ଆରମ୍ଭ ହେଲା ଶ୍ରେଣୀଗୃହ ପାଠପଢା; ବିଦ୍ୟାଳୟ ପରିଦର୍ଶନ କଲେ ଶିଶୁ ସୁରକ୍ଷା ଆୟୋଗ
Advertisement
Article Detail0/zeeodisha/odisha956056

ଆରମ୍ଭ ହେଲା ଶ୍ରେଣୀଗୃହ ପାଠପଢା; ବିଦ୍ୟାଳୟ ପରିଦର୍ଶନ କଲେ ଶିଶୁ ସୁରକ୍ଷା ଆୟୋଗ

ବିଦ୍ୟାଳୟ ଖୋଲିବା ପରେ ଆରମ୍ଭ ହୋଇଛି ଅଚାନକ ପରିଦର୍ଶନ।

ଆରମ୍ଭ ହେଲା ଶ୍ରେଣୀଗୃହ ପାଠପଢା; ବିଦ୍ୟାଳୟ ପରିଦର୍ଶନ କଲେ ଶିଶୁ ସୁରକ୍ଷା ଆୟୋଗ

ଭୁବନେଶ୍ୱର: ଶିଶୁ ସୁରକ୍ଷା ଆୟୋଗକୁ ସ୍କୁଲ ପିଲାଙ୍କ ଚିନ୍ତା। କୋଭିଡ କଟକଣା ମଧ୍ୟରେ ରାଜ୍ୟରେ ଖୋଲିଛି ବିଦ୍ୟାଳୟ। ବିନା ଟିକାରେ ପିଲାଙ୍କ ପାଠ ପଢାର ଭାଗ୍ୟ ଭବିଷ୍ୟତକୁ ଆଖି ଆଗରେ ରଖି ସ୍ବତନ୍ତ୍ର ଏସଓପି ସହ ବିପଦକୁ ମୁଣ୍ଡାଇ ଅଫଲାଇନ ପାଠପଢା ଆରମ୍ଭ ହୋଇଛି। ଏହାପରେ କୋଭିଡ ଭୟ ତଥା ମାର୍ଗଦର୍ଶିକା ଠିକ୍ ଭାବେ ପାଳନ ହେଉଛି କି ନାହିଁ ଏବଂ ଛାତ୍ରଛାତ୍ରୀଙ୍କ ଆଉ କିଛି ସମସ୍ୟା ରହିଛି କି ନାହିଁ ସେସବୁ ପରଖିଛି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ।

ଜିଲ୍ଲା ତଥା ବ୍ଲକ୍ ଶିକ୍ଷାଧିକାରୀଙ୍କ ସମେତ ଆୟୋଗ ଅଧ୍ୟକ୍ଷାଙ୍କ ବିଭାଗୀୟ ଅଧିକାରୀ ପ୍ରମୁଖ ରାଜଧାନୀରେ ଅବସ୍ଥିତ ବିଭିନ୍ନ ସରକାରୀ ଆଉ ବେସରକାରୀ ସ୍କୁଲ ପରିଦର୍ଶନ କରି ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। 

Also Read: ଖୋଲିଲା ବିଦ୍ୟାଳୟ; ଆରମ୍ଭ ହେଲା ଶ୍ରେଣୀଗୃହ ପାଠ ପଢା

ଶିଶୁ ସୁରକ୍ଷା ଆୟୋଗଙ୍କୁ ସ୍କୁଲ ପିଲାଙ୍କ ସୁରକ୍ଷା ଚିନ୍ତା। ବିଦ୍ୟାଳୟ ଖୋଲିବା ପରେ ଆରମ୍ଭ ହୋଇଛି ଅଚାନକ ପରିଦର୍ଶନ ସରପ୍ରାଇଜ୍ ଭିଜିଟ୍ (Surprise School Visit)। ରାଜ୍ୟରେ ଗତ ୨୬ ତାରିଖରୁ ଉଭୟ ଦଶମ-ଦ୍ବାଦଶ ଶ୍ରେଣୀ ଲାଗି ଅଫଲାଇନ ପାଠପଢା (Off Line Teaching) ଆରମ୍ଭ ହୋଇଯାଇଛି। ସ୍ବତନ୍ତ୍ର ମାର୍ଗଦର୍ଶିକା ଆଧରରେ ବିଦ୍ୟାଳୟ ଖୋଲିବା (SOP for School Opening) ପରେ ଶ୍ରେଣୀଗୃହ ପାଠପଢା (Classroom Teaching) ଜାରି ରହିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ (District Education Officer) ଏବଂ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (Odisha State Commission for Protection of Child Rights) ସ୍ବତନ୍ତ୍ର ଟିମ୍ ରାଜଧାନୀରେ ଅବସ୍ଥିତ ବିଭିନ୍ନ ସରକାରୀ (Govt School) ଏବଂ ବେସରକାରୀ ବିଦ୍ୟାଳୟ (Private School) ପରିଦର୍ଶନ କରିଛନ୍ତି।

ଦୀର୍ଘଦିନ ପରେ ବିଦ୍ୟାଳୟ ଖୋଲିବା ପରେ କୋଭିଡ କଟକଣା ମଧ୍ୟରେ ପିଲାଙ୍କ ଉପସ୍ଥାନ, ସେଚତନତା, କୋରୋନା ପରେ ହଷ୍ଟେଲ ଆଉ ବିଦ୍ୟାଳୟରେ ରହିଥିବା ସମସ୍ୟାର ସମାଧାନ ପାଇଁ କେଉଁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ସେ ବାବଦରେ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି।   

Also Read: ଆସନ୍ତାକାଲି ଠାରୁ SOP ଆଧାରରେ ଖୋଲିବ School; ପ୍ରସ୍ତୁତି ଶେଷ

କମିଟି ପକ୍ଷରୁ ବିଦ୍ୟାଳୟର ପ୍ରତ୍ୟେକ ଶ୍ରେଣୀଗୃହ ବୁଲି ସିଧାସଳଖ ଆଲୋଚନା କରିବା ସହ ପରାମର୍ଶ ମଧ୍ୟ ଦିଆଯାଇଛି। କୋରୋନା କଟକଣା ଠିକ ପାଳନ ହେଉଛି କି ନାହିଁ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏସଓପି ବାବଦେ ବିଦ୍ୟାଳୟ କର୍ତ୍ତୃପକ୍ଷ ଅବଗତ ଅଛନ୍ତି ନା ନାହିଁ, ସ୍କୁଲ କିମ୍ବା ଘରେ ରହିବା ସମୟରେ ନିୟମିତ ଭାବେ ହାତକୁ ବିଶୋଧନ କରିବା ଏବଂ ମାସ୍କ ପରିଧାନ ପ୍ରତି ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଛି।  

ସେହିପରି ଅସୁସ୍ଥ ଅନୁଭବ କଲେ ସଙ୍ଗରୋଧ ଗୃହ ବ୍ୟବସ୍ଥା ଉପଲବ୍ଧ ଅଛି ନା ନାହିଁ ତାହାର ମଧ୍ୟ ତଦାରଖ କରିଛନ୍ତି ଶିଶୁ ସୁରକ୍ଷା ଆୟୋଗ। ପୂର୍ବ ଅପେକ୍ଷା ଏବେ ଧିରେ ଧିରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି ହେଉଥିବାରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ପିଲା କହିଛନ୍ତି। 

Also Read: କଟକଣାରେ ଖୋଲିବ ସ୍କୁଲ-ହଷ୍ଟେଲ; ଟିକାକରଣରେ ଶିକ୍ଷକଙ୍କୁ ଗୁରୁତ୍ୱ ଦେବାକୁ ଦାବି

ରାଜଧାନୀ ଭୁବନେଶ୍ବର ପରେ ଆଗାମୀ ଦିନରେ ଖୋର୍ଦ୍ଧା ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ବିଦ୍ୟାଳୟ ପରିଦର୍ଶନ କରିବାକୁ ଯୋଜନା ରଖିଛି ଆୟୋଗ। ଏହାସହ ଶିଶୁଙ୍କ ପାଇଁ ଟିକା  ମଆସିବା ପରେ ଅଫଲାଇନ ପ୍ରକ୍ରିୟାରେ ସାମିଲ ହେଉଥିବା ପିଲାଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ ସ୍ବାସ୍ଥ୍ୟ ଏବଂ ଗଣଶିକ୍ଷା ବିଭାଗକୁ ଅନୁରୋଧ କରାଯିବ ବୋଲି ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ କୁହାଯାଇଛି।