ମାଁ କଙ୍କଣ ଦେବୀ ପୀଠ; ଏଠାରେ ପିଠା-ପଣା ମାନସିଲେ ହଜିଥିବା ଜିନିଷ ମିଳେ!
Advertisement

ମାଁ କଙ୍କଣ ଦେବୀ ପୀଠ; ଏଠାରେ ପିଠା-ପଣା ମାନସିଲେ ହଜିଥିବା ଜିନିଷ ମିଳେ!

ଲୋକେ ଯାହାକୁ ଦେବୀ ବୋଲି ପୂଜା କରନ୍ତି ତାହା ମା କଙ୍କଣ ଦେବୀ ଏକ ବିରାଟ ପଥର ଖଣ୍ଡ। ଯାହାର ଉଚ୍ଚତା ୫୭ ଫୁଟ ଆଉ ମୋଟେଇ ୫ ଫୁଟ। ଏହି ବିରାଟ ପଥରଟି ଗୋଟିଏ ଛୋଟ ପଥର ଉପରେ ଶୂନ୍ୟରେ ରହିଥିବା ଦେଖିବାକୁ ମିଳେ।  

ଡିଜାଇନ୍ ଫଟୋ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ଆସିକାରୁ ବୁଗୁଡ଼ା ଯିବା ରାସ୍ତାର ପାଶ୍ୱରରେ ରହିଛି ଭେଟନଈ ଗ୍ରାମ। ଗ୍ରାମଠାରୁ ମାତ୍ର ଦୁଇ କିଲୋମିଟର ଦୂରରରେ ପାହାଡ଼ ଉପରେ ଅଞ୍ଚଳର ପ୍ରତ୍ୟେକ୍ଷ ଦେବୀ "ମା କଙ୍କଣ ଦେବୀ" ବିରାଜମାନ କରୁଛନ୍ତି। ଘଞ୍ଚ ଜଙ୍ଗଲ ମଧ୍ୟରେ ଆବ୍ରିଭୁତା ମା କଙ୍କଣ ଦେବୀ ପୀଠକୁ ଯିଏ ଆସେ ତାହାର ମନସ୍କାମନା ପୂରଣ ହୋଇଥାଏ ବୋଲି ଲୋକେ କୁହନ୍ତି। 

ଲୋକେ ଯାହାକୁ ଦେବୀ ବୋଲି ପୂଜା କରନ୍ତି ତାହା ମା କଙ୍କଣ ଦେବୀ ଏକ ବିରାଟ ପଥର ଖଣ୍ଡ। ଯାହାର ଉଚ୍ଚତା ୫୭ ଫୁଟ ଆଉ ମୋଟେଇ ୫ ଫୁଟ। ଏହି ବିରାଟ ପଥରଟି ଗୋଟିଏ ଛୋଟ ପଥର ଉପରେ ଶୂନ୍ୟରେ ରହିଥିବା ଦେଖିବାକୁ ମିଳେ।  କେଉଁ ଅବାହାମାନ କାଳରୁ ଏଠାରେ ଲୋକେ ମା କଙ୍କଣ ଦେବୀଙ୍କୁ ପୂଜା କରି ଆସୁଥିବା ବେଳେ ଘୁମୁସରର ଭଞ୍ଜବଂଶୀୟ ରାଜାଙ୍କମାନେ ମଧ୍ୟ ଏଠାକୁ ଆସି ମା'ଙ୍କ ପୂଜାର୍ଚ୍ଚନା କରୁଥିଲେ। ସେହି ସମୟରେ ଏହି ସ୍ଥାନଟି ଏକ ଘଂଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ପ୍ରତିଦିନ ରାଜା ଆସି ମାଙ୍କ ଦର୍ଶନ କରୁଥିଲେ। 

Also Read: ଆଜି ଓଡ଼ିଆ ନବବର୍ଷ: ଜାଣନ୍ତୁ, ପଣା ସଂକ୍ରାନ୍ତି ପଛରେ ଥିବା ବୈଜ୍ଞାନିକ କାରଣ

ଲୋକକଥା ଅନୁସାରେ, ଦିନେ ରାଜା ଯେଉଁ ସ୍ଥାନକୁ ଯାଉଛନ୍ତି ତାହା ଜାଣିବା ପାଇଁ ଲୋକେ କୌତୁହଳରେ ଏଠାକୁ ଚାଲିଆସିଲେ। ସେଠାରେ ସେମାନେ ଦେଖିଲେ ଯେ, ଏକ ବିରାଟ ପଥରକୁ ରାଜା ପୂଜା କରି ଫେରୁଛନ୍ତି। ସେହି ଦିନ ଠାରୁ ସ୍ଥାନୀୟ ଅଞ୍ଚଳର ଲୋକେ ମା'ଙ୍କ ପୂଜା କରି ଆସୁଛନ୍ତି। ଗଞ୍ଜାମସ୍ଥିତ ବିଭିନ୍ନ ଶକ୍ତି ପୀଠ ଗୁଡିକରେ ପୂଜା ପାଉଥିବା ଦେବୀମାନେ ପରସ୍ପରର ଭଉଣୀ ବୋଲି ବିଶ୍ୱାସ ରହିଛି। ସେଥିମଧ୍ୟରୁ ମା କଙ୍କଣଦେବୀ ସାନ ଭଉଣୀ। ଯଦି କାହାର କିଛି ହଜି ଯାଇଥାଏ ତେବେ ସେ ମାଙ୍କ ପାଖାରେ କୁଣ୍ଡା ପୋଡ଼ ପିଠା ଓ ପଣା ଭୋଗ ମନାସିଲେ ହଜି ଜିତଥିବା ଜିନିଷ ମିଳିଯାଏ ବୋଲି ଏହି ପୀଠର ମାହାତ୍ମ୍ୟ ରିହିଛି।

fallback

ମାଙ୍କ ନାମ କଙ୍କଣ ଦେବୀ ରହିବା ପଛର କାରଣ 

କୁହାଯାଏ, ପୂର୍ବେ ମା ବିରାଜମାନ କରୁଥିବା ପାହାଡ଼ର ତଳକୁ ଝିଅ ରୂପରେ ଆସି ପିଲାଙ୍କ ସହ ଖେଳେ ଓ ପରେ ସେମାଙ୍କୁ ନେଇ ଯାଏ। କିଛି ଦିନ ପରେ ନିଖୋଜ ହୋଇ ଯାଇଥିବା ପିଲାର କେବଳ କଙ୍କାଳ ପଡିଥିବା ଦେଖିବାକୁ ମିଳିଥାଏ। ସେଥିପାଇଁ ମା ଙ୍କ ନାମ କଙ୍କଣ ଦେବୀ ରଖା ଯାଇଛି। ଏଠାକାର ସବୁଠାରୁ ବଡ଼ ଘଟଣା ହେଲା ଦୋଳପୁର୍ଣ୍ଣମାରେ ସବୁଠାରୁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ଏହି ପୀଠଟି ଲୋକାଲୋଚନକୁ ଆସିବା ପରେ ପାହାଡ଼ ପର୍ବତ ଘେରା ଏହି ସ୍ଥାନଟିର ଅନେକ କିଛି ଉନ୍ନତି ମୂଳକ କାଯ୍ୟହୋଇଥିବା ବେଳେ ଏବେ ମଧ୍ୟ ଅନେକ କିଛି କରିବାର ଆବଶ୍ୟକତା ରହିଛି।