ବିପଦ ସଙ୍କୁଳ ଅବସ୍ଥାରେ ମାର୍କେଟ କମ୍ପେକ୍ସ; ଜୀବନକୁ ବାଜି ଲଗାଇ ବ୍ୟବସାୟ କରୁଛନ୍ତି ବ୍ୟବସାୟୀ
Advertisement

ବିପଦ ସଙ୍କୁଳ ଅବସ୍ଥାରେ ମାର୍କେଟ କମ୍ପେକ୍ସ; ଜୀବନକୁ ବାଜି ଲଗାଇ ବ୍ୟବସାୟ କରୁଛନ୍ତି ବ୍ୟବସାୟୀ

ସହରରେ ଅବସ୍ଥିତ ଏହି ମାର୍କେଟ କମ୍ପ୍ଲେକ୍ସରେ କୌଣସି ମୂହୁର୍ତ୍ତରେ ଏକ ବଡ ଅଘଟଣ ଘଟିବାର ସମ୍ଭାବନା ରହିଥିବା ବେଳେ ଅତି ଶୀଘ୍ର ଏହି କୋଠାର ପୁନଃରୁଦ୍ଧାର କରିବା ଲାଗି ଦାବି ହୋଇଛି।

ବିପଦ ସଙ୍କୁଳ ଅବସ୍ଥାରେ ମାର୍କେଟ କମ୍ପେକ୍ସ; ଜୀବନକୁ ବାଜି ଲଗାଇ ବ୍ୟବସାୟ କରୁଛନ୍ତି ବ୍ୟବସାୟୀ

ବ୍ରହ୍ମପୁର: ବିପଦ ସଙ୍କୁଳ ଅବସ୍ଥାରେ ରହିଛି ସହରର ଅନ୍ୟତମ ପରିଚୟ କୁହଯାଉଥିବା ଗିରି ମାର୍କେଟ କମ୍ପ୍ଲେକ୍ସ। ଦେଶର ପୂର୍ବତନ ରାଷ୍ଟ୍ରପତି ଭିଭି ଗିରିଙ୍କ ନାମରେ ନାମିତ ଗିରି ମାର୍କେଟ ନିଜର ସ୍ଥିତି ହରାଇବାକୁ ବସିଥିବା ବେଳେ ନିଜ ଜୀବନକୁ ବାଜି ଲଗାଇ ସେଠାରେ ବ୍ୟବସାୟ କରୁଛନ୍ତି ବ୍ୟବସାୟୀ। ବ୍ରହ୍ମପୁର ମହାନଗର ନିଗମ ଦ୍ବାରା ପରିଚାଳିତ ସର୍ବପୁରାତନ ମାର୍କେଟ ରକ୍ଷଣବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଥିବା ବେଳେ ଏହି କୋଠାର ବିଭିନ୍ନ ସ୍ଥାନରୁ ଅତଡା ଖସିବା ଆରମ୍ଭ ହୋଇଗଲାଣି। 

ବିପଦ ସଙ୍କୁଳ ଅବସ୍ଥାରେ ଗିରି ମାର୍କେଟ କମ୍ପେକ୍ସ (Giri Market Complex)। ଯେକୌଣସି ମୂହୁର୍ତ୍ତରେ ଘଟିପାରେ ବଡ ଧରଣର ଅଘଟଣ। ଅସୁରକ୍ଷିତ କୋଠା ତଳେ ବନ୍ଧା ପଡିଛି ଶହ ଶହ ଗ୍ରାହକ ଆଉ ବ୍ଯବସାୟୀଙ୍କ ଜୀବନ। ଭଡା ହାତେଇବା ପରେ ଆଖିରେ ଅନ୍ଧ ପୁଟଳି ବାନ୍ଧି ବସିଯାଉଛି ବ୍ରହ୍ମପୁର ମହାନଗର ନିଗମ (Berhampur Municpal Corporation) ବିଏମସି (BMC)। ଏହି ମାର୍କେଟ କମ୍ପ୍ଲେକ୍ସ କୋଠାର କେଉଁଠି କାନ୍ଥ ଫାଟି ଆଁ କରିଛି ତ ଆଉ କେଉଁଠି ଛାତରୁ ଅତଡା ଖସି ତଳେ ପଡୁଛି। ଏହାର ଛାତ ଉପରେ ଗଛ ଲତା ମାଡି ଯାଇଥିବା ବେଳେ କୌଣସି ମୂହୁର୍ତ୍ତରେ କୋଠା ଭୁସୁଡିବା ଥୟ। 

Also Read: କଟକଣା ହଟିବା ପରେ ସ୍ୱାଭାବିକ ହେଉଛି ଜୀବନ ଯାତ୍ରା; ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ

ହେଲେ ଏହା ପ୍ରତି ଯେମିତି କାହାରି ନିଘା ନାହିଁ। ପାଖାପାଖି ୫୦ ବର୍ଷ ତଳେ ନିର୍ମିତ ହୋଇଥିବା ଏହି ପୁରାତନ କୋଠାକୁ ନିଜସ୍ୱ ଉଦ୍ୟମରେ ମରାମତି କରିଥିଲେ ଏଠାରେ ବ୍ୟବସାୟ କରୁଥିବା କିଛି ବ୍ୟବସାୟୀ। ହେଲେ ଅନେକ ବ୍ୟବସାୟୀ ନିଜ ଜୀବନକୁ ବାଜି ଲଗାଇ ବିପଦ ସଂକୁଳ ଅବସ୍ଥାରେ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି। ଗିରି ମାର୍କେଟ କମ୍ପେକ୍ସରେ ପ୍ରତ୍ୟେକ ଦିନ ହଜାର ହଜାର ଗ୍ରାହକଙ୍କ ସମାଗମ ହେଉଥିବା ବେଳେ ନା ଅଛି ପରିଶ୍ରାଗାର ନା ରହିଛି ପିଇବା ପାଣି ସୁବିଧା। ସହରରେ ଅବସ୍ଥିତ ଏହି ମାର୍କେଟ କମ୍ପ୍ଲେକ୍ସରେ କୌଣସି ମୂହୁର୍ତ୍ତରେ ଏକ ବଡ ଅଘଟଣ ଘଟିବାର ସମ୍ଭାବନା ରହିଥିବା ବେଳେ ଅତି ଶୀଘ୍ର ଏହି କୋଠାର ପୁନଃରୁଦ୍ଧାର କରିବା ଲାଗି ଦାବି ହୋଇଛି। 

ଦକ୍ଷିଣ ଓଡିଶାର ବାଣିଜ୍ୟକ ପେଣ୍ଠସ୍ଥଳ (South Odisha Commercial Hub) ଭାବେ ଜଣାଶୁଣା ବ୍ରହ୍ମପୁର ସହରରେ (Berhampur Town) ବ୍ୟବସାୟକୁ ଅଗ୍ରଗତି କରିବା ନିମନ୍ତେ ୧୯୭୪ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ଭିଭି ଗିରିଙ୍କ (V.V Giri) ଦ୍ବାରା ଏହି ମାର୍କେଟ କମ୍ପ୍ଲେକ୍ସ ଉଦଘାଟିତ ହୋଇଥିଲା। ସେତେବେଳେ ରାଷ୍ଟ୍ରପତିଙ୍କ ନାମରେ ଏହି କୋଠାକୁ ଗିରି ମାର୍କେଟ କମ୍ପେକ୍ସ ନାମରେ ନାମିତ କରାଯାଇଥିଲା। ପ୍ରାୟ ଦେଢ ଶହ ଦୋକାନ ଘରକୁ ନେଇ ନିର୍ମିତ ଗିରି ମାର୍କେଟ କମ୍ପେକ୍ସର ପରିଚାଳନା ଦାୟିତ୍ବ ପ୍ରଥମେ ବ୍ରହ୍ମପୁର ପୌର ପାଳିକା (Berhampur Municipality) ଏବଂ ପରେ ବ୍ରହ୍ମପୁର ମହାନଗର ନିଗମ ଅଧିନକୁ ଆସିଥିଲା।

Also Read: କଟକଣା ହଟିବା ପରେ ଖୋଲିଲା ବଜାରର; ସ୍ୱାଭାବିକ ହେଉଛି ଜୀବନଯାତ୍ରା

ଗତ ୨୦୦୮ ମସିହା ଠାରୁ ପ୍ରତିବର୍ଷ ୧୦ ପ୍ରତିଶତ ଘରଭଡା ବାବଦକୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ହୋଇଥିବା ବେଳେ ଭଡା ପାଇବା ପରେ ମଧ୍ୟ କୋଠାକୁ ମରାମତି କରିବା କଥାକୁ ଯେମିତି ସମସ୍ତେ ଭୁଲି ଯାଇଛନ୍ତି। ଏନେଇ Zee Odisha ପକ୍ଷରୁ ବିଏମସି କର୍ତ୍ତୃପକ୍ଷଙ୍କ (BMC Authority) ଦୃଷ୍ଟି ଆକର୍ଷଣ କରାଯିବା ପରେ ଏହି ଘଟଣାକୁ ନେଇ ତତ୍ପର ହୋଇଉଠିଛନ୍ତି ବିଏମସି ଡେପୁଟି କମିଶନର (BMC Deputy Commissioner)। ଅତି ଶୀଘ୍ର ସ୍ଥିତି ଏକ ବିଶେଷଜ୍ଞ କମିଟି ଗଠନ କରି କୋଠା ସ୍ଥିତି ବାବଦରେ ତଦାରଖ କରାଯିବବା ସହ ଏନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ସେ।