ମୁକୁଳା ପଡିଛି ରେଳଷ୍ଟେସନ; ଫାଇଦା ଉଠାଉଛନ୍ତି ଅପରାଧି
Advertisement
Article Detail0/zeeodisha/odisha880261

ମୁକୁଳା ପଡିଛି ରେଳଷ୍ଟେସନ; ଫାଇଦା ଉଠାଉଛନ୍ତି ଅପରାଧି

ମୁକୁଳା ପଡିଛି ବ୍ରହ୍ମପୁର ରେଳଷ୍ଟେସନ ସୁରକ୍ଷା ବ୍ୟବସ୍ଥା।

ମୁକୁଳା ପଡିଛି ରେଳଷ୍ଟେସନ; ଫାଇଦା ଉଠାଉଛନ୍ତି ଅପରାଧି

ବ୍ରହ୍ମପୁର: ଦକ୍ଷିଣ ଓଡିଶାର ପ୍ରମୁଖ ରେଳ ଷ୍ଟେସନ ଭାବେ ପରିଚିତ ବ୍ରହ୍ମପୁର। ନିତିଦିନ ବିଭିନ୍ନ ଉଦ୍ଦେଶ୍ୟରେ ହଜାର ହଜାର ଲୋକେ ଏହି ଷ୍ଟେସନ ଜରିଆରେ ଯାତାୟତ କରିଥାନ୍ତି ହେଲେ ଢିଲା ସୁରକ୍ଷା ବ୍ୟବସ୍ଥା ହେଉ ଅବା ଆବଶ୍ୟକ ସୁରକ୍ଷାକର୍ମୀଙ୍କ ଅଭାବ କାରଣରୁ ଅନେକ ସମୟରେ ଅପରାଧି ଏହି ରେଳ ଷ୍ଟେସନକୁ ସୁରକ୍ଷିତ ମଣିବା ସହ ଆପତିଜନକ ସାମଗ୍ରୀ ବେଧଡକ ଭାବେ ନେଣଦେଣ କରୁଥିବାର ଅଭିଯୋଗ ହୋଇଛି। 

ନିକଟରେ କିଛି ଗଞ୍ଜେଇ ମାଫିଆଙ୍କୁ ରେଳବାଇ ପୋଲିସ ଯଦିଓ ଗିରଫ କରିଛି ହେଲେ ଆବଶ୍ୟକ କର୍ମଚାରୀଙ୍କ ଅଭାବର ଫାଇଦା ଅପରାଧି ଉଠାଇଥିବା ସ୍ବୀକାର କରିଛି ଖୋଦ ପୋଲିସ। ଏଠାରେ ବେଧଡକ ଭାବେ ନିତିଦିନ ନେଣ ଦେଣ ହେଉଛି ଆପତ୍ତିଜନକ ସାମଗ୍ରୀ। ଭିଡ ଭିତରେ ଭଦ୍ରମୁଖା ତଳେ ଅପରାଧି ଚଳାଉଛନ୍ତି ଅପରାଧିକ କାର୍ଯ୍ୟକଳାପ। ନିରୁପାୟ ପାଲଟିଛି ରେଳବାଇ ପୋଲିସ। ଦକ୍ଷିଣ ଓଡିଶାର ପ୍ରମୁଖ ରେଳଷ୍ଟେସନ କୁହାଯାଉଥିବା ବ୍ରହ୍ମପୁର ରେଳଷ୍ଟେସନର ଇଏ ହେଉଛି ବାସ୍ତବ ଚିତ୍ର। 

Also Read: କୋରୋନା ଆତଙ୍କ; ଗଞ୍ଜାମବାସୀଙ୍କ ଚିନ୍ତା ବଢାଇଲା ପ୍ରବାସୀଙ୍କ ଘର ବାହୁଡା

 

ମୁକୁଳା ପଡିଛି ଷ୍ଟେସନ ପରିସର। ନାଁ ଏଠି ଅଛି ମେଟାଲ ଡିଟେକ୍ଟର ଅଥବା ଲଗେଜ ସ୍କାନର। ଆବଶ୍ୟକ ସୁରକ୍ଷାକର୍ମୀ ନଥିବା ହେତୁ ଅପରାଧି ବେଶ ସୁରକ୍ଷିତ ଭାବେ ନେଣ ଦେଣ କରୁଛନ୍ତି ଆପତିଜନକ ସାମଗ୍ରୀ। ହେଲେ ବେଆଇନ କାର୍ଯ୍ୟକଳାପ ଉପରେ ନଜର ରଖିବା ଜିଆରପି ପୋଲିସ ପାଇଁ କାଠିକର ପାଠ ପାଲଟିଛି। ପ୍ରତିଦିନ ଏହି ଷ୍ଟେସନରେ ହଜାର ହଜାର ଯାତ୍ରୀ ଯାତାୟତ କରୁଛନ୍ତି ସତ ହେଲେ କେତେ ବେଳେ ଅପରାଧି ସାମାନପତ୍ର ଜରିଆରେ ଆପତ୍ତିଜନକ ସାମଗ୍ରୀ ନେଣ ଦେଣ କରୁଛନ୍ତି ତାହା ଧରିବା ଯେମିତି ପୋଲିସ ଲାଗି କଷ୍ଟ ସାଧ୍ୟ ହୋଇ ପଡିଛି। 

Also Read: ବ୍ରହ୍ମପୁରରେ ଜୋର ଧରିଲା ପାସେଞ୍ଜର ଟ୍ରେନ ପୁନଃ ଚଳାଚଳ ଦାବି

 

ବ୍ରହ୍ମପୁର ଜିଆରପି ଥାନାରେ ୧୮ ଜଣ କର୍ମଚାରୀଙ୍କ ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନ ଅଛନ୍ତି ମାତ୍ର ୧୨ ଜଣ କର୍ମଚାରୀ। ଆନ୍ଧ୍ର-ଓଡିଶା ସୀମାନ୍ତବର୍ତ୍ତି ଏହି ଥାନା ରହିଥିବା ହେତୁ ଅପରାଧି ବିଭିନ୍ନ ସମୟରେ ଖଲ୍ଲିକୋଟ, ଗଞ୍ଜାମ, ଛତ୍ରପୁର ଭଳି ଷ୍ଟେସନରୁ ନିଜର ନେଟୱାର୍କ ଚଲାଉଥିବା ଖୋଦ ଥାନା ଅଧିକାରୀ ସ୍ବୀକାର କରିଛନ୍ତି। ସେପଟେ ଜିଲ୍ଲାରେ  ଅପରାଧି ବଢୁଥିବା ବେଲେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରିବା ଲାଗି ଦାବି ହୋଇଛି। 

Also Read: ଅକ୍ଟୋବର ପହିଲାରୁ ଆରମ୍ଭ ହେବ ରେଳସେବା! ସରକାରଙ୍କ ନିଷ୍ପତ୍ତି ଉପରେ ନଜର

 

ସମସ୍ୟା ସମ୍ପର୍କରେ ରେଳ ବିଭାଗର ବାରମ୍ବାର ଦୃଷ୍ଟି ଆକର୍ଷଣ କରିଆସୁଛି ଜିଆରପି ପୋଲିସ। ଯାତ୍ରୀଙ୍କ ଲାଗି ଆବଶ୍ୟକ ସୁବିଧା ସାଙ୍ଗକୁ ଭିତ୍ତିଭୂମିର ଅଭାବ ରହିଥିବା ନେଇ ଅନେକ ଥର ସ୍ବର ଉଠିଥିବା ବେଳେ ନିକଟରେ ରେଳବାଇ ଜିଏମ ବ୍ରହ୍ମପୁର ଗସ୍ତରେ ଆସି ବାସ୍ତବ ସ୍ଥିତି ପରଖିଛନ୍ତି। ବ୍ରହ୍ମପୁର ଏକ ସର୍ବପୁରାତନ ରେଳ ଷ୍ଟେସନ ହୋଇଥିବା ବେଳେ ଏହା ଉପରେ ଅନେକ ଯାତ୍ରୀ ନିର୍ଭର କରୁଥିବା କଥାକୁ ଖୋଦ ଜିଏମ ସ୍ବୀକାର କରିଛନ୍ତି। 

Also Read: ଦକ୍ଷିଣ ଓଡିଶାବାସୀଙ୍କୁ ରେଳସେବା ପ୍ରଦାନ କରିବାକୁ ଉଠିଲା ଦାବି

 

ଏଥିଲାଗି ଅତିଶୀଘ୍ର ବ୍ରହ୍ମପୁର ଷ୍ଟେସନର ଆବଶ୍ୟକ ଭିତ୍ତିଭୂମିର ପୁରଣ କରିବା ସହ ଆଗାମୀ ଦିନରେ ବିଶ୍ୱସ୍ତରୀୟ ଷ୍ଟେସନ ଲାଗି ନୂତନ ରୂପରେଖ ପ୍ରସ୍ତୁତ ସରିଥିବା ଖୋଦ ଜିଏମ କହିଛନ୍ତି। ସେପଟେ ଜନସାଧାରଣଙ୍କ ସମସ୍ୟାକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା କହିଛନ୍ତି ବ୍ରହ୍ମପୁର ସାଂସଦ।