କଳ୍ପନାଜଳ୍ପନାର ଘଟିଲା ଅନ୍ତ, କଟକଣାରେ ଖୋଲିବ ଶିକ୍ଷାନୁଷ୍ଠାନ
Advertisement
Article Detail0/zeeodisha/odisha820821

କଳ୍ପନାଜଳ୍ପନାର ଘଟିଲା ଅନ୍ତ, କଟକଣାରେ ଖୋଲିବ ଶିକ୍ଷାନୁଷ୍ଠାନ

ଆସନ୍ତା ୧୧ ତାରିଖରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଖୋଲିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଉଭୟ ସେମିଷ୍ଟର ସହ ବାର୍ଷିକ ପରୀକ୍ଷା ବ୍ୟବସ୍ଥା ଥିବା ଶିକ୍ଷାନୁଷ୍ଠାନ ଲାଗି କ୍ୟାଲେଣ୍ଡର ଜାରି କରାଯାଇଛି।

କଳ୍ପନାଜଳ୍ପନାର ଘଟିଲା ଅନ୍ତ, କଟକଣାରେ ଖୋଲିବ ଶିକ୍ଷାନୁଷ୍ଠାନ

ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: କଟକଣାରେ ହେବ ପାଠପଢା ଆଉ ପରୀକ୍ଷା। ପାଖାପାଖି ୧୦ ମାସ ପରେ ରାଜ୍ୟରେ ଖୋଲିବାକୁ ଯାଉଛି ଶିକ୍ଷାନୁଷ୍ଠାନ। ଆସନ୍ତା ୮ ତାରିଖରୁ ବିଦ୍ୟାଳୟ ଖୋଲିବା ନେଇ ଶନିବାର ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଆସନ୍ତା ୧୧ ତାରିଖରୁ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଖୋଲିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରବିବାର ବିଜ୍ଞପ୍ତି ପ୍ରକାଶ ପାଇଛି। 

ବିଦ୍ୟାଳୟ ଖୋଲିବା ପରେ ୧୦୦ ଦିନ ଶ୍ରେଣୀ ଗୃହ ପାଠପଢା ହେବା ସହ ଏଥର ୮୦ ମାର୍କର ମାଟ୍ରିକ ପରୀକ୍ଷା ହୋଇ ୧୦୦ ମାର୍କର ମୂଲ୍ୟାୟନ ହେବ ବୋଲି ସୂଚନା ଦିଆଯାଇଛି। ସେପଟେ ୟୁଜି ଓ ପିଜି ସେମିଷ୍ଟର ପାଠପଢା  ଏବଂ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। 

ମାଟ୍ରିକରେ ୮୦ ମାର୍କର ପରୀକ୍ଷା ମଧ୍ୟରୁ ୫୦ ମାର୍କ ଓଏମଆର ଅବଜେକ୍ଟିଭ୍ ଓ ୩୦ ମାର୍କ ସବଜେକ୍ଟିଭ ପରୀକ୍ଷା ହେବ। ଏହାସହ ୨୦ ମାର୍କ ପାଇଁ ହାରାହାରି ମାର୍କ ଭାବେ ମୂଲ୍ୟାୟନ କରାଯିବ। ସେହିପରି ପରୀକ୍ଷା ସରିବାର ୪୫-୫୦ ଦିନ ଭିତରେ ଫଳାଫଳ ପ୍ରକାଶ ପାଇବ। ଏହାସହ କୋଭିଡ ୧୯  ଗାଇଡଲାଇନ୍ସ ଅନୁଯାୟୀ ହଷ୍ଟେଲ ଖୋଲିବ ବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। 

Also Read: ଜାନୁଆରୀ ୮ରୁ ଖୋଲିବ ସ୍କୁଲ, ଆସିଲା ଗାଇଡଲାଇନ୍

 

ଜାନୁଆରୀ ୮ ତାରିଖରୁ ଦଶମ ଓ ଯୁକ୍ତ ଦୁଇ ଦ୍ବୀତିୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଓ କଲେଜ ଖୋଲିବା ପରେ ସେମାନେ ବାର୍ଷିକ ବୋର୍ଡ ପରୀକ୍ଷା ଲାଗି ପ୍ରସ୍ତୁତ ହେବେ। ଶନିବାର, ରବିବାର ସମେତ ମୋଟ ୧୦୦ ଦିନର ପାଠପଢ଼ା ହେବା ପରେ ମେ ୩ ତାରିଖରେ ଦଶମ ବୋର୍ଡ ପରୀକ୍ଷା ଏବଂ  ସେହି ମାସ ୧୫ ତାରିଖରେ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ହେବ।  ଯାହାକୁ ଛାତ୍ରଛାତ୍ରୀ ସ୍ୱାଗତ କରିଛନ୍ତି।

ଆସନ୍ତା ୧୧ ତାରିଖରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଖୋଲିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଉଭୟ ସେମିଷ୍ଟର ସହ ବାର୍ଷିକ ପରୀକ୍ଷା ବ୍ୟବସ୍ଥା ଥିବା ଶିକ୍ଷାନୁଷ୍ଠାନ ଲାଗି କ୍ୟାଲେଣ୍ଡର ଜାରି କରାଯାଇଛି। ସେମିଷ୍ଟର ବ୍ୟବସ୍ଥାରେ ଆସନ୍ତା ୧୧ରୁ ମାର୍ଚ୍ଚ ୧୫ ତାରିଖ ଯାଏଁ ପାଠପଢା ହେବ। ଏହାପରେ ମାର୍ଚ୍ଚ ୧୬ରୁ ୩୧ ତାରିଖ ମଧ୍ୟରେ ପରୀକ୍ଷା ହୋଇ ଏପ୍ରିଲ ୩୦ ସୁଦ୍ଧା ଫଳ ପ୍ରକାଶ ପାଇବ। 

Also Read: କୋଡିଏର ଘା’ ଶୁଖିବନି କି ଦାଗ ଲିଭିବନି !

 

ସେହିପରି ଫାଇନାଲ ସେମିଷ୍ଟାର ପାଇଁ ଏପ୍ରିଲ ୨ରୁ ଜୁନ ୧୫ ତାରିଖ ଯାଏଁ ପାଠପଢା, ଜୁନ ୧୬-୩୦ ତାରିଖ ଯାଏଁ ସେମିଷ୍ଟାର ପରୀକ୍ଷା ଏବଂ ଜୁଲାଇ ୧୫ରେ ଏହାର ଫଳ ଘୋଷଣା ହେବ। ସେହିପରି ବାର୍ଷିକ ପରୀକ୍ଷା ବ୍ୟବସ୍ଥା ସ୍ଥଳେ ୧୧ ଜାନୁଆରୀରୁ ଜୁନ ୬ ଯାଏଁ ପାଠପଢା, ଜୁନ ୧୧ରୁ ୩୦ ମଧ୍ୟରେ ପରୀକ୍ଷା ଏବଂ ଜୁଲାଇ ୧୫ ତାରିଖ ସୁଦ୍ଧା ଫଳ ଘୋଷଣା ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ଯାହାକୁ ଅଧ୍ୟାପକ ଅଧ୍ୟାପିକାଙ୍କ ଛାତ୍ରଛାତ୍ରୀ ସ୍ବାଗତ କରିଛନ୍ତି।

କେବଳ ଶେଷ ସେମିଷ୍ଟର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଖୋଲିବ। ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଅନଲାଇନ ସତ୍ତ୍ବେ ସମସ୍ତ ବିଷୟବସ୍ତୁ ପାଇଁ ପାଠ ପଢା ହେବ। ଆବଶ୍ୟକସ୍ଥଳେ ଏହାକୁ ରେକର୍ଡ କରାଯାଇ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କୁ ପଠାଯିବ।