ପାର୍ବଣ ବେଳେ ସକ୍ରିୟ ହେଲେଣି ସାଇବର ଠକ; କପରି ସଚେତନ ହେବେ ଲୋକ?
Advertisement
Article Detail0/zeeodisha/odisha1000061

ପାର୍ବଣ ବେଳେ ସକ୍ରିୟ ହେଲେଣି ସାଇବର ଠକ; କପରି ସଚେତନ ହେବେ ଲୋକ?

ଏନସିଆରବି ତଥ୍ୟ କହୁଛି ଗତ ବର୍ଷ ରାଜ୍ୟରେ ୩୦ ପ୍ରତିଶତ ସାଇବର ଅପରାଧ ବୃଦ୍ଧି ପାଇଛି।

ପାର୍ବଣ ବେଳେ ସକ୍ରିୟ ହେଲେଣି ସାଇବର ଠକ; କପରି ସଚେତନ ହେବେ ଲୋକ?

ଭୁବନେଶ୍ୱର: ପାର୍ବଣ ଋତୁରେ ସକ୍ରିୟ ହୋଇ ଉଠିଗଲେଣି ସାଇବର ଠକ। ଲୁଟ ପାଇଁ ଲୋକଙ୍କୁ ଦେଉଛନ୍ତି ଲୋଭନୀୟ ଅଫର। ସଚେତନ ନହେଲେ ଖାଲି ହୋଇଯିବ ଆକାଉଣ୍ଟ। ସେପ୍ଟେମ୍ବର ମାସରେ କେବଳ ଭୁବନେଶ୍ୱରରୁ ଲୁଟ ହୋଇଛି ୬୦ ଲକ୍ଷ ୪୮ ହଜାର ଟଙ୍କା। ଗୋଲଡେନ ଆୱାରରେ ଅଭିଯୋଗ ପରେ ଫେରସ୍ତ ହୋଇଛି ୧୭ ଲକ୍ଷ ୪୫ ହଜାର ୬୧୪ ଟଙ୍କା। ବଡ ବଡିଆ କେତେକ ମାମଲାରେ ପୋଲିସକୁ ମିଳିଛି ସଫଳତା। ହେଲେ ଏବେ ମଧ୍ୟ ଅନେକ ଲୋକେ ଥାନା କିମ୍ବା ପୋଲିସ କମିଶନରଙ୍କ ଦ୍ବାରସ୍ଥ ହୋଇ ମଧ୍ୟ ହୋଇଛନ୍ତି ବିଫଳ। 

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (National Crime Records Bureau) ଏନସିଆରବି (NCRB) ତଥ୍ୟ କହୁଛି ଗତ ବର୍ଷ ରାଜ୍ୟରେ ୩୦ ପ୍ରତିଶତ ସାଇବର ଅପରାଧ (Cyber Crime) ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ପୋଲିସ ଉପରେ ଭରସା କରି କିଭଳି ସଚେତନ ହେବେ ତାହାକୁ ନେଇ ଦ୍ବନ୍ଦ୍ୱରେ ଲୋକେ।    

Also Read: ଜାରି ରହିଛି ଚିଟଫଣ୍ଡ ଠକେଇ; ଲୁଟିବାକୁ ଅନେଇ ରହିଛନ୍ତି ସାଇବର ହ୍ୟାକର

ପୂଜା ପାଇଁ ସୋସିଆଲ ମିଡ଼ିଆ ମାଧ୍ୟମରେ ଆସୁଛି କି ବିଭିନ୍ନ ଲୋଭନୀୟ ଅଫର? ସାବଧାନ ହୋଇଯାଆନ୍ତୁ। ନହେଲେ କମ ଦାମରେ ଜିନିଷ କିଣିବା ଲୋଭରେ ଆପଣଙ୍କ ଆକାଉଣ୍ଟ ହୋଇ ପାରେ ଖାଲି। ନାମୀଦାମୀ ଅନଲାଇନ ସାଇଟରେ ଏବେ ପୂଜା ପାଇଁ ସ୍ୱତନ୍ତ୍ର ଅଫର (Festive Offer) ଚାଲିଥିବା ବେଳେ ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି ସାଇବର ଠକ (Cyber Lootera)। ଏପରିକି ବଡବଡ କମ୍ପାନୀର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ମାଗଣାରେ କାର ଜିତିପରିବେ ବୋଲି ମଧ୍ୟ ଅଫର ଆସୁଛି। ଥରେ ଠକାମୀର ଶୀକାର ହେବା ପରେ ଲୋକେ ପୋଲିସ ଥାନାରେ ଚକ୍କର କାଟି ଶେଷରେ ବେଦମ ହେଉଛନ୍ତି। ହେଲେ କୌଣସି ସୁଫଳ ମିଳୁନାହିଁ।

ଥାନାକୁ ଗଲେ ସାଇବର ସେଲକୁ (Police Cyber Cell) ଯିବାକୁ ପରାମର୍ଶ ଦିଆଯାଉଥିବା ବେଳେ ଡିସିପି, ପୋଲିସ କମିଶନରଙ୍କ ପାଖକୁ ଯାଇ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ଠକାମୀର ଶୀକାର ହୋଇଥିବା ଲୋକେ। ଏଭଳି ସମୟରେ ଅଫରରେ ଜିନିଷ କିଣିବା ପୂର୍ବରୁ ସଠିକ ଅନ ଲାଇନ ସାଇଟ ଦେଖି ଜିନିଷ କିଣିବାକୁ ସତର୍କ କରାଇଛନ୍ତି ସାଇବର ବିଶେଷଜ୍ଞ (Cyber Expert)।

Also Read: ସିମ କ୍ଲୋନ କରି ବିନା ଓଟିପିରେ ହେଉଛି ଟଙ୍କା ଗାୟବ; କିଭଳି ନିଜ ଆକାଉଣ୍ଟର କରିବେ ସୁରକ୍ଷା

କମିଶନରେଟ ପୋଲିସ (Commissionrate Police) ଠାରୁ ମିଳିଥିବା ତଥ୍ୟ ଅନୁସାରେ ସାଇବର ହ୍ୟାକର କେବଳ ସେପ୍ଟେମ୍ବର ମାସରେ ରାଜଧାନୀବାସୀଙ୍କ ଠାରୁ ଲୁଟିଛନ୍ତି ୬୦ ଲକ୍ଷ ୪୮ ହଜାର ଟଙ୍କା। ହେଲେ ଗୋଲଡେନ ଆୱାର ଠାରେ ଅଭିଯୋଗ ପରେ ମାତ୍ର ୧୭  ଲକ୍ଷ ୪୫ ହଜାର ଟଙ୍କା ଫେରସ୍ତ ହୋଇପାରିଛି। ଅଧିକାଂଶ ସମୟରେ ବୟସ୍କ ଲୋକଙ୍କୁ ଶୀକାର କରୁଛନ୍ତି ହ୍ୟାକର। ସ୍ୱତନ୍ତ୍ର ଅଭିଯାନ କରି ବୃଦ୍ଧ ଲୋକଙ୍କୁ ସାଇବର ଠକେଇ ନେଇ ସଚେତନ କରାଯାଉଛି ବୋଲି କହିଛନ୍ତି ପୋଲିସ କମିଶନର। 

Also Read: ସାବଧାନ! ଓଟିପି ନୁହେଁ ଏବେ ଏହି ତରିକାରେ ଚାଲିଛି ସାଇବର ଠକେଇ

ଏନସିଆରବି ତଥ୍ୟ କହୁଛି ଗତ ବର୍ଷ ରାଜ୍ୟରେ ୩୦ ପ୍ରତିଶତ ସାଇବର ଅପରାଧ ବୃଦ୍ଧି ପାଇଛି। ଠକାମୀ କରିବାର ତରିକା ସାଇବର ଠକ ବଦଳାଉଥିବା ବେଳେ ଲୋକଙ୍କ ଭିତରେ ସଚେତନତାର ଅଭାବ ସାଇବର ଠକେଇ ଭଳି ଘଟଣାକୁ ପ୍ରଶୟ ଦେଉଛି।