ବିଲରେ ବୁଡ଼ିଲା ସୁନା! ହତାସ ଚଷାପୁଅର ଆତ୍ମହତ୍ୟା, ପ୍ରଶାସନ କରିବ ତନାଘନା
Advertisement

ବିଲରେ ବୁଡ଼ିଲା ସୁନା! ହତାସ ଚଷାପୁଅର ଆତ୍ମହତ୍ୟା, ପ୍ରଶାସନ କରିବ ତନାଘନା

ବର୍ଷା ପାଣିରେ ଲଟପଟ୍ ହେଉଛି ଚାଷୀର ସୁନା। ବାତ୍ଯା ଜୱାଦ ମାଡରେ କ୍ଷେତରେ ଟଳି ପଡିଛି ଧାନ କେଣ୍ଡା। ଉଜୁଡା ଫସଲକୁ ଦେଖି ସହ୍ଯ କରି ନପାରି ଆତ୍ମହତ୍ୟା ବାଟ ଆପଣାଇଲା କି ଚଷାପୁଅ। ଚାଷୀ ଆତ୍ମହତ୍ୟାର ଅସତ୍ୟତା ଜାଣିବା ଲାଗି ଗ୍ରାଉଣ୍ଡ ଜିରକୁ ଯାଇଛି ଜୀ ଓଡିଶା।

ଡିଜାଇନ୍ ଫଟୋ

ବ୍ରହ୍ମପୁର: ବାତ୍ଯା ଚାଲିଗଲା ହେଲେ ତାର ପ୍ରଭାବରେ ଦୁଇ ଦିନିଆ ଲଗାଣ ବର୍ଷା ଚଷାପୁଅର ବର୍ଷକର ଭାତ ହାଣ୍ଡିକୁ ଧୋଇ ନେଲା। ଏଭଳି ପରିସ୍ଥିତିରେ  ମୁଣ୍ଡର ଝାଳକୁ ତୁଣ୍ଡରେ ମାରି ଅମଳ କରିଥିବା ଫସଲକୁ ଆଖି ଆଗରେ ନଷ୍ଟ ହୋଇଯାଉଥିବା ଦେଖି ଚାଷୀ ଆତ୍ମହତ୍ୟାର ବାଟ ଆପଣାଇଛି। ଉଜୁଡ଼ା କ୍ଷେତକୁ ଦେଖି ସହ୍ଯ କରିନପାରି ପାତ୍ରପୁର ବ୍ଳକ୍, ଓଳମ ଗ୍ରାମର ଭାଗ ଚଷୀ କୌଳାସ ସବର କିଟନାସକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିବା ପରେ ସାରା ଜିଲ୍ଲାରେ ଆଲୋଡନ ଖେଳି ଯାଇଛି।  

ବର୍ଷା ପାଣିରେ ଲଟପଟ୍ ହେଉଛି ଚାଷୀର ସୁନା। ବାତ୍ଯା ଜୱାଦ ମାଡରେ କ୍ଷେତରେ ଟଳି ପଡିଛି ଧାନ କେଣ୍ଡା। ଉଜୁଡା ଫସଲକୁ ଦେଖି ସହ୍ଯ କରି ନପାରି ଆତ୍ମହତ୍ୟା ବାଟ ଆପଣାଇଲା କି ଚଷାପୁଅ। ଚାଷୀ ଆତ୍ମହତ୍ୟାର ଅସତ୍ୟତା ଜାଣିବା ଲାଗି ଗ୍ରାଉଣ୍ଡ ଜିରକୁ ଯାଇଛି ଜୀ ଓଡିଶା।

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଓଲମ ଗ୍ରାମର କୈଳାସ ସବର କିଛି ବର୍ଷ ଧରି  ଭାଗ ଚାଷୀ ଭାବେ ଧାନ ଓ ପରିବା ଚାଷ କରି ନିଜ ପରିବାର ପୋଷଣ କରି ଆସୁଥିବା ବେଳେ ପ୍ରକୃତି ଜେମିତି ତାଙ୍କୁ ବାରମ୍ବାର ଦାଉ ସାଧୁଛି। ଏଭଳି ପରିସ୍ଥିତିରେ ଭାଙ୍ଗି ପଡିଥିବା ଆର୍ଥିକ ମେରୁଦଣ୍ଡକୁ ଚଳିତ ବର୍ଷ ସଳଖିବା ଲାଗି ଚେଷ୍ଟା କରିବା ସହ ପିଡିଆ, ଔଷଧ କରଜ କରି ମୁଣ୍ଡର ଝାଳ ତୁଣ୍ଡରେ ମାରି ଦୁଅ ଏକର ଜମିରେ ଭଲ ଅମଳ କରିଥିଲେ। କିନ୍ତୁ ବାତ୍ଯା ଜୱାଦର ପ୍ରଭାବରେ ଲଗାଣ ବର୍ଷା ସବୁ କିଛି ଉଜାଡି ଦେଇଛି। ଆଖି ଆଗରେ ବର୍ଷକର ଭାତହାଣ୍ଡି ଭାସି ଯାଉଥିବା ସହ୍ଯ କରିନପାରି କୈଳାସ କିଟନାସକ ପିଇ ଆତ୍ମହତ୍ୟା ବାଟ ଆପଣା ଥିବା ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Also Read: ଫେରିଗଲା ଜୱାଦ; ଆଜିଠୁ ବଦଳିବ ପାଗ, ଖସିବ ପାରା 

ଭାଗ ଚାଷୀ କୈଳାସଙ୍କ ଆତ୍ମହତ୍ୟାକୁ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଏକ ମାତ୍ର ରୋଜଗାରିଆ ମୁରବୀଙ୍କୁ ହରାଇ ପୁରା ପରିବାର ଭାଙ୍ଗି ପଢିଛନ୍ତି। ସ୍ତ୍ରୀ ସହ ୪ ସନ୍ତାନର ବୋଝ ଏକାକି କୈଳାସ ମୁଣ୍ଡାଇବା ସହ ଝାଟିଛପର ଘରେ କାଳ କାଟି ଆସିଥିବା ବେଳେ ଦଇବ ଜେମି ତି ସବୁକିଛି ଛାରଖାର କରିଦେଇଛି। ଏଭଳି ପରିସ୍ଥିତିରେ ପରିବାର ଲୋକଙ୍କ ଏକମାତ୍ର  ଭରସା ସରକାରଙ୍କ ସହାୟତା ଉପରେ ନଜର ରହିଥିବା ବେଳେ ଘଟଣା ସ୍ଥଳରେ ତହସିଲଦାର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। 

ତହସିଲଦାର ବାବୁ ରାତିଅଧିଆ ତରବରିଆ ତଦନ୍ତ କରି କୌଣସି କ୍ଷତି ହୋଇନଥିବା ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଏହାସହ କୈଳାସଙ୍କ ପରିବାରକୁ ୧୦ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରି ଘଟଣାକୁ ଚାପି ଦେବାକୁ ଉଦ୍ଯମ କରିଛନ୍ତି ବୋଲି ଯୁବ ନେତା ମନୁ ଧ୍ଯାନ ସାମନ୍ତରାୟ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଗ୍ରାମବାସୀ ଅସୋନ୍ତଷ ପ୍ରକାଶ କରିଛନ୍ତି। ଅନ୍ୟପଟେ ଘଟଣାର ତଦନ୍ତ ଲାଗି ଏକ ଟିମ୍ ଗଠନ କରାଯାଇଥିବା ବ୍ରହ୍ମପୁର ଉପଜିଲ୍ଲାପାଳ ଭି କିର୍ତ୍ତି ବାସନ କହିଛନ୍ତି।