ବଢୁଛି ଚାହିଦା; ଆୟୁର୍ବେଦ ଚିକିତ୍ସାଳୟ କାର୍ଯ୍ୟକ୍ଷମ କରାଇବା ଲାଗି ସାଧାରଣରେ ଦାବି
Advertisement

ବଢୁଛି ଚାହିଦା; ଆୟୁର୍ବେଦ ଚିକିତ୍ସାଳୟ କାର୍ଯ୍ୟକ୍ଷମ କରାଇବା ଲାଗି ସାଧାରଣରେ ଦାବି

ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ନିର୍ମାଣ କରାଯାଇଥିବା ସହରାଞ୍ଚଳ ଆୟୁର୍ବେଦ ଚିକିତ୍ସାଳୟ ଏବେ ରୁଗଣ ଅବସ୍ଥାକୁ ଚାଲିଯାଇଛି। 
 
 
 

ବଢୁଛି ଚାହିଦା; ଆୟୁର୍ବେଦ ଚିକିତ୍ସାଳୟ କାର୍ଯ୍ୟକ୍ଷମ କରାଇବା ଲାଗି ସାଧାରଣରେ ଦାବି

ବ୍ରହ୍ମପୁର: କାହିଁ କେଉଁ ଆବାହନ କାଳରୁ ରୋଗୀଙ୍କ ବିଶ୍ବାସ ଜିଣି ପାରିଛି ଆୟୁର୍ବେଦ ଚିକିତ୍ସା ପଦ୍ଧତି। ବିନା ପାର୍ଶ୍ବ ପ୍ରତିକ୍ରିୟାରେ ବହୁ ଜଟିଳ ରୋଗରୁ ଉପଶମ ମିଳୁଥିବା ହେତୁ ବ୍ରହ୍ମପୁରବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସହରରେ ଗତ ୧୯୭୦ ମସିହାରେ ସ୍ଥାପନ କରାଯାଇଥିଲା ସହରାଞ୍ଚଳ ଆୟୁର୍ବେଦ ଚିକିତ୍ସାଳୟ। 

ବ୍ରହ୍ମପୁର ମହାନଗର ନିଗମ  ବିଏମସି ଦ୍ବାରା ପରିଚାଳିତ ସହରାଞ୍ଚଳ ଆୟୁର୍ବେଦ ଚିକିତ୍ସାଳୟରେ ସହରର ଲକ୍ଷ ଲକ୍ଷ ଲୋକ ନିର୍ଭର କରିଆସୁଥିବା ବେଳେ କାଳକ୍ରମେ ଏହି ଚିକିତ୍ସାଳୟ ଯେମିତି ରୁଗଣ ଅବସ୍ଥାକୁ ଚାଲିଯାଇଛି। ରକ୍ଷଣାବେକ୍ଷଣ ଅଭାବରୁ ଚିକିତ୍ସାଳୟର କୋଠା ଭୁତକୋଠି ପାଲଟିଥିବା ବେଳେ ଏହା ଅସାମାଜିକଙ୍କ ଆଡ୍ଡା ସ୍ଥଳ ପାଲଟିଯିବା ସହ ବ୍ରହ୍ମପୁର ମହାନଗର ନିଗମ ଅଳିଆ ଗଦାରେ ପରିଣତ ହୋଇଛି। ପୁଣି ଥରେ ଆୟୁର୍ବେଦ ଚିକିତ୍ସାଳୟର ପୁନଃରୁଦ୍ଧାର କରିବା ଲାଗି ସାଧାରଣରେ ଦାବି ହୋଇଛି। 

ବଢୁଛି ଆୟୁର୍ବେଦ ଚିକିତ୍ସା ଚାହିଦା। ହେଲେ ଏହି ସୁବିଧା ଯୋଗାଇ ଦେବା ପାଇଁ ନିର୍ମାଣ କରାଯାଇଥିବା ସହରାଞ୍ଚଳ ଆୟୁର୍ବେଦ ଚିକିତ୍ସାଳୟ ଏବେ ରୁଗଣ ଅବସ୍ଥାକୁ ଚାଲିଯାଇଛି। ଭୂତକୋଠି ପାଲଟିଛି ଚିକିତ୍ସାଳୟ କୋଠା। ରାତି ହେଲେ ଏଠାରେ ଅସାମାଜିକଙ୍କ ଆଡ୍ଡା ସ୍ଥଳ। ନୀରବଦ୍ରଷ୍ଟା ସାଜିଛି ବିଏମସି। ଏକଦା ରୋଗୀ ସେବା ଯୋଗାଇବା ଲାଗି ବେଶ ଚଳପ୍ରଚଳ ରହୁଥିବା ଏହି ସ୍ଥାନ ଯେମିତି ଏବେ ଭୂତକୋଠିର ଭ୍ରମ ସୃଷ୍ଟି କରୁଛି। ରକ୍ଷଣାବେକ୍ଷଣ ଅଭାବରୁ ଚିକିତ୍ସା ଯୋଗାଇ ଆସୁଥିବା ଏହି ଚିକିତ୍ସାଳୟ ନିଜେ ଚିକିତ୍ସା ପାଇଁ ଅପେକ୍ଷା କରିଥିବା ମନେହୁଏ। 

Also Read: ବିପଦ ସଙ୍କୁଳ ଅବସ୍ଥାରେ ମାର୍କେଟ କମ୍ପେକ୍ସ; ଜୀବନକୁ ବାଜି ଲଗାଇ ବ୍ୟବସାୟ କରୁଛନ୍ତି ବ୍ୟବସାୟୀ

ବ୍ରହ୍ମପୁରବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧୯୭୦ ମସିହାରେ ସହରର ପାର୍କସାହି ଠାରେ ଆରମ୍ଭ ହୋଇଥିଲା ସହରାଞ୍ଚଳ ଆୟୁର୍ବେଦ ଚିକିତ୍ସାଳୟ। ଏଠାରେ ଜଣେ ଡାକ୍ତର, ଜଣେ ଫାର୍ମାସିଷ୍ଟ, ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିବା ଚିକିତ୍ସାଳୟ ଦୀର୍ଘ ୫୦ ବର୍ଷ ଧରି ସହରବାସୀଙ୍କୁ ଉତ୍ତମ ସେବା ଯୋଗାଇ ଆସୁଥିବା ବେଳେ ଆନ୍ତରିକତା ଅଭାବରୁ ଏହି ଚିକିତ୍ସାଳୟକୁ ବିଗତ ୫ ବର୍ଷ ଧରି ବନ୍ଦ କରି ଦିଆଯାଇଛି। ଯାହା ଫଳରେ ଆୟୁର୍ବେଦ ଚିକିତ୍ସା ଉପରେ ନିର୍ଭର କରୁଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। 

ଗତ କିଛି ବର୍ଷ ମଧ୍ୟରେ ସହରରେ ଆୟୁର୍ବେଦ ଚିକିତ୍ସାର ଚାହିଦାକୁ ଦୃଷ୍ଟିରେ ରଖି ଅନେକ ଘରୋଇ ଅନୁଷ୍ଠାନ ଛିଡା ହୋଇଛନ୍ତି। ଅଧିକରୁ ଅଧିକ ଲୋକ କେରଳ ପଞ୍ଚ କର୍ମ ଚିକିତ୍ସା ଉପରେ ନିର୍ଭର କରୁଥିବା ଜଣାପଡିଛି। ଡାକ୍ତରଙ୍କ ମତରେ ଆଣ୍ଠୁଗଣ୍ଠି ବାତ କିମ୍ବା ହାଡ, ଶିରା ପ୍ରଶିରା ଜନିତ ସମସ୍ୟା ,ଦୃଷ୍ଟିଶକ୍ତି ବୃଦ୍ଧି, ଉଚ୍ଚ ରକ୍ତଚାପ, ମେଦ ବହୁଳତା, ଗ୍ଯାଷ୍ଟ୍ରିକ୍ ଭଳି ପେଟ ରୋଗର ସମସ୍ୟା ଭୋଗୁଥିବାର ରୋଗୀ ବିନା ପାର୍ଶ୍ୱ ପ୍ରତିକ୍ରିୟାରେ ସୁସ୍ଥ ହୋଇଥିବା ହେତୁ ଆୟୁର୍ବେଦ ଚିକିତ୍ସା ଲୋକଙ୍କ ଆସ୍ଥା ଭାଜନ ହୋଇପାରିଛି। 

fallback

ହେଲେ ଲୋକେ ଘରୋଇ ଚିକିତ୍ସାଳୟରେ ଚିକିତ୍ସା ପାଇବା ଲାଗି ଅଧିକ ଖର୍ଚ୍ଚାନ୍ତ ହେଉଥିବା ହେତୁ ବ୍ରହ୍ମପୁର ସହରର ଅବସ୍ଥିତ ସହରାଞ୍ଚଳ ଆୟୁର୍ବେଦ ଚିକିତ୍ସାଳୟକୁ ପୁଣି ଥରେ କାର୍ଯ୍ୟକ୍ଷମ କରାଇବା ଲାଗି ସାଧାରଣରେ ଦାବି ହୋଇଛି। ଏନେଇ ବିହିତ ପଦକ୍ଷେପ ଗ୍ରହଣ କରାଯିବା ବୋଲି କହିଛନ୍ତି ବିଏମସି ଡେପୁଟି କମିଶନର।