ଶିକ୍ଷକ ମରୁଡିରେ ପୀଡିତ ବିଦ୍ୟାଳୟ: କିପରି ହେବ ଗୁଣାତ୍ମକ ଶିକ୍ଷାଦାନ?
Advertisement
Article Detail0/zeeodisha/odisha971928

ଶିକ୍ଷକ ମରୁଡିରେ ପୀଡିତ ବିଦ୍ୟାଳୟ: କିପରି ହେବ ଗୁଣାତ୍ମକ ଶିକ୍ଷାଦାନ?

ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ କାରଣରୁ ଗୁଣାତ୍ମକ ଶିକ୍ଷାଦାନକୁ ପ୍ରଶ୍ନ ଉଠିବା ସହ ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି।  

ଶିକ୍ଷକ ମରୁଡିରେ ପୀଡିତ ବିଦ୍ୟାଳୟ: କିପରି ହେବ ଗୁଣାତ୍ମକ ଶିକ୍ଷାଦାନ?

ବ୍ରହ୍ମପୁର: ଶିକ୍ଷା ବ୍ୟବସ୍ଥାରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବା ଲାଗି ରୂପରେଖ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଆଧୁନିକ ଯୁଗ ସହ ତାଳ ଦେଇ ଛାତ୍ରଛାତ୍ରୀଙ୍କୁ ଆଗକୁ ବଢାଇବା ସହ ସ୍ମାର୍ଟ କ୍ଲାସ୍ ରୁମ୍ ମାଧ୍ୟମରେ ପିଲାଙ୍କୁ ସ୍ମାର୍ଟ କରିବାର ଲକ୍ଷ ରଖାଯାଇଛି। ରାଜ୍ୟରୁ ପାଇଲଟ ପ୍ରଜେକ୍ଟ ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ଶିକ୍ଷା ନୀତିରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲାର ଶେରଗଡ ଓ ହିଞ୍ଜଳିକାଟୁ ବ୍ଲକର ୫୦ ବିଦ୍ୟାଳୟକୁ ମଡେଲ୍ ସ୍କୁଲରେ ପରିଣତ କରାଯାଇଛି।

ଏନେଇ ମାଳ ମାଳ ବିଧାୟକଙ୍କ ଉପସ୍ଥିତିରେ ମେଗା ଉଦଘାଟନ ଉତ୍ସବ ଚାଲିଛି। ହେଲେ ଜିଲ୍ଲାର ଅନେକ ହାଇସ୍କୁଲର ବାସ୍ତବତା କିନ୍ତୁ ସମସ୍ତଙ୍କୁ ଚକ୍କିତ କରିବା ଭଳି ସ୍ଥିତିରେ ରହିଛି। କେଉଁଠି ଜଣେ ଖେଳ ଶିକ୍ଷକ ପିଲାଙ୍କ ଭବିଷ୍ୟତ ମୁଣ୍ଡାଇଛି ତ ଆଉ କେଉଁଠି ହାତ ଗଣତି ଶିକ୍ଷକଙ୍କ କାରଣରୁ ସୁତାଖିଅରେ ଝୁଲୁଛି ପିଲାଙ୍କ ଭବିଷ୍ୟତ। ଦେଖିବା Zee Odisha Exclusive Report।

ଗଞ୍ଜାମ ଜିଲ୍ଲାରେ ପଦାକୁ ଆସିଲା ଶିକ୍ଷା ବ୍ୟବସ୍ଥାର ଅସଲ ଚିତ୍ର। ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ଭିତରେ ସୀମିତ ଗୁଣାତ୍ମକ ଶିକ୍ଷା। ସ୍ମାର୍ଟ କ୍ଲାସ୍ ଭିତରେ ବନ୍ଧା ଛାତ୍ରଛାତ୍ରୀଙ୍କ ସ୍ମାର୍ଟ ଭବିଷ୍ଯତ ସ୍ବପ୍ନ। ଅଭାବୀ ଶିକ୍ଷକ ପଦବୀକୁ ପୂରଣ କରିବା   ପୁର୍ବରୁ  ସରକାରଙ୍କ ମଡେଲ ସ୍କୁଲ ଭିଜନ କୁ ନେଇ ସବୁଠି ଚର୍ଚ୍ଚା। ନଜର ପକାନ୍ତୁ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଅନ୍ତର୍ଗତ ନୂଆଗାଁ ସ୍ଥିତ ସୁଗର ଇଣ୍ଡଷ୍ଟ୍ରି ହାଇସ୍କୁଲ ଉପରେ। ୧୯୮୪ ମସିହା ଠାରୁ ଶିକ୍ଷାଦାନ କରି ଆସୁଥିବା ଏହି ଉଚ୍ଚ ବିଦ୍ୟାଳୟରେ କେବଳ ଜଣେ ହିନ୍ଦୀ ଶିକ୍ଷୟତ୍ରୀଙ୍କ ଉପରେ ରହିଛି ଉଭୟ ନବମ ଦଶମ ଶ୍ରେଣୀର ୧୨୦ ପିଲାଙ୍କ ଭବିଷ୍ୟତ। 

ଇଂରାଜୀ, ଗଣିତ ଭଳି ବିଷୟରେ ଶିକ୍ଷା ଗ୍ରହଣ କରିବା ଏଠାରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଲାଗି ସାତ ସପନ। ସେହିପରି ବାବନପୁର ଚିନି ଶିଳ୍ପ ହାଇସ୍କୁଲରେ ନବନ ଦଶମ ଶ୍ରେଣୀରେ ୯୫ ଝଣ ପିଲା ପଢୁଥିବା ବେଳେ କେବଳ ଅଛନ୍ତି ଜଣେ ମାତ୍ର ବିଜ୍ଞାନ ଶିକ୍ଷକ ଏବଂ ଅନ୍ୟଜଣେ ଖେଳ ଶିକ୍ଷକ। ଆସିକା ଏନଏସି ହାଇସ୍କୁଲରେ ମଧ୍ୟ ସମାନ ସ୍ଥିତି। କେବଳ ଜଣେ ମାତ୍ର ଖେଳ ଶିକ୍ଷକଙ୍କୁ ନେଇ ଚାଲିଛି ବିଦ୍ୟାଳୟ। ଏହି ବ୍ଲକରେ ୩୪ ହାଇସ୍କୁଲ ରହିଥିବା ବେଳେ ଅନେକ ସ୍ଥାନରେ ଶିକ୍ଷକଙ୍କ ଅଭାବ କାରଣରୁ ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି। 

Also Read: ରାଜ୍ୟ ପ୍ରଗତିରେ ରୋଲ ମଡେଲ ସାଜିବ ଗଞ୍ଜାମ; ବିକାଶ ଦେଖିବାକୁ ଜିଲ୍ଲା ଗସ୍ତରେ ଆସିବେ ବିଧାୟକ

ଗଞ୍ଜାମ ଜିଲ୍ଲାର ୨୨ ବ୍ଲକରେ ପ୍ରାୟ ୫୮୦ ହାଇସ୍କୁଲ ରହିଥିବା ବେଳେ ବିଭିନ୍ନ ବିଷୟର ପାଖାପାଖି ୪ ହଜାର ଶିକ୍ଷକ ପଦବୀ ଆବଶ୍ୟକତା ରହିଛି। ହେଲେ ଜିଲ୍ଲାରେ ଏଭଳି ଅନେକ ଶିକ୍ଷାନୁଷ୍ଠାନ ରହିଛି ଯେଉଁଠି ଶିକ୍ଷକ ମରୁଡି ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାର ବୈପ୍ଲବିକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଗ୍ରାମାଞ୍ଚଳରେ ରହିଥିବା ବିଦ୍ୟାଳୟର ଭିତ୍ତିଭୂମିକୁ ବଦଳାଇ ସ୍ମାର୍ଟ କ୍ଲାସ୍ ସହ ମଡେଲ ସ୍କୁଲ ଗଠନ କରିବାକୁ ପ୍ରୟାସ କରିଛନ୍ତି ରାଜ୍ୟ ସରକାର।

ଏହା ସହିତ ରାଜ୍ୟର ମାଳ ମାଳ ବିଧାୟକ ମନ୍ତ୍ରୀଙ୍କ ଗହଣରେ ଏହି ସ୍କୁଲର ମେଗା ଉଦଘାଟନ ସମାରୋହ ଆୟୋଜନ କରାଯାଇଛି। ଗୋଟିଏ ପଟେ ଉଦଘାଟନ କାର୍ଯ୍ଯକ୍ରମରେ ଯୋଗଦାନ ଦେବାକୁ ଆସିଥିବା ମନ୍ତ୍ରୀ ଶୈକ୍ଷିକ ବାତାବରଣକୁ ଦେଖି ଖୁବ ପ୍ରଶଂସା ଅଜାଡି ଦେଉଥିବା ବେଳେ ଶିକ୍ଷକ ବିନା ଉତ୍ତମ ଶିକ୍ଷାଦାନ କିଭଳି ସେ ନେଇ ପ୍ରଶ୍ନ କରିଛନ୍ତି ଏପରି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ। ସେପଟେ ଅତିଶୀଘ୍ର ଶିକ୍ଷକ ଅଭାବ ସମସ୍ୟାର ସମାଧାନ ଲାଗି ବିହିତ ପଦକ୍ଷେପ ନେବାକୁ ରାଜ୍ୟ ସରକାର ଚିନ୍ତା କରୁଥିବା କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ।