Advertisement
Article Detail0/zeeodisha/odisha874873

ରାଜ୍ୟର ଶିକ୍ଷାନୁଷ୍ଠାନରେ କୋରୋନା ବିସ୍ଫୋରଣ, ମନ୍ତ୍ରୀ କହିଲେ...

ଆଜି କଳାହାଣ୍ଡି ଭାବନୀପାଟଣାର ଏକ ଘରୋଇ କଲେଜରୁ ୩୨ ଜଣ କୋରୋନା ପଜିଟିଭ୍ ବାହାରିଛନ୍ତି। ସେପଟେ କୋରୋନା ବିସ୍ଫୋରଣ ସତ୍ତ୍ୱେ ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ ହେବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

ଡିଜାଇନ ଫଟୋ
ଡିଜାଇନ ଫଟୋ

ଭୁବନେଶ୍ୱର: ରାଜ୍ୟର ଶିକ୍ଷାନୁଷ୍ଠାନ ପାଲଟିଛି କୋରୋନା ସଂକ୍ରମଣର ହଟସ୍ପଟ। ଦିନକୁ ଦିନ କଲେଜ ଗୁଡିକରେ ଆକ୍ରନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି କଳାହାଣ୍ଡି ଭାବନୀପାଟଣାର ଏକ ଘରୋଇ କଲେଜରୁ ୩୨ ଜଣ କୋରୋନା ପଜିଟିଭ୍ ବାହାରିଛନ୍ତି। ସେପଟେ କୋରୋନା ବିସ୍ଫୋରଣ ସତ୍ତ୍ୱେ ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ ହେବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।  

ପ୍ରାୟ ବର୍ଷେ ପରେ ରାଜ୍ୟରେ ଶିକ୍ଷାନୁଷ୍ଠାନ ଖୋଲିଛି। ପ୍ରଥମିକ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀ ପାଇଁ ସ୍କୁଲ ବନ୍ଦ (School close) ଥିବା ବେଳେ ୯ମରୁ ଦ୍ୱାଦଶ ଶ୍ରେଣୀର ଶ୍ରେଣୀ ଗୃହ ପାଠପଢା ଚାଲିଛି। ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟ (University) କୁ ବି ଛାତ୍ରଛାତ୍ରୀ ଯିବା ଆରମ୍ଭ କରିଦେଲେଣି। ସ୍ଥିତି ସାମାନୟ ସ୍ୱଭାବିକ ହୋଇ ଆସୁଥିବା ବେଳେ ରାଜ୍ୟରେ ନିୟନ୍ତ୍ରଣାଧିନ ମହାମାରୀ କୋରୋନା (Coronavirus) ସଂକ୍ରମଣ ହୁ ହୁ  ହୋଇ ବଢିବାରେ ଲାଗିଛି।

Also Read: ବିଦେଶୀ ନୁହେଁ ଦେଶୀ ଷ୍ଟେନ ହେବ ଭୟଙ୍କର: ବିଶେଷଜ୍ଞ

Add Zee News as a Preferred Source

ଗତ କିଛି ଦିନ ହେଲା ରାଜ୍ୟର ଶିକ୍ଷାନୁଷ୍ଠାନ (Odisha Educational Institute) ଗୁଡିକ କୋରୋନାର ହଟସ୍ପଟ (Covid Hotspot) ପାଲଟିଛନ୍ତି। ପ୍ରଥମେ ଭୁବନେଶ୍ୱରର (Bhubaneswar) ଏକ ଘରୋଇ ସ୍କୁଲରୁ ୨୦ରୁ ଊର୍ଦ୍ଧ୍ୱ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପରେ ରାଉରକେଲା NIT, ଝାରସୁଗୁଡା ଇଂଜିନିୟରିଂ କଲେଜ, ଭୁବନେଶ୍ୱର IIT ଓ ITIରେ ଶତାଧିକ ଛାତ୍ରଛାତ୍ରୀ ଓ ଷ୍ଟାଫ୍ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏବେ ଭବନୀପାଟଣାର ଏକ ଘରୋଇ କଲେଜରୁ ଏକାଥରକେ ୩୨ ଜଣ ପଜିଟିଭ୍  ବାହାରିଛନ୍ତି। 

ସେପଟେ କୋରୋନା ସଂକ୍ରମଣ ବଢିବା ପରେ ଶିକ୍ଷାନୁଷ୍ଠାନ ବନ୍ଦ କରିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ (Samir Dash) ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଶିକ୍ଷାନୁଷ୍ଠାନ ବନ୍ଦ କରିବା ନେଇ କୌଣସି ଯୋଜନା ନାହିଁ। ଏବେ ପର୍ଯ୍ୟନ୍ତ କୌଣସି ସରକାରୀ ସ୍କୁଲ (govt school) ରେ କେହି କୋରୋନା ଆକ୍ରାନ୍ତ ହୋଇ ନାହାନ୍ତି। ବାହାର ରାଜ୍ୟରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଶୁକ୍ଷାନୁଷ୍ଠାନରେ କୋରୋନା ବ୍ୟାପିଛି। ଏହା ଉପରେ ସଂମ୍ପୃକ୍ତ ଅଧିକାରୀଙ୍କୁ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

 

 

 

 

 

About the Author