Advertisement
Article Detail0/zeeodisha/odisha986651
Zee OdishaBerhampurMKCGର କ୍ୟାନସର ବିଭାଗ Blackout

MKCGର କ୍ୟାନସର ବିଭାଗ Blackout

ନିକଟରେ କୋଟି କୋଟି ଟଙ୍କା ଅଟକଳ ବ୍ୟୟରେ MKCGରେ ଜାକ ଜକମ କୋଠା ସ୍ଥାପନ ହୋଇଥିବା ବେଳେ ଜେନେରେଟରର ବ୍ୟବସ୍ଥା ମଧ୍ୟ ରହିଛି।

ଫାଇଲ ଫଟୋ
ଫାଇଲ ଫଟୋ

ବ୍ରହ୍ମପୁର: ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ବ୍ରହ୍ମପୁର MKCG ମେଡିକାଲ କଲେଜରୁ ପଦାକୁ ଆସିଲା ଏଠି କିଭଳି ଚାଲୁଛି ରୋଗୀ ସେବା। କେନସର୍ ୱାର୍ଡରେ ଅପରାହ୍ଣରୁ ରାତି ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ବିଜୁଳି ସଂଯୋଗ ବିଛିନ୍ନ ହୋଇଥିବା ବେଳେ ମହମବତି ଲଗାଇ ରୋଗୀଙ୍କୁ ଚିକିତ୍ସା ଚାଲିଥିବା ଦେଖିବାକୁ ମିଳିଛି। 

ନିକଟରେ କୋଟି କୋଟି ଟଙ୍କା ଅଟକଳ ବ୍ୟୟରେ MKCGରେ ଜାକ ଜକମ କୋଠା ସ୍ଥାପନ ହୋଇଥିବା ବେଳେ ଜେନେରେଟରର ବ୍ୟବସ୍ଥା ମଧ୍ୟ ରହିଛି। ହେଲେ କ୍ୟାନସ (Cancer) ର ବିଭାଗ ଏବେ ମଧ୍ୟ ସମାନ ରୋଗୀଣା ଅବସ୍ଥାରେ ରହିଛି। ବିଜୁଳି କାଟ୍ ବେଳେ ଜେନେରେଟରର ସଂଯୋଗ  ହୋଇ ପାରୁନାହିଁ। ଜାହା ଫଳରେ ଡାକ୍ତର ଓ ରୋଗୀ ଉଭୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। 

Also Read: ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲା: ଦୁଇ ସାମ୍ବାଦିକଙ୍କୁ ମଙ୍ଗଳାବାଗ ପୋଲିସର ସମନ

Add Zee News as a Preferred Source

ମଙ୍ଗଳବାର ଅପରାହ୍ଣରେ ହସ୍ପିଟାଲ (Hospital) ରେ ବିଜୁଳି କାଟ (Electricity) ହୋଇଥିଲା। ଏହି ସମୟରେ ଅନ୍ୟ ବିଭିଗରେ ଜେନେରେଟର ଚଳାଇ ଚିକିତ୍ସା କରାଯାଇଥିଲା। କିନ୍ତୁ ଜେନେରେଟର ବ୍ୟବସ୍ଥା ନଥିବା କ୍ୟାନସର ୱାର୍ଡରେ ସନ୍ଧ୍ୟା ପର୍ଯ୍ୟନ୍ତ ବିଜୁଳି ସଂଯୋଗ ହୋଇ ପାରିନଥିଲା। ଫଳରେ ମହମବତୀ ଲଗାଇ ରୋଗୀଙ୍କ ଚିକିତ୍ସା କରାଯାଇଥିଲା।

 

 

 

 

 

 

About the Author