କୋରୋନା ମହମାରୀ ଦେଲା ଶିକ୍ଷା; ଏଣିକି ହେବ ଘନଘନ ପରୀକ୍ଷା
Advertisement

କୋରୋନା ମହମାରୀ ଦେଲା ଶିକ୍ଷା; ଏଣିକି ହେବ ଘନଘନ ପରୀକ୍ଷା

କୋଭିଡ୧୯ ସଂକ୍ରମଣ ଦେଲା ଶିକ୍ଷା। ବଦଳିବାକୁ ଯାଉଛି ପରୀକ୍ଷା ଢାଞ୍ଚା। 

କୋରୋନା ମହମାରୀ ଦେଲା ଶିକ୍ଷା; ଏଣିକି ହେବ ଘନଘନ ପରୀକ୍ଷା

ଭୁବନେଶ୍ୱର: କୋରୋନା ମହାମାରୀ ଶିଖାଇଲା ବିକଳ୍ପ ଶିକ୍ଷା ପଦ୍ଧତି। ଏଣିକି ପରୀକ୍ଷା ପରେ ପରୀକ୍ଷା। ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଚଳିତ ଥର ନିରନ୍ତର ମୂଲ୍ୟାୟନ ପଦ୍ଧତି ଆପଣା ଯାଇଛି। ଚଳିତ ଶିକ୍ଷାବର୍ଷରୁ ଉଭୟ ଏକାଦଶ-ଦ୍ୱାଦଶ ଶ୍ରେଣୀ ପାଇଁ ଏହି ପଦ୍ଧତି ଲାଗୁ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ପିଲାଙ୍କୁ ବାର୍ଷିକ ପରୀକ୍ଷା ବୋଝ ଏବଂ ପରୀକ୍ଷା ଫଳ ମୂଲ୍ୟାୟନ ଚିନ୍ତା ଦୂର କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବ ବର୍ଷ ଭଳି ଏଥର ମଧ୍ୟ ୭୦ ପ୍ରତିଶତ ସିଲାବସ ପାଠ ପଢିବେ ଛାତ୍ରଛାତ୍ରୀ। 

ଏପରି ପଦକ୍ଷେପକୁ ଶିକ୍ଷାବିତ୍ ସ୍ବାଗତ କରିଥିବା ବେଳେ ପରୀକ୍ଷାରେ ସ୍ବଚ୍ଛତା ଆଣିବାକୁ ପରାମର୍ଶ ଦେଇଛନ୍ତି। କୋଭିଡ୧୯ ସଂକ୍ରମଣ (Covid19 Infection) ଦେଲା ଶିକ୍ଷା। ବଦଳିଲା ପରୀକ୍ଷା ଢାଞ୍ଚା (Exam Pattern)। ଏଥର ଘନଘନ ପରୀକ୍ଷା। ଆଉ ରହିବନି ବାତିଲ ଭୟ। ଚଳିତ ଶିକ୍ଷା ବର୍ଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଉଭୟ ଏକାଦଶ-ଦ୍ବାଦଶ ଶ୍ରେଣୀ ଲାଗି ମୋଟ ୪ଟି ପରୀକ୍ଷା ହେବ। ୩ଟି ପର୍ଯ୍ୟାୟରେ ୩ଟି କ୍ବାଟର ପରୀକ୍ଷା (Quarter Exam) ଏବଂ ଆଉ ଏକ ବାର୍ଷିକ ପରୀକ୍ଷା (Annual Exam) ଅନୁଷ୍ଠିତ ହେବ। 

Also Read: ମାଟ୍ରିକ ପରୀକ୍ଷା ଫଳ ପରେ ଏବେ ଛାତ୍ରଛାତ୍ରୀଙ୍କୁ କଟ୍ ଅଫ ମାର୍କ ଚିନ୍ତା

ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (Council of Higher Secondary Education) ସିଏଚଏସଇ (CHSE Odisha) ଏକାଡେମୀକ କାଉନସିଲ ବୈଠକରେ (CHSE Academic Council Meeting) ଏହି ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯିବା ପରେ ଏ ସମ୍ପର୍କରେ ଜଣାଇଛନ୍ତି ବିଭାଗୀୟ ମନ୍ତ୍ରୀ। ଇଣ୍ଟରନାଲ ଆସେସମେଣ୍ଟ (Internal Assessment) ଦ୍ବାରା ଏକାଦଶ ଶ୍ରେଣୀରେ ୩ଟି ଇଣ୍ଟରନାଲ ପରୀକ୍ଷା (Internal Exam) ସହ ଗୋଟିଏ ବାର୍ଷିକ ପରୀକ୍ଷା ହେବ।

ଏହି ପରୀକ୍ଷାକୁ ସମ୍ପୃକ୍ତ ଜୁନିଅର କଲେଜ (Junior College) ପରିଚାଳନା କରିବ। ସେହିଭଳି ଦ୍ଵିତୀୟ ବର୍ଷ ପାଇଁ ମଧ୍ୟ ୩ଟି ଇଣ୍ଟରନାଲ ପରୀକ୍ଷା ହେବ ହେଲେ ଏହାକୁ ସିଏଚଏସଇ ପରିଚାଳନା କରିବ। ପୂର୍ବବର୍ଷ ଭଳି ଯେଉଁ ସିଲାବସ (CHSE Syllabus) ପ୍ରକିୟାରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ତାହା ଚଳିତ ବର୍ଷ ମଧ୍ୟ ଅପରିବର୍ତ୍ତିତ ରହିଛି। ଅର୍ଥାତ୍ ୩୦ ପ୍ରତିଶତ କମ୍ ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।  

Also Read: ଦୂର ହେଲା ଚିନ୍ତା; ଯୁକ୍ତ ଦୁଇରେ ବଢିବ ୫୫ ହଜାର ସିଟ୍

କୋଭିଡ ସମୟରେ ବାରମ୍ବାର ପରୀକ୍ଷା ବାତିଲ ହେଉଥିବା କାରଣରୁ ପିଲାଙ୍କ ପାଇଁ ଏପରି ପଦ୍ଧତି ଆବଶ୍ୟକତା ଥିଲା ଏବଂ ନବମ-ଦଶମ ଶ୍ରେଣୀ ଭଳି ଏହି ପନ୍ଥା ଆପଣାଯାଇଛି। ବାରମ୍ବାର ଏପରି ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷା ଦ୍ବାରା ଛାତ୍ରଛାତ୍ରୀଙ୍କୁ ବୋର୍ଡ ପରୀକ୍ଷା ବୋଝ ହାଲୁକା ହେବା ସହ କୌଣସି କାରଣବଶତଃ ପରୀକ୍ଷା ବାତିଲ ହେଲେ ଇଣ୍ଟରନାଲ ପରୀକ୍ଷା ଆଧାରରେ ମୂଲ୍ୟାୟନ କରିହେବ। ଯାହାକୁ ଉଭୟ ଛାତ୍ରଛାତ୍ରୀ ଶିକ୍ଷାବିତ୍ ସ୍ଗାଗତ କରିଥିବା ବେଳେ ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା ପଦକ୍ଷେପ ଆପଣାଇବାକୁ କହିଛନ୍ତି।  

Also Read: ଆସନ୍ତା ୧୪ ତାରିଖରୁ ଯୁକ୍ତ ଦୁଇ ନାମଲେଖା; ସିଟ୍ ବୃଦ୍ଧି ଚିନ୍ତା ଦୂର କଲେ ମନ୍ତ୍ରୀ

ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ପାଠପଢା ଆରମ୍ଭ ହୋଇଥିବା ବେଳେ ପ୍ରଥମ ବର୍ଷ ଅର୍ଥାତ ଏକାଦଶ ଶ୍ରେଣୀ ଲାଗି ନାମଲେଖା ହୋଇ ଆସନ୍ତା ଅକ୍ଟୋବରରୁ ପାଠପଢା ଆରମ୍ଭ ହେବ। ଏପରି ସ୍ଥିତିରେ ଏହି ବିକଳ୍ପ ପଦ୍ଧତି ଦିଗରେ କେବେ ପ୍ରକାଶ ପାଉଛି ସରକାରୀ ବିଜ୍ଞପ୍ତି ତାହାକୁ ଅପେକ୍ଷା।