍କର ଏଭଳି ଉଦ୍ଭାବନ ସହପାଠୀଙ୍କୁ ମଧ୍ୟ ପ୍ରେରଣା ଯୋଗାଇଛି।   

About the Author