ନାଇଡୁପଲ୍ଲି ବିସ୍ଫୋରଣ ଘଟଣା: ବେଆଇନ ଭାବେ ଗଚ୍ଛିତ ଥିଲା ବିସ୍ଫୋରକ, ଜଣେ ଗିରଫ
Advertisement

ନାଇଡୁପଲ୍ଲି ବିସ୍ଫୋରଣ ଘଟଣା: ବେଆଇନ ଭାବେ ଗଚ୍ଛିତ ଥିଲା ବିସ୍ଫୋରକ, ଜଣେ ଗିରଫ

ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଘଟଣା ସ୍ଥଳରେ ବ୍ରହ୍ମପୁର ଏସପି ଓ ତହସିଲଦାର, ବୋମସ୍କ୍ବାଡ ଓ ସାଂଇଟିଫିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି।

ନାଇଡୁପଲ୍ଲି ବିସ୍ଫୋରଣ ଘଟଣା: ବେଆଇନ ଭାବେ ଗଚ୍ଛିତ ଥିଲା ବିସ୍ଫୋରକ, ଜଣେ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ନାଇଡୁପଲ୍ଲି ଗ୍ରାମ ନିକଟସ୍ଥ ଏକ ପଥର କ୍ରସର ପରିସରରେ ଭୟଙ୍କର ବିସ୍ପୋରଣ ଘଟିଛି। ଘର ଭିତରେ ଗଚ୍ଛିତ ଥିବା ବିସ୍ଫୋରକ ସାମଗ୍ରୀ ହଠାତ୍ ବିସ୍ଫୋରଣ ହେବା ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ସେଥି ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଘଟଣା ସ୍ଥଳରେ ବ୍ରହ୍ମପୁର ଏସପି ଓ ତହସିଲଦାର, ବୋମସ୍କ୍ବାଡ ଓ ସାଂଇଟିଫିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି।   

ସମୟ ପ୍ରାୟ ଅପରାହ୍ଣ ୧୧ ଟା। ହଠାତ୍ ଥରି ଉଠିଲା ନାଇଡୁପଲ୍ଲି ଗ୍ରାମ। ନିମିସକ ମାତ୍ରକେ ଖିନ୍ ବିନ୍ ହୋଇ ଛିଟିକି ପଡିଲା ରକ୍ତ ଓ ମାଂସ ପିଣ୍ଡୁଳା। ଚତ୍କାର କରି ଉଠିଲେ ଆଖ ପାଖ ପାଞ୍ଚଖଣ୍ଡ ଗ୍ରାମର ଲୋକେ। ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି (Kukudakhandi) ବ୍ଲକ ଅନ୍ତର୍ଗତ ନାଇଡୁପଲ୍ଲି ଗ୍ରାମ ନିକଟସ୍ଥ ପଥର କ୍ରସର (stone crusher) ପରିସରରେ ଦେଖିବାକୁ ମିଳିଥିଲା ଏଭଳି ଛାତି ଥରା ଦୃଶ୍ୟ। ଘର ଭିତରେ ବିସ୍ଫୋରଣ (blast) ଘଟିବା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଦୁଇଜଣ ହେଲେ ଏ. ସନ୍ତୋଷ ଓ ସୁରେଶ ଓରଫ କଡକା। 

Also Read: ପଥର କୁଆଁରୀ ନିକଟରେ ବିସ୍ଫୋରଣ; ୨ ମୃତ, ୩ ଗୁରୁତର

ବିସ୍ଫୋରଣ (Gamjam Blast) ର ଖବର ପାଇ ସ୍ଥାନୀୟ ସରପଞ୍ଚ ଓ ପୋଲିସ (Ganjam Police) ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଇଥିବା ବେଳେ ଦୁଇ ଜଣଙ୍କର ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ସେମାନଙ୍କୁ MKCGରୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ୩ ବଖରା ଘର ସମ୍ପୁର୍ଣ୍ଣ ଧ୍ୱଂସ ହୋଇ ଯାଇଥିଲା। ଦୁର୍ଘଟଣା ସ୍ଥଳ ଠାରୁ ୧୦ ମିଟର ଦୂର ପର୍ଯ୍ୟନ୍ତ ରକ୍ତ ଓ ମାଂସ ଛିଟିକି ପଡିଥିଲା। 

ତେବେ କେଉଁ ପରିସ୍ଥିତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଲା ଓ ବାସ୍ତବରେ ବିସ୍ଫୋରଣର ପ୍ରକୃତ କାରଣ କଣ ତାହା ଜାଣିବା ପୋଲିସ ଓ ପ୍ରଶାସନ ପାଇଁ କଡା ଚ୍ଯାଲେଞ୍ଜ ସୃଷ୍ଟି କରିଛି। ସାଂଇଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତନ ତନ କରି ଯାଞ୍ଚ କରିଥିବା ବେଳେ ବେଆଇନ୍ ଭାବେ ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ହିଁ ଦୁର୍ଘଟଣା (Accident) ପ୍ରକୃତ କାରଣ ବୋଲି ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।