ଲୋଭନୀୟ ଅଫର ଦେଖାଇ ଠକିଦେଲା ଅନଲାଇନ ବିଦେଶୀ ଟଙ୍କା ଲଗାଣକାରୀ ସଂସ୍ଥା
Advertisement
Article Detail0/zeeodisha/odisha973440

ଲୋଭନୀୟ ଅଫର ଦେଖାଇ ଠକିଦେଲା ଅନଲାଇନ ବିଦେଶୀ ଟଙ୍କା ଲଗାଣକାରୀ ସଂସ୍ଥା

ସାଇବର ଠକଙ୍କ ଫୋକସରେ ଏବେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ।

ଲୋଭନୀୟ ଅଫର ଦେଖାଇ ଠକିଦେଲା ଅନଲାଇନ ବିଦେଶୀ ଟଙ୍କା ଲଗାଣକାରୀ ସଂସ୍ଥା

ବ୍ରହ୍ମପୁର: କୋରୋନା କାଳରେ ବେଧଡକ ମାତିଛନ୍ତି ସାଇବର ଠକ। ଲକ ଡାଉନ ସମୟରେ ଘରେ ବସି ରାତି ଅଧିଆ ମାଲାମାଲ୍ ହେବାର ସ୍ବପ୍ନ ଦେଖାଇ ନିଜର ଜାଲରେ ଛନ୍ଦି ନେଇ ଯୁବପିଢିଙ୍କୁ ଠକୁଛନ୍ତି। ଅନଲାଇନ୍ ଆପ୍ ମାଧ୍ୟମରେ ଆକର୍ଷଣୀୟ ଅଫର୍ ଦେଇ ଦୈନିକ ହଜାର ହଜାର ଟଙ୍କା ଆୟ କରିବାର ପ୍ରଲୋଭନ ଦେଇ ଠକି ନେଉଛନ୍ତି କୋଟି କୋଟି ଟଙ୍କା। 

ଗଜପତି ଜିଲ୍ଲାର ଶତାଧିକ ଲୋକ ଅନଲାଇନ୍ ଠକ ଆପ ସଂସ୍ଥା ଦ୍ବାରା ଠକେଇର ଶିକାର ହେବା ପରେ ନ୍ଯାୟ ପାଇଁ ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ନିକଟରେ ଦ୍ବାରସ୍ଥ ହୋଇଛନ୍ତି। ସେପଟେ ଅଭିଯୋଗକୁ ଭିତ୍ତି କରି ଏ ଘଟଣାର ତଦନ୍ତ କରିବାକୁ ସାଇବର ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଆଇଜି। 

Also Read: ମାତିଛନ୍ତି ସାଇବର ଲୁଟେରା; ଅନ ଲାଇନ୍ ଅର୍ଥ କାରବାର ବେଳେ ସତର୍କ ରହିବାକୁ ପରାମର୍ଶ ଦେଲେ SP

ସାଇବର ଠକଙ୍କ ଫୋକସରେ ଏବେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଅନଲାଇନ୍ ଆପ ମାଧ୍ୟମରେ ମିଳୁଛି ଲୋଭନୀୟ ଅଫର। ଯୁବପିଢିଙ୍କୁ ରାତି ଅଧିଆ କୋଟି ପତି କରିଦେବାର ସ୍ବପ୍ନ ଦେଖାଇ କୋଟି କୋଟି ଟଙ୍କାର ଠକେଇ। ଗଜପତି ଜିଲ୍ଲା ନୂଆଗଡ ବ୍ଲକର ହଜାର ହଜାର ଲୋକ ଏକ ଠକ ଅନଲାଇନ୍ ଆପ୍ ସଂସ୍ଥାରେ ଟଙ୍କା ଜମା କରିଥିଲେ। ହେଲେ ଏହି ସଂସ୍ଥା ଟଙ୍କା ଜମା କରିଥିବା ଚୂନ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। କୋରୋନା କାଳରେ ଲକ ଡାଉନ ଯୋଗୁଁ ଅନେକ ଯୁବକ କାମ ଧନ୍ଦା ହରାଇ ହାତରେ ହାତ ବାନ୍ଧି ବସିଥିବା ବେଳେ ଘରେ ରହି ଟଙ୍କା ରୋଜଗାର କରିବାର ସ୍ବପ୍ନ ଦେଖାଇଥିଲା କ୍ଯୁଡୋ, ନାଇସ୍ ସେର ନାମକ ଏକ ଟଙ୍କା ଲଗାଣକାରୀ ବୈଦେଶିକ ସଂସ୍ଥା।  

ପ୍ରଥମେ ମେସେଜ ଏବଂ ତାପରେ ୱାଟସପ୍ ଜରିଆରେ ଚାଟିଂ କରି ଅନଲାଇନ ଆପ୍ ମାଧ୍ଯମରେ ଯୁବପିଢିଙ୍କ ମନ ଜିଣିବା ଲାଗି କମ୍ ଟଙ୍କା ଜମାରେ ଦୈନିକ ୫ ହଜାର ଟଙ୍କା ପ୍ରଦାନ। ପରବର୍ତ୍ତୀ ସମୟରେ ଚେନ୍ ସିଷ୍ଟମରେ ହଜାର ହଜାର ଯୁବକଙ୍କୁ ସାମିଲ୍ କରି ୫ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ଚୁନା ଲଗାଇଥିବା ଅଭିଯୋଗ ହୋଇଛି। 

Also  Read: ବଢିଚାଲିଛି ଅନଲାଇନ ଠକେଇ, ଆଇଟି ପ୍ରଫେସନାଲଙ୍କୁ ଚୂନ ଲଗାଇଲେ ସାଇବର ଲୁଟେରା

ଆଦିବାସୀ ଅଞ୍ଚଳର ଯୁବପିଢିଙ୍କୁ ଆକୃଷ୍ଟ କରିବା ଲାଗି ଉକ୍ତ ସଂସ୍ଥା ବିଦେଶୀ ମହିଳାଙ୍କୁ ସାମିଲ କରିଥିଲା। ୱାଟସପ କଲ କିମ୍ବା ଭଏସ୍ କଲ ମାଧ୍ୟମରେ ଅତି ଚତୁରତାର ସହ ଗଜପତି ଜିଲ୍ଲାର ଅନେକ ପ୍ରଭାବଶାଳୀ ଲୋକଙ୍କୁ ମଧ୍ୟ ନିଜ ମାୟା ଜାଲରେ ଛନ୍ଦି ଦେଇଥିବା ଜଣାପଡିଛି। ବିଗତ ୬ ମାସ ଧରି ଉକ୍ତ ସଂସ୍ଥା ଟଙ୍କା ନେଣଦେଣ କରି ଆସୁଥିବା ବେଳେ ହଠାତ୍ ଗତ ମାସ ପର ଠାରୁ ସେହି ଆପ ଆଉ କାମ କରୁନଥିବା ଜଣାପଡିବା ପରେ  ଓଡିଶା ପୋଲିସ ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜିଙ୍କ ନିକଟରେ ଦ୍ବାରସ୍ଥ ହୋଇଛନ୍ତି ଠକାମୀର ଶୀକାର ହୋଇଥିବା ଲୋକେ। ସେପଟେ କୋଟି କୋଟି ଟଙ୍କା ଠକେଇ ହୋଇଥିବା ନେଇ ଖୋଦ୍ ଡିଆଇଜି ହୃଦବୋଧ କରିବା ପରେ ସାଇବର ସେଲକୁ ଏ ଘଟଣାର ତଦନ୍ତ କରିବାକୁ  ନିର୍ଦ୍ଦେଶ ଦେଇଛନ୍ତି।