Berhampur Loot Case: Cash Van Driver ରଚିଥିଲା ଷଡଯନ୍ତ୍ର
Advertisement
Article Detail0/zeeodisha/odisha970538

Berhampur Loot Case: Cash Van Driver ରଚିଥିଲା ଷଡଯନ୍ତ୍ର

ଥାନା ଠାରୁ ମାତ୍ର କେଇ ମିଟର ଦୂରରେ ଅବସ୍ଥିତ ଏକ ଜନଗହଳ ପୂର୍ଣ୍ଣ ରାସ୍ତାରେ ବନ୍ଧୁକ ମୁନରେ ଟଙ୍କା ଭର୍ତ୍ତି ଗାଡି ସହ ଏହାର ଡ୍ରାଇଭରକୁ ଅପହରଣ କରିନେଇଲେ ମୁଖାଧାରୀ ଲୁଟେରା।

ଫଟୋ ସୌଜନ୍ୟ: ଟ୍ୱିଟର@SP_BERHAMPUR

ବ୍ରହ୍ମପୁର: ଗତ ୧୮ ତାରିଖରେ ସହରର ଶ୍ରୀରାମ ନଗର ଛକ ନିକଟରେ ଥିବା ଏକ୍ସିସ୍ ବ୍ୟାଙ୍କ ଏଟିଏମ କାଉଣ୍ଟର ଲୁଟ ଘଟଣାରେ ବ୍ରହ୍ମପୁର ପୋଲିସ ହାତରେ ଲାଗଛି ବଡ଼ ସଫଳତା। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ଲୁଟ ହୋଇଥିବା ଟଙ୍କାକୁ ଜିଲ୍ଲା ବାହାରୁ ଉଦ୍ଧାର କରିବାରକେ ସଫଳ ହୋଇଛି।

ସହରର (Berhampur Town) ବଡ ବଜାର ଥାନା ଠାରୁ (Bada Bazar Police Station) କେଇ ମିଟର ଦୂର ଜନଗହଳପୂର୍ଣ୍ଣ ଶ୍ରୀରାମ ନଗର ଛକ ନିକଟରେ ଥିବା ଏକ୍ସିସ୍ ବ୍ୟାଙ୍କ ଏଟିଏମ କାଉଣ୍ଟରକୁ (Axis Bank ATM Counter) ଟଙ୍କା ଭରିବାକୁ ଯାଇଥିବା ଏଜିଏସ କମ୍ପାନୀ (AGS Company) ହାଇ ସିକ୍ଯୁରିଟି କ୍ୟାସ ଭ୍ୟାନ୍କୁ (High Security Cash Van) ବନ୍ଧୁକ ମୁନରେ ଅପହରଣ କରି ୨୪ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଲୁଟେରା। 

କ୍ୟାସ ଭ୍ୟାନ ଲୁଟ୍ ଘଟଣାରେ ପୋଲିସ ଗାଡି ଡ୍ରାଇଭର୍ ଆଶିଷ କୁମାର ଦିଗାଲ୍, ମାନ୍ଯବର ନାୟକ, କାର୍ତ୍ତିକ ନାୟକଙ୍କୁ ଗିରଫ କରିବା ସହ ୨୦ ଲକ୍ଷ ୯୦ ହଜାର ଟଙ୍କା, ଗୋଟିଏ ମୋଟର ସାଇକେଲ, ଡିଭାଇନ୍ ସ୍ଳିପ୍ ଲିକ୍ଯୁଡ୍ ସହ ୪ ମୋବାଇଲ୍ ଜବତ କରିଛି। ଲୁଟ ହୋଇଥିବା ଟଙ୍କା କନ୍ଧମାଳ ଜିଲ୍ଲା ସାରଙ୍ଗଗଡରୁ ଜବତ କରାଯାଇଛି। ଏ ଘଟଣାର ଅଧିକ ତଦନ୍ତ ଚାଲିଛି। ଗାଡ଼ିର ଚାଳକ ହିଁ ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି।

Also Read: Berhampur ATM Loot Case: ଚର୍ଚ୍ଚାର ବିଷୟ ପାଲଟିଛି ପୋଲିସକୁ ମିଳିଥିବା ସଫଳତା

ଗିରଫ ଗାଡ଼ି ଚାଳକ ଘର ଫୁଲବାଣୀରେ। ପୁଲିସ ସେଠାକୁ ଯାଇ ଟଙ୍କା ଜବତ କରିଛି। ଚାଳକ ଜଣକ ଲୁଟ ହୋଇଥିବା ଟଙ୍କାକୁ ଏକ ପ୍ଲାଷ୍ଟିକ ଡବା ଭିତରେ ରଖି ଏହାକୁ ମାଟିରେ ପୋତି ଦେଇଥିଲେ। ପୁଲିସ ମାଟି ଭିତରୁ ଡବାକୁ ବାହାର କରିବା ସହ ଟଙ୍କାକୁ ଉଦ୍ଧାର କରିଥିଲା।

ସହରର (Berhampur Town) ବଡ ବଜାର ଥାନା ଠାରୁ (Bada Bazar Police Station) କେଇ ମିଟର ଦୂର ଜନଗହଳପୂର୍ଣ୍ଣ ଶ୍ରୀରାମ ନଗର ଛକ ନିକଟରେ ଥିବା ଏକ୍ସିସ୍ ବ୍ୟାଙ୍କ ଏଟିଏମ କାଉଣ୍ଟରକୁ (Axis Bank ATM Counter) ଟଙ୍କା ଭରିବାକୁ ଯାଇଥିବା ଏଜିଏସ କମ୍ପାନୀ (AGS Company) ହାଇ ସିକ୍ଯୁରିଟି କ୍ୟାସ ଭ୍ୟାନ୍କୁ (High Security Cash Van) ବନ୍ଧୁକ ମୁନରେ ଅପହରଣ କରି ୨୪ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଲୁଟେରା। ଏ ଘଟଣାରେ ଗାଡି ଡ୍ରାଇଭର ସହ ୩ ଜଣଙ୍କୁ ଅଟକ ରଖି ସେମାନଙ୍କୁ ଜେରା କରୁଥିଲା।  

ଥାନା ଠାରୁ ମାତ୍ର କେଇ ମିଟର ଦୂରରେ ଅବସ୍ଥିତ ଏକ ଜନଗହଳ ପୂର୍ଣ୍ଣ ରାସ୍ତାରେ ବନ୍ଧୁକ ମୁନରେ ଟଙ୍କା ଭର୍ତ୍ତି କ୍ୟାସ ଭ୍ୟାନ (AGS Company Cash Van) ସହ ଏହାର ଡ୍ରାଇଭରକୁ ଅପହରଣ କରିନେଇଲେ ମୁଖାଧାରୀ ଲୁଟେରା। ଅପହରଣ ହେବାର ଦୀର୍ଘ ସମୟ ପରେ ଅଚେତ ଅବସ୍ଥାରେ ଡ୍ରାଇଭର ସହ ଗାଡିକୁ ସୋରଳ ଗ୍ରାମ (Sorala Village) ନିକଟରୁ ଠାବ କରିଥିଲା ପୋଲିସ।  

ଘଟଣାକ୍ରମ ଥିଲା କିଛି ଏମିତି। ଗତ ୧୮ ତାରିଖ ବୁଧବାର ସମୟ ପ୍ରାୟ ୧୨ଟା। ବ୍ରହ୍ମପୁର ସହରର ବଡ ବଜାର ଥାନା ଠାରୁ କେଇ ମିଟର ଦୂରରେ ଅବସ୍ଥିତ ଶ୍ରୀରାମ ନଗର ଛକ ନିକଟରେ ଥିବା ଏକ୍ସିସ ବ୍ୟାଙ୍କ (Shreeram Nagar Axis Bank) ଏଟିଏମରେ ଟଙ୍କା ଭର୍ତ୍ତି କରିବାକୁ ଲାଗି ପହଞ୍ଚିଥିଲା ଏଜିଏସ କମ୍ପାନୀ ହାଇ ସିକ୍ୟୁରିଟି ଭ୍ୟାନ। ଏଟିଏମରେ ଟଙ୍କା ଭର୍ତ୍ତି ଲାଗି ବନ୍ଧୁକଧାରୀ ସିକ୍ୟୁରିଟି ସହ ଜମାକାରୀ ଏଟିଏମ ଭିତରକୁ ଯାଇଥିବା ସମୟରେ ହଠାତ୍ ଏକ ସ୍କୋର୍ପିଓ ଗାଡିରେ ଆସି ସେଠାରେ ପହଞ୍ଚି ଥିଲେ କିଛି ମୁଖାଧାରୀ ଲୁଟେରା।

Also Read: କ୍ୟାସ ଭ୍ୟାନରୁ ୨୪ ଲକ୍ଷ ଲୁଟିନେଲେ ଲୁଟେରା; ୨୪ ଘଣ୍ଟା ପରେ ମଧ୍ୟ ପୋଲିସ ହାତ ଖାଲି

ପୂର୍ବ ଯୋଜନା ମୁତାବକ ବନ୍ଧୁକ ମୁନରେ ଡ୍ରାଇଭର ସହ ଭ୍ୟାନକୁ ସେଠାରୁ ଅପହରଣ କରି ନେବା ପରେ ବ୍ରହ୍ମପୁର ଉପକଣ୍ଠ ସୋରଳ ଗ୍ରାମ ନିକଟରେ ଡ୍ରାଇଭରକୁ ଅଚେତ କରି ୨୪ ଲକ୍ଷ ଟଙ୍କା ଧରି ଚମ୍ପଟ ମାରିଥିଲେ ଲୁଟେରା।  ଏହି ଘଟଣା ଘଟିବାର କିଛି ସମୟ ପରେ ଟେକ୍ନୋଲୋଜି ଆଧାର କରି ଅଚେତ ଅବସ୍ଥାରେ ଡ୍ରାଇଭର ସହ ଗାଡିକୁ ଉଦ୍ଧାର କରିଥିଲା ପୋଲିସ। ଚେତା ଫେରିବା ପରେ ଘଟଣା ସମ୍ପର୍କରେ କହିଥିଲେ ଡ୍ରାଇଭର।