କୋରୋନା ମହାମାରୀ ସମୟରେ ରାଜ୍ୟ ପାଇଁ ରୋଲ ମଡେଲ ପାଲଟିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ
Advertisement

କୋରୋନା ମହାମାରୀ ସମୟରେ ରାଜ୍ୟ ପାଇଁ ରୋଲ ମଡେଲ ପାଲଟିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ

କୋଭିଡ୍ କଟକଣାକୁ ମାନି ଲୋକେ ଘରୁ ବାହାରକୁ ବାହାରୁନାହାଁନ୍ତି। 

କୋରୋନା ମହାମାରୀ ସମୟରେ ରାଜ୍ୟ ପାଇଁ ରୋଲ ମଡେଲ ପାଲଟିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ

ବ୍ରହ୍ମପୁର: ରାଜ୍ୟ ପାଇଁ ପୁଣି ଥରେ ଉଦାହରଣ ସାଜିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ। କୋରୋନା ମହାମାରୀ ସମୟରେ ସାମାଜିକ ବ୍ଯବଧାନକୁ ଦୃଷ୍ଟିରେ ରଖି ଗାଁ ଗଣ୍ଡାରେ ସୁବିଧା ଯୋଗାଇ ଦେବା ଲକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ରାଜସ୍ୱ ରଥ କାର୍ଯ୍ୟକ୍ରମକୁ ସ୍ବାଗତ କରିଛନ୍ତି ରାଜ୍ୟ ସରକାର। ବର୍ତ୍ତମାନ ସମୟରେ ଘରକୁ ଘର ବୁଲି ସାଧାରଣ ଲୋକଙ୍କୁ ସୁବିଧା ଯୋଗାଇ ଦେବା ଲକ୍ଷରେ ଜିଲ୍ଲାର ବିଭିନ୍ନ ତହସିଲରେ ଆରମ୍ଭ ହୋଇଛି ରାଜସ୍ବ ରଥ ସେବା। 

ଗଞ୍ଜାମ ଜିଲ୍ଲା ପ୍ରଶାସନର (Ganjam District Adminstration) ଏଭଳି ପଦକ୍ଷେପକୁ ରାଜ୍ୟ ସରକାର ଗ୍ରହଣ କରିଥିବା ବେଳେ ରାଜ୍ୟର ଅନ୍ଯ ସବୁ ଜିଲ୍ଲାପାଳଙ୍କୁ ଗଞ୍ଜାମ ଭଳି ପଦକ୍ଷେପ ଗ୍ରହଣ କରିବାକୁ ଚିଠି ଲେଖିଛନ୍ତି। ଏଥିଲାଗି ରାଜ୍ୟ ପାଇଁ ଗଞ୍ଜାମ ଜିଲ୍ଲା ଏବେ ରୋଲ ମଡେଲ୍ (Role Model) ପାଲଟିଛି। 

Also Read: Corona ମୁକାବିଲା; ସ୍ଥିତି ଅନୁଧ୍ୟାନ କରିବାକୁ ଗଞ୍ଜାମରେ ପହଞ୍ଚିଲେ Odisha DGP

 

ସାରା ରାଜ୍ୟରେ ଏଣିକି ଗଡିବ ରାଜସ୍ୱ ରଥ। ଘର ନିକଟରେ (Door Step) ମିଳିବ ତହସିଲ (Tahasil) ସୁବିଧା। ଗଞ୍ଜାମ ମଡେଲକୁ ଆପଣାଇବା ଲାଗି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। କୋରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କ ସରକାରୀ କାର୍ଯ୍ୟାଳୟ ଆଗମନ ଉପରେ ଜାରି ହୋଇଛି କଟକଣା। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ତହସିଲ ପକ୍ଷରୁ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ଏକ ଭିନ୍ନ ପ୍ରୟାସ ଆରମ୍ଭ କରାଯାଇଛି। 

ଜିଲ୍ଲାରେ ଲକଡାଉନ ଜାରି ରହିଥିବା କାରଣରୁ ଲୋକଙ୍କ ଘରକୁ ଘର ଯାଇ ବିଭିନ୍ନ ସମସ୍ୟା ବୁଝିବାକୁ ରାଜସ୍ବ ରଥ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ପ୍ରଥମେ ଗଞ୍ଜାମ ଜିଲ୍ଲାର ସଦର ମହକୁମା (Ganjam District Headquarter) ଛତ୍ରପୁର ଠାରେ ତହସିଲଦାର ନୀଳ ମାଧବ ଭୋଇ ଏହାର ଶୁଭାରମ୍ଭ କରିବା ସହ ଛତ୍ରପୁର ତହସିଲ ଅଧିନରେ ଥିବା ରାଜସ୍ବ ମଣ୍ଡଳ ଛତ୍ରପୁର, ପୋଡାପଦର, ଚମାଖଣ୍ଡି, କାଳିପଲ୍ଲି, ନରେନ୍ଦ୍ରପୁର, ଟାଙ୍ଗଣାପଲ୍ଲି, ବଉଳଗାଁ, ପୋଟଲାମପୁର, ବିପୁଳିଙ୍ଗି ମଣ୍ଡଳ ଅଧିନରେ ରହିଥିବା ଗ୍ରାମକୁ ଯାଇ ଚଳିତ ମାସ ୧୦ ତାରିଖରୁ ୩୧ ପର୍ଯ୍ୟନ୍ତ ରାଜସ୍ବ ରଥ ବୁଲି ବୁଲି ଲୋକଙ୍କୁ ସେବା ଯୋଗାଇବ। 

Also Read: Corona Alert: ଫେରୁଛନ୍ତି ଦାଦନ, ସତର୍କ ହୋଉଠିଲା ପ୍ରଶାସନ

 

ପରବର୍ତ୍ତୀ ସମୟରେ  ଏହି କାର୍ଯ୍ୟକ୍ରମ ସମଗ୍ର ଜିଲ୍ଲାରେ ଚାଲୁ ରହିଛି। ଏହା ଦ୍ବାରା ଜନ ସାଧାରଣ ବେଶ୍ ଉପକୃତ ହୋଇପାରିବେ ବୋଲି କହିଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ (Berhampur Sub Collector) ତଥା ଗଞ୍ଜାମ ଜିଲ୍ଲା କୋଭିଡ୍ ପରିଚାଳନା କମିଟି ଅଧ୍ଯକ୍ଷ ଭି.କୀର୍ତ୍ତି ଭାସନ୍। ଗଞ୍ଜାମ ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ରାଜ୍ୟର ସବୁ ଅଞ୍ଚଳରେ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି। ଏହା ନିଶ୍ଚିତ ଭାବେ ଖୁସିର କଥା ବୋଲି କହିଛି ଜିଲ୍ଲା ପ୍ରଶାସନ। କୋଭିଡ୍ ସମୟରେ ଯେମିତି ଲୋକଙ୍କ ଅଧିକ ନିକଟତର ହୋଇ ଭଲ ସେବା ଯୋଗାଇବୁ ସେଥିପ୍ରତି ଆମର ସ୍ବତନ୍ତ୍ର ଧ୍ଯାନ ରହିଛି ବୋଲି କହିଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ। ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି।

Also Read: Corona Alert: କୋରୋନା ମହମାରୀକୁ ରୋକିବାକୁ ଅଣ୍ଟାଭିଡିଲେ ରେଶମ ନଗରୀ ବାସିନ୍ଦା

 

କୋଭିଡ୍ କଟକଣାକୁ ମାନି ଲୋକେ ଘରୁ ବାହାରକୁ ବାହାରୁନାହାଁନ୍ତି। ସରକାରୀ କାର୍ଯ୍ୟାଳୟକୁ ଆସିବା ପାଇଁ ମନା କରାଯାଇଛି। ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କୁ ସେବା ଯୋଗାଇବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜସ୍ୱ ରଥ କାର୍ଯ୍ଯକ୍ରମ ଆରମ୍ଭ କରିଛନ୍ତି। ଏହା ଦ୍ବାରା ପଟ୍ଟା, ଓଏଲ୍ଆର୍, ଜାତିଗତ ପ୍ରମାଣପତ୍ର ଭଳି ବହୁ ସୁବିଧା ସୁଯୋଗ ପାଇ ପାରୁଛନ୍ତି। ଏଭଳି ସେବା ପାଇ ଖୁସି ଜାହିର କରିବା ସହ ଜିଲ୍ଲା ପ୍ରଶାସନକୁ ଧନ୍ଯବାଦ ଜଣାଇଛନ୍ତି ସାଧାରଣ ଲୋକେ।

Also Read: ବଢୁଛି କୋରାନା ସଂକ୍ରମଣ ମାମଲା, ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ନଜର

 

ଗଞ୍ଜାମ ଜିଲ୍ଲା ପ୍ରଶାସନ ଡୋର୍ ଟୁ ଡୋର୍ ସେବା (Door to Door Tahasil Service) ସାଧାରଣରେ ପ୍ରଶଂସନୀୟ ହୋଇପଡିଥିବା ବେଳେ ଏବେ ଏହା ରାଜ୍ୟ ପାଇଁ ରୋଲ୍ ମଡେଲ୍ ହୋଇଛି।