Corona Second Wave: ନବଜାତକଙ୍କ ପାଇଁ ବଢିଲା ସମସ୍ୟା
Advertisement

Corona Second Wave: ନବଜାତକଙ୍କ ପାଇଁ ବଢିଲା ସମସ୍ୟା

କୋରୋନା ମହମାରୀର ଦ୍ୱିତୀୟ ଲହରରେ ନବଜାତକଙ୍କ ପାଇଁ ସମସ୍ୟା ବଢିବାରେ ଲାଗିଛି। 

Corona Second Wave: ନବଜାତକଙ୍କ ପାଇଁ ବଢିଲା ସମସ୍ୟା

ବ୍ରହ୍ମପୁର: କୋରୋନା ମହମାରୀର ଦ୍ୱିତୀୟ ଲହରରେ ସଂକ୍ରମିତ ହେଲେଣି ଶିଶୁ। ସଦ୍ୟ ଏପରି ଘଟଣା ଦେଖିବାକୁ ମିଳିଛି ବହ୍ମପୁର ସହରରେ। ଗତ ସୋମବାର ସହରର ହାଉସିଂ ବୋର୍ଡ଼ ଠାରେ ରହୁଥିବା ଜଣେ ୧୦ ବର୍ଷୀୟ କୋରୋନା ଆକ୍ରାନ୍ତ ନାବାଳକଙ୍କ ମୃତ୍ୟୁ ହୋଇଥିଲା। ଶୁକ୍ରବାର ପୁଣି ଏମ୍‌କେସିଜି ମେଡିକାଲରେ ଜଣେ ୧୦ ଦିନର ଶିଶୁର ମୃତ୍ୟୁ ହୋଇଥିବା ବେଳେ ୧୬ ଦିନର ଅନ୍ୟ ଜଣେ ଶିଶୁ ଗୁରୁତର ରହିଛି। 

ହେଲେ ଉଭୟ ନବଜାତଙ୍କ ମାଆ ବାପାଙ୍କ କୋରୋନା ରିପୋର୍ଟ ନେଗେଟିଭ୍‌ ରହିଥିବାରୁ ଶିଶୁ କିଭଳି ସଂକ୍ରମିତ ହେଲେ ତାହାକୁ ନେଇ ଆଲୋଡନ ସୃଷ୍ଟି ହୋଇଛି। ଗତ ୯ ତାରିଖରେ ଜନ୍ମିତ ଜଣ ଶିଶୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାର ତାକୁ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡ଼ିକାଲର (Berhampur MKCG Medical) ଶିଶୁ ବିଭାଗରେ (Pediatrics Department) ଭର୍ତ୍ତି କରାଯାଇଥିଲା। ସେ ସମୟରେ ଶିଶୁ ବିଭାଗ ମୁଖ୍ୟ ଡ.ସୁନୀଲ ଅଗ୍ରୱାଲ ତାହାର ଆଣ୍ଟିଜେନ୍‌ ଟେଷ୍ଟ (Antigen Test) କରିବାରୁ ରିପୋର୍ଟ ପଜିଟିଭ୍‌ ଆସିଥିଲା।

Also Read: ଦୂର ହେବ ରୋଗୀଙ୍କ ସମସ୍ୟା; MKCG Medical ଠାରେ ନିର୍ମିତ ହେଉଛି Oxygen Tank

ଏହା ପରେ ସମ୍ପୃକ୍ତ ଶିଶୁର ମାଆ ବାପାଙ୍କ କୋରୋନା ପରୀକ୍ଷା କରାଯାଇଥିଲା ମଧ୍ୟ ସେମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ସଂକ୍ରମିତ ଶିଶୁକୁ ଏସ୍‌ଏନ୍‌ସିୟୁ ଅଧିନସ୍ଥ କୋଭିଡ୍ କର୍ନର (SNCU Covid Corner) ଠାରେ ଚିକିତ୍ସା କରାଯାଉଥିଲା। ଶୁକ୍ରବାର ଅପରାହ୍ନରେ ତାହାର ମୃତ୍ୟୁ ଘଟିଥିବା ଡ.ଅଗ୍ରୱାଲ କହିଛନ୍ତି। ସେହିପରି ୧୬ ଦିନ ତଳେ ଜନ୍ମିତ ଶିଶୁ ମଧ୍ୟ ନିଃଶ୍ୱାସ ନେଇ ନପାରିବାରୁ ଗତ ଗୁରୁବାର ଏମ୍‌କେସିଜି ଶିଶୁ ବିଭାଗରେ ଭର୍ତ୍ତି କରାଯାଇଥିଲା। ତାହାର ଆଣ୍ଟିଜେନ୍‌ ପରୀକ୍ଷା ପରେ କୋରୋନା ପଜିଟିଭ୍‌ ଥିବା ଜଣାପଡ଼ିଥିଲା। 

Also Read: ମେଡିକାଲରେ ଅଯଥା ଭିଡ ନଜମାଇବାକୁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳଙ୍କ ନିବେଦନ

ମାଆ ବାପାଙ୍କ ରିପୋର୍ଟ ନେଗେଟିଭ୍‌ ରହିଥିଲା। ଶିଶୁ ବିଭାଗର କୋଭିଡ୍ କର୍ନରରେ ଚିକିତ୍ସିତ ଶିଶୁର ଅବସ୍ଥା ଗୁରୁତର ହେବାରୁ ଏମକେସିଜିରେ ଥିବା ଡେଡିକେଟେଡ କୋଭିଡ୍‌ ହସ୍ପିଟାଲ ଠାରେ ଚିକିତ୍ସା ଚାଲିଥିବା ଡ.ଅଗ୍ରୱାଲ କହିଛନ୍ତି।