ଆସନ୍ତା ଶୁକ୍ରବାର ଗଣେଶ ପୂଜା; ଲଘୁଚାପ ଜନିତ ବର୍ଷାକୁ ନେଇ ଚିନ୍ତାରେ ବ୍ୟବସାୟୀ
Advertisement

ଆସନ୍ତା ଶୁକ୍ରବାର ଗଣେଶ ପୂଜା; ଲଘୁଚାପ ଜନିତ ବର୍ଷାକୁ ନେଇ ଚିନ୍ତାରେ ବ୍ୟବସାୟୀ

ହେଲେ ଏଥରର ପାର୍ବଣ ଋତୁ ଆରମ୍ଭ ପୂର୍ବରୁ ଲଘୁଚାପ ଜନିତ ତୁହାକୁ ତୁହା ବର୍ଷା ସମସ୍ତଙ୍କ ମନକୁ ଫିକା କରିଦେଇଛି।

ଆସନ୍ତା ଶୁକ୍ରବାର ଗଣେଶ ପୂଜା; ଲଘୁଚାପ ଜନିତ ବର୍ଷାକୁ ନେଇ ଚିନ୍ତାରେ ବ୍ୟବସାୟୀ

ବ୍ରହ୍ମପୁର: ଆଉ ଦିନ କେଇଟା ପରେ ପବିତ୍ର ଗଣେଶ ପୂଜା। ଏଥିଲାଗି ରେଶମ ନଗରୀରେ ଜୋର ସୋରରେ ଚାଲିଛି ମୂର୍ତ୍ତି ନିର୍ମାଣ କାମ। କୋଭିଡ୧୯ ଗାଇଡ ଲାଇନ ଅନୁଯାୟୀ ମୂର୍ତ୍ତି କାରିଗର ୪ ଫୁଟ ଉଚ୍ଚତା ମଧ୍ୟରେ ମୂର୍ତ୍ତି ପ୍ରସ୍ତୁତ କରୁଥିବା ବେଳେ ଏଥର ବଜାରରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିବ କୋରୋନା ବଦ୍ଧକୁ ନେଇ ନିର୍ମିତ ହେଉଥିବା ଗଣେଶଙ୍କ ପ୍ରତିମୂର୍ତ୍ତି। ଏହି ବିଶ୍ୱ ମହମାରୀ କାରଣରୁ ବିଗତ ୨ ବର୍ଷ ଧରି ରୋଜଗାର ହରାଇଥିବା ମୂର୍ତ୍ତି କାରିଗର ଆଉ ବ୍ଯବସାୟୀ ଚଳିତ ବର୍ଷ ଦୁଇ ପଇସା ଲାଭ ପାଇବାର ଆଶା ରଖିଛି।

ହେଲେ ଏଥରର ପାର୍ବଣ ଋତୁ ଆରମ୍ଭ ପୂର୍ବରୁ ଲଘୁଚାପ ଜନିତ ତୁହାକୁ ତୁହା ବର୍ଷା ସମସ୍ତଙ୍କ ମନକୁ ଫିକା କରିଦେଇଛି। ଅସରାୟ ବର୍ଷାରେ ବେହାଲ ରେଶମ ନଗରୀ। ଚଳିତ ବର୍ଷ ମଧ୍ୟ ଫିକା ପଡିପାରେ ଗଣେଶ ପୂଜା। ବ୍ଯବସାୟକୁ ନେଇ ଚିନ୍ତାରେ ମୂର୍ତ୍ତୀ କାରିଗର ଆଉ ବ୍ଯବସାୟୀ। ଆଉ ଦିନ କେଇଟା ପବିତ୍ର ଗଣେଶ ପୂଜା ରହିଥିବା ବେଳେ ଗ୍ରାହକଙ୍କ ପସନ୍ଦ ମୁତାବକ ଚଳିତବର୍ଷ ଆକର୍ଷଣୀୟ ମୂର୍ତ୍ତୀ ପ୍ରସ୍ତୁତ କରୁଛନ୍ତି କାରିଗର। 

ଗଣେଶ ପୂଜାକୁ ନେଇ ଏଥର ଜାରି ହୋଇଥିବା କୋଭିଡ ଗାଇଡଲାଇନ ଅନୁସାରେ ଚଳିତ ବର୍ଷ ୪ ଫୁଟ ଉଚ୍ଚତା ମଧ୍ୟରେ ଗଣେଶ ମୂର୍ତ୍ତି ନିର୍ମାଣ କରିବାକୁ ନିର୍ଦ୍ଦେଶ ରହିଛି। ଦିନକୁ ଦିନ ପୂଜା ପାଖେଇ ଆସୁଥିବାରୁ ମୂର୍ତ୍ତୀ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କୋରୋନା କଟକଣା କାରଣରୁ ବିଗତ ୨ ବର୍ଷ ଧରି ହତାଶ ଥିବା କାାରିଗର ଏଥର ବେଶ ଭଲ ଦି ପଇସା ରୋଜଗାର କରିବାକୁ ଆଶା ରଖିଛନ୍ତି। ହେଲେ ପୂଜା ପୂର୍ବରୁ ଲଘୁଚାପ ପ୍ରଭାବରେ ହେଉଥିବ ତୁହାକୁ ତୁହା ବର୍ଷା ଯେମିତି ମୂର୍ତ୍ତୀ ବ୍ୟବସାୟକୁ ଫିକା କରିଦେଇଛି। 

Also Read: ଫିକା ପଡିବ ପାର୍ବଣ ଋତୁ; କଟକଣାରେ ପାଳନ ହେବ ଗଣେଶ ପୂଜା

ସେପଟେ ବଜାର ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଗ୍ରାହକଙ୍କ ଚାହିଦା ମୁତାବକ ବ୍ୟବସାୟୀ କୋଲାକତା, ମୁମ୍ବାଇ ଭଳି ସ୍ଥାନରୁ ଏଥର ଭଳିକି ଭଳି ଗଣେଶଙ୍କ ପ୍ରତିମୂର୍ତ୍ତି ଆଣି ରାସ୍ତା କଡ଼ରେ ବ୍ୟବସାୟର ପସରା ମେଲାଇ ଦେଇଛନ୍ତି। ଶହେ ଟଙ୍କା ଠାରୁ ଆରମ୍ଭ ୧୦ ହଜାର ଟଙ୍କା ଦର ପର୍ଯ୍ୟନ୍ତ ମୂର୍ତ୍ତି ବଜାରରେ ଉପଲବ୍ଧ ରହିଛି। ଗ୍ରାହକଙ୍କ ଆଗମନ ସମୟରେ ହଠାତ୍ ଲଘୁଚାପ ଜନିତ ବର୍ଷାକୁ ନେଇ ଏବେ ବ୍ୟବସାୟୀଙ୍କ ଚିନ୍ତା ବଢିଯାଇଛି। 

ତଥାପି କୋରୋନା ସଂକ୍ରମଣରୁ ଆଶ୍ୱସ୍ତି ପାଇଥିବା ବ୍ରହ୍ମପୁରବାସୀ ଏଥର ସୁଯୋଗର ହାତ ଛଡା କରିବାକୁ ଯେମିତି ନାରାଜ। ସ୍ବତନ୍ତ୍ର କୋଭିଡ୍ ନିୟମ ମଧ୍ୟରେ ଚଳିତ ବର୍ଷ ଗଣେଶ ପୂଜା ଆୟୋଜନ ଚାଲିଥିବା ବେଳେ ଏଥର ପୂଜାରେ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ସାଜିବ କରୋନା ମହାମାରୀର ବଦ୍ଧକୁ ନେଇ ନିର୍ମିତ ହେଉଥିବା ମୂର୍ତ୍ତି।