Containment Returns to Bhubaneswar: କୋରୋନା ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର
Advertisement

Containment Returns to Bhubaneswar: କୋରୋନା ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର

କଣ୍ଟେନମେଣ୍ଟ ଜୋନ ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି।

Containment Returns to Bhubaneswar: କୋରୋନା ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର

ଭୁବନେଶ୍ବର: କଣ୍ଟେନମେଣ୍ଟ ରିଟର୍ଣ୍ସ। ରାଜଧାନୀରେ ସଂକ୍ରମଣ ବଢୁଥିବାରୁ ଫେରୁଛି ପୂର୍ବରୁ ଜାରି ହୋଇ ସାରିଥିବା କଟକଣା। ଭୁବନେଶ୍ୱରରେ ସାଂଘାତିକ ହେଉଛି କୋରୋନା ଦ୍ବିତୀୟ ଲହର। ଯାହା ଫଳରେ ଏହି  ମହାମାରୀର ମୁକାବିଲା ପାଇଁ ଜାରି ହେଉଥିବା କଟକଣାକୁ ଆହୁରି କଠୋର କରିବାକୁ ପ୍ରସ୍ତୁତ ହେଉଛି ବିଏମସି। 

କୋରୋନା ଭାଇରସର ଲମ୍ବା ଡିଆଁ ପରେ ଏପ୍ରିଲ ୨୮ ତାରିଖ ବୁଧବାର ଏପରି ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମହାନଗର ନିଗମ-ବିଏମସି (Bhubaneswar Municipal Corporation -BMC)। ସହରର ଯେଉଁ ଅଞ୍ଚଳରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ତାହାର ତାଲିକା ପ୍ରସ୍ତୁତ କରି ଆବଶ୍ୟକ ହେଲେ ସେଠାରେ କଣ୍ଟେନମେଣ୍ଟ ଜୋନ (Containment Zone) କରିବାକୁ ପ୍ରସ୍ତୁତ ହେଉଛି ବିଏମସି। 

Also Read: ଭିତରେ ଠାକୁର, ବାହାରେ ପୋଲିସ, ଭକ୍ତ ନିରାଶ

ଏପରିକି ଲକ୍ ଡାଉନ (Lock Down) କିମ୍ବା ସଟ ଡାଉନ (Shut Down) ଲାଗୁ କରିବା ଉପରେ ମଧ୍ୟ ବିଚାର କରାଯାଉଥିବା ଜଣାପଡିଛି। ଅପରପଟେ କୋଭିଡ୧୯ ଟେଷ୍ଟିଂ ପ୍ରକ୍ରିୟାକୁ (Covid19 Testing Process) ଗୁରୁତ୍ବ ଦେଇ ଗହଳି ଏଡାଇବା ପାଇଁ କ୍ୟାପିଟାଲ ହସ୍ପିଟାଲ (Capital Hospital) ପକ୍ଷରୁ ଭ୍ରାମ୍ୟମାଣ ଟେଷ୍ଟିଂ ଭ୍ୟାନ (Mobile Covid19 Testing Van) ସେବାର ଶୁଭାରମ୍ଭ ହୋଇଛି।

Also Read: କୋରୋନା ମୁକାବିଲା: ଆସନ୍ତା ଏପ୍ରିଲ ପହିଲାରୁ ହେବ ବ୍ୟାପକ ଟୀକାକରଣ

ରାଜଧାନୀକୁ ଫେରିବ କଣ୍ଟେନମେଣ୍ଟ ଜୋନ୍। କ୍ରମାଗତ ଭାବେ ଦ୍ରୁତ ସଂକ୍ରମଣ ସଂଖ୍ୟାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଖୁବଶୀଘ୍ର ନିଆଯାଇପାରେ ଏପରି ପଦକ୍ଷେପ। ଯେଉଁ ଅଞ୍ଚଳରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେହି ଅଞ୍ଚଳର ତାଲିକା ପ୍ରସ୍ତୁତ କରାଯାଇ ଅଧିକ ସ୍କ୍ୱାର୍ଡ ଗଠନ ସହ କୋରୋନା କଟକଣାକୁ କଡାକଡି ଲାଗୁ କରାଯିବ। ସଂକ୍ରମଣ ବଢିବା ସହ କଣ୍ଟାକ୍ଟ ଟ୍ରେସିଂ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଏପରିକି ସଟଡାଉନ କିମ୍ବା ଲକ୍ ଡାଉନ ଲାଗୁ ନେଇ ଆଲୋଚନା ହେଉଛି।

Also Read: Corona Outbreak: ହାଟ ବଜାର ବିକେନ୍ଦ୍ରୀକରଣ ବ୍ୟବସ୍ଥା ପୁନର୍ବାର ଲାଗୁ

ଏ ପର୍ଯ୍ୟନ୍ତ ଏନେଇ କୌଣସି ନିଷ୍ପତ୍ତି ନିଆଯାଇନଥିବା ବେଳେ କଣ୍ଟେନମେଣ୍ଟ ଜୋନ ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି। ଅନେକ କୋଭିଡ ନିୟମ ମାନୁନଥିବା ବେଳେ ଯାବତୀୟ  ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଏମିତି ହେଲେ କଡା ପଦକ୍ଷେପ ନେବାକୁ ଆମେ ବାଧ୍ୟ ହେବା ସହ କଣ୍ଟେନମେଣ୍ଟ ଜୋନ ଲାଗି କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି। 

ଲୋକଙ୍କ ନିକଟରେ ଲକ୍ଷଣ ରହୁଥାଇ ପାରେ ହେଲେ ସେମାନେ ପରୀକ୍ଷା କରୁନଥିବା ଲକ୍ଷ୍ୟ କରାଯାଉଛି। ସେପଟେ ଗୋଷ୍ଠୀ ସଂକ୍ରମଣ (Community Infection) ଭୟ ତଥା ମାତ୍ରାଧିକ ଲକ୍ଷଣଯୁକ୍ତ ସଂକ୍ରମିତ ଚିହ୍ନଟ ହେଉଥିବାରୁ ଦ୍ୱାର ଦ୍ୱାର ବୁଲି ପରୀକ୍ଷା (Door to Door Testing) କରିବା ପ୍ରକ୍ରିୟାକୁ ପ୍ରାଧାନ୍ୟ ଦିଆଯାଇଛି। ବୁଧବାର ଠାରୁ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଆରମ୍ଭ ହୋଇଛି କୋଭିଡ ଟେଷ୍ଟିଂ ଭ୍ୟାନ। କୋରୋନା ପରୀକ୍ଷା କେନ୍ଦ୍ରରେ ଗହଳି କମାଇବାକୁ ଏହି ମୋବାଇଲ ଭ୍ୟାନ ସେବା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି। 

Also Read: Corona Alert: ଚେକିଂ ବ୍ୟବସ୍ଥାକୁ କଡାକଡି କଲା BMC

କେବଳ ମେଡିକାଲରେ ନୁହେଁ ସାରା ରାଜଧାନୀରେ ଏହା ପରିକ୍ରମା କରିବା ସହ ଦିନକୁ ୫ ଶହରୁ ଅଧିକ ଲୋକଙ୍କ କୋରୋନା ପରୀକ୍ଷା କରିବା କରିବାର ବ୍ୟବସ୍ଥା ହୋଇଛି। ଏଥିପାଇଁ ୯୩୩୭୯୨୯୦୦୦ ନମ୍ୱରକୁ କୌଣସି ବ୍ୟକ୍ତି ଫୋନ କଲେ ତାଙ୍କ ପାଖରେ ଭ୍ୟାନ ପହଞ୍ଚି ତାଙ୍କର କୋରୋନା ପରୀକ୍ଷା କରିବ। ଓଡ଼ିଶା ସୋସାଇଟି ଅଫ୍ ଆମେରିକା ପକ୍ଷରୁ ଏହାକୁ ଦାନ କରାଯାଇଛି। ଏହି ଭ୍ୟାନ ଲାଗି ଗାଡ଼ି ଭିତରେ ରହିବେ କର୍ମଚାରୀଙ୍କ ବାହାରେ ରହିବେ ଟେଷ୍ଟିଂ କରୁଥିବା ବ୍ୟକ୍ତି। ଗୋଟିଏ ପଟେ ପଞ୍ଜୀକରଣ ଏବଂ ଅନ୍ୟପଟେ ନମୁନା ସଂଗ୍ରହ ହେବ। ଯାହା ସଂକ୍ରମଣ ରୋକିବାରେ କେତେକାଂଶରେ ସହାୟକ ହେବ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି।

Also Read: ବଢୁଛି ସଂକ୍ରମଣ ଘଟଣା; ଲାଗୁହେବ ପୁରୁଣା କଟକଣା

ସେପଟେ ରାଜ୍ୟର ସବୁ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ (Weekend Shutdown) ଜାରି ରହିଥିବା ବେଳେ ଏହାର ପୂର୍ବ-ପର ଦିନ ଅର୍ଥାତ ଶୁକ୍ରବାର-ସୋମବାର ଲୋକେ କୋରୋନା କଟକଣା ଖିଲାପ କରୁଛନ୍ତି। ଏଣିକି ଏପରି କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି। ଏହାସହ ରାଜଧାନୀରେ ଏବେ ୩ ହଜାର ବେଡ଼ ରହିଥିବା ବେଳେ ଆଗାମୀ ୧୦ ଦିନ ମଧ୍ୟରେ ଆଉ ୩ ହଜାର ବେଡ୍ ଯୋଡି ହେବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ବର୍ତ୍ତମାନ ୩ ହଜାର ବେଡ଼ରୁ ୫୦ ପ୍ରତିଶତ ଭର୍ତ୍ତି ହୋଇଯାଇଛି ଏବଂ ଆଉ ୫୦ ପ୍ରତିଶତ ବେଡ଼ ଖାଲି ରହିଛି। 

Also Read: କୋଭିଡ ମୁକାବିଲାରେ ସାମିଲ ହେଲେ ଆୟୁଷ ଡାକ୍ତର

ପ୍ରାୟ ୮୫ ପ୍ରତିଶତରୁ ଉର୍ଦ୍ଧ୍ବ ଲୋକ ଘରୋଇ ସଙ୍ଗରୋଧରେ (Home Isolation) ଅଛନ୍ତି। ଏବେ ସ୍ଥିତି ନିୟନ୍ତ୍ରଣାଧିନ ରହିଛି। ଏହା ସହ ସାମ୍ଭାବ୍ୟ ଗୁରୁତର ସ୍ଥିତିର ମୁକାବିଲା ପାଇଁ ବିଏମସି ପ୍ରସ୍ତୁତ ହେଉଥିବା କମିଶନର କହିଛନ୍ତି। ସେହିପରି କୋଭିଡ ସଚେତକଙ୍କୁ ସକ୍ରିୟ କରାଯିବା ସହ ଜନସମ୍ପର୍କ ଅଭିଯାନକୁ ଜୋରସୋରରେ କାର୍ଯ୍ୟକାରୀ କରାଯାଉଛି। କୌଣସି ବ୍ୟକ୍ତି ସଂକ୍ରମିତ ଚିହ୍ନଟ ହେଲେ ତାଙ୍କ ଆଖପାଖରେ ବସବାସ କରୁଥିବା ପରିବାରକୁ ଚିଠା ମାଧ୍ୟମରେ ଅବଗତ କରାଯିବା ସହ ସଚେତନ ରହିବାକୁ ପରାମର୍ଶ ଦିଆଯାଉଛି।