ଟ୍ରେନ ଧକ୍କାରେ ୩ ଅଣଓଡ଼ିଆ ଶ୍ରମିକ ମୃତ
Advertisement
Article Detail0/zeeodisha/odisha975679

ଟ୍ରେନ ଧକ୍କାରେ ୩ ଅଣଓଡ଼ିଆ ଶ୍ରମିକ ମୃତ

ରବିବାର ରାତିରେ ରେଳ ଧାରଣାରେ ୭ ଜଣ ଚାଲି ଚାଲି ପାଉଥିବା ବେଳେ  ବିଶାଖା-ଟାଟା ନଗର ଡାଉନ ଟ୍ରେନ ଧକ୍କାରେ ଦୁର୍ଘଟଣା ଘଟିଥିଲା।

ପ୍ରତିକାତ୍ମକ ଫଟୋ

ବ୍ରହ୍ମପୁର: ଉପକଣ୍ଠ ହଳଦିଆପଦର ଲେବୁଲ୍ କ୍ରସିଂ ଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରେନ ଧକ୍କାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। ରବିବାର ରାତିରେ ରେଳ ଧାରଣାରେ ୭ ଜଣ ଚାଲି ଚାଲି ପାଉଥିବା ବେଳେ  ବିଶାଖା-ଟାଟା ନଗର ଡାଉନ ଟ୍ରେନ ଧକ୍କାରେ ଦୁର୍ଘଟଣା ଘଟିଥିଲା।

ରେଳବାଇ ପୋଲିସର କହିବା ଅନୁସାରେ, ବିଶାଖା-ଟାଟା ନଗର ଡାଉନ ଟ୍ରେନ ଧକ୍କାରେ ୭ ଶ୍ରମିକଙ୍କ ମଧ୍ୟରୁ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ସମସ୍ତେ ରାଜ୍ୟ ବାହାରର ହୋଇଥିବା ଅନୁମାନ କରାଯାଉଛି। କାହାରି ପରିଚୟ ମିଳିପାରିନାହିଁ। 

Also Read: ସମ୍ପତି ଭାଗବଣ୍ଟାକୁ ନେଇ ଭାଇକୁ ହାଣିଲା ଭାଇ

ଦୁର୍ଘଟଣା ପରେ ଲେବୁଲ କ୍ରସିଂ ଗେଟରେ କାର୍ଯ୍ୟରତ କର୍ମଚାରୀ ଅନ୍ୟ ୪ ଜଣଙ୍କୁ ଅଟକାଇଥିଲେ। ତେବେ ସୁଯୋଗ ନେଇ ସେମାନେ ସେଠାରୁ ଚାଲିଯାଇଥିବା ଜଣାପଡିଛି। ବ୍ରହ୍ମପୁର ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୩ଟି ମୃତଦେହକୁ ଜବତ କରି ତଦନ୍ତ କରୁଛି।