ରାଜ୍ୟରେ ବଢୁଛି ଫୁସଫୁସ ଜନିତ ରୋଗୀଙ୍କ ସଂଖ୍ୟା; SCB ଠାରେ ଗଠନ ହେବ ୬ ଚିକିତ୍ସା ୟୁନିଟ
Advertisement
Article Detail0/zeeodisha/odisha915658

ରାଜ୍ୟରେ ବଢୁଛି ଫୁସଫୁସ ଜନିତ ରୋଗୀଙ୍କ ସଂଖ୍ୟା; SCB ଠାରେ ଗଠନ ହେବ ୬ ଚିକିତ୍ସା ୟୁନିଟ

ବିଳମ୍ବରେ କୋଭିଡ ଚିହ୍ନଟ, ଚିକିତ୍ସାରେ ବିଳମ୍ବ ପାଇଁ ଏଭଳି ପରିସ୍ଥିତି ଉପୁଜୁଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ରାଜ୍ୟରେ ବଢୁଛି ଫୁସଫୁସ ଜନିତ ରୋଗୀଙ୍କ ସଂଖ୍ୟା; SCB ଠାରେ ଗଠନ ହେବ ୬ ଚିକିତ୍ସା ୟୁନିଟ

ଭୁବନେଶ୍ବର: କରୋନା ମହାମାରୀର କାୟା ଏଭଳି ହେଲାଣି ଯେ ଅନେକ ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଦ୍ରୁତ ଗତିରେ ଖରାପ ହେବାରେ ଲାଗିଛି। ବିଶେଷ କରି ଫୁସଫୁସ ଜନିତ ରୋଗରେ ପଡି ଅନେକ ଲୋକ ଏବେ ରାଜ୍ୟ ବାହାରକୁ ଯାଇ ଚିକିତ୍ସିତ ହେବାକୁ ଚାହୁଁଛନ୍ତି। ହେଲେ ଏହି ଚିକିତ୍ସା ଏତେ ମହଙ୍ଗା ଯେ ସମସ୍ତଙ୍କ ପକ୍ଷେ ଏହାକୁ ବହନ କରିବା ସମ୍ଭବପର ହୋଇପାରୁନାହିଁ। 

ଗତ ୨ ଦିନ ତଳେ ଅମ୍ରିତ ପ୍ରଧାନ ନାମକ ଯୁବକଙ୍କୁ ଏୟାର ଲିଫ୍ଟ (Airlift) କରି ଫୁସଫୁସ ପ୍ରତିରୋପଣ (Lung Transplantation) ଅର୍ଥାତ ଏକ୍ସଟ୍ରାକୋପରିଆଲ ମେମ୍ବ୍ରେନ୍ ଅକ୍ସିଜେନେସନ-ଇସିଏମଓ (Extracorporeal Membrane Oxygenation-ECMO) କରିବା ପାଇଁ ଅନ୍ୟ ରାଜ୍ୟକୁ ପଠାଯାଇଥିଲା। ଶିକ୍ଷାବିତ ବିଜୟ ସାହୁଙ୍କ ମଧ୍ୟ ଏହି ଥେରାପି ଦ୍ୱାରେ ଚିକିତ୍ସା ଚାଲିଥିବା ବେଳେ ପ୍ରାଣ ହରାଇଥିଲା। ଏବେ ଭିଜିଲାନ୍ସ ବିଭାଗ ନିର୍ଦେଶକ କୋରୋନା ସଂକ୍ରମିତ ହୋଇ ଗୁରୁତର ହେବା ପରେ ଶେଷରେ କୋଲକାତା ଠାରେ ଇସିଏମଓ ପାଇଁ ଅପରେସନ ହେବ।

Also Read: ଦେଶରେ କାହିଁକି ବୃଦ୍ଧି ପାଉଛି Black Fungus ସଂକ୍ରମଣ? ସାମ୍ନାକୁ ଆସିଲା ଏହି କାରଣ

ବିଳମ୍ବରେ କୋଭିଡ ଚିହ୍ନଟ, ଚିକିତ୍ସାରେ ବିଳମ୍ବ ପାଇଁ ଏଭଳି ପରିସ୍ଥିତି ଉପୁଜୁଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। କୋରୋନା ସଂକ୍ରମିତ ହୋଇ ଭିଜିଲାନ୍ସ ନିର୍ଦେଶକଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଛି। ଫୁସଫୁସ ଜନିତ ରୋଗରେ ସଂକ୍ରମିତ ନହୋଇ କଟକସ୍ଥିତ ଏକ  ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେବା ପରେ କୋଲକାତାର ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ନେବା ପାଇଁ ପ୍ରସ୍ତୁତି ହୋଇଛି। ପ୍ରାୟ ୧୦ରୁ ଅଧିକ ରୋଗୀଙ୍କ ଚିକିତ୍ସା ପାଇଁ ଏବେ ପଡୋଶୀ ରାଜ୍ୟକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି।

ବିଗତ କିଛି ଦିନ ମଧ୍ୟରେ ଏଭଳି ରୋଗୀଙ୍କ ସଂଖ୍ୟା ଯେଭଳି ବୃଦ୍ଧି ପାଉଛି ତାହାକୁ ନେଇ ରୋଗୀଙ୍କ ସମ୍ପର୍କୀୟଙ୍କ ମନରେ ଭୟ ସଞ୍ଚାର ହୋଇଛି। ହେଲେ ଇସିଏମଓ ଦ୍ବାରା ଚିକିତ୍ସା ହେବା ପରେ ସେମାନେ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଆଶା ରଖିଛନ୍ତି ରୋଗୀଙ୍କ ସମ୍ପର୍କୀୟ। ରାଜ୍ୟରେ ପୂର୍ବରୁ ଏଭଳି ରୋଗୀଙ୍କ ସଂଖ୍ୟା ନଗଣ୍ୟ ରହିଥିଲା। କାଁ ଭାଁ କେତେ ବେଳେ ଜଣେ ଅଧେ ରୋଗୀଙ୍କ ଫୁସଫୁସ ପ୍ରତ୍ୟାରୋପଣ କରାଯାଉଥିଲା।

ରାଜ୍ୟରେ ସମ ହସ୍ପିଟାଲକୁ ଛାଡିଦେଲେ ଏହି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ସରଞ୍ଜାମ ମଧ୍ୟ ନାହିଁ। ଯାହା ଫଳରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଲେ ମଧ୍ୟ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇପାରୁନାହିଁ। ରାଜ୍ୟ ସରକାର ଏବେ ଏହା ଉପରେ ପ୍ରାଧାନ୍ୟ ଦେଇ କଟକ ଏସସିବି ମେଡିକାଲ (Cuttack SCB Medical) ଠାରେ ୬ଟି ୟୁନିଟ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି।  

Also Read: Onion କାରଣରୁ ବ୍ୟାପୁଛି Black Fungus ସଂକ୍ରମଣ; ଏହି ଜବାବ ରଖିଲେ AIIMS Doctor

ରାଜ୍ୟକୁ ମିଶାଇ ଦେଶର ୨୧ଟି ସ୍ଥାନରେ ଇସିଏମଓ ବ୍ୟବସ୍ଥା ରହିଛି। ହେଲେ ଆବଶ୍ୟକୀୟ ମାନବ ସମ୍ବଳର ଅଭାବରୁ ରାଜ୍ୟରେ ଏହି ବ୍ୟବସ୍ଥା ସେତିକି ସଫଳ ହୋଇପାରୁନାହିଁ। କେବଳ ଏତିକି ନୁହେଁ କୋରୋନା ପରେ ଫୁସଫୁସ ଜନିତ ରୋଗର ଅସ୍ତ୍ରପୋଚାର କରିବା ପରେ ସଫଳତା ହାର ମଧ୍ୟ ପ୍ରାୟ ୫୦ ପ୍ରତିଶତ ରହୁଛି। ଯେଉମାନଙ୍କ ପାଖେ ଅର୍ଥ ରହିଛି ସେମାନେ ଇସିଏମଓ ଦ୍ବାରା ଅସ୍ତ୍ରପୋଚାର କରିବାକୁ ଆଗଭର ହେଉଛନ୍ତି। ନଚେତ ଭଗବାନଙ୍କୁ ଆଦରି ରହୁଛନ୍ତି।

Also Read: Vaccine ନେବାର ୨ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବେ ନାହିଁ ଟିକା ନେଇଥିବା ବ୍ୟକ୍ତି! ଏପରି ଜବାବ ରଖିଲା PIB

ବିଳମ୍ବରେ କରୋନା ଚିହ୍ନଟ ଏବଂ ଏହା ପରେ ରୋଗର ଚିକିତ୍ସା ଆରମ୍ଭ କରିବାରୁ ଫୁସଫୁସରେ (Lung) ନିମୋନିଆ (Pneumonia) ହୋଇ ରୋଗ ବୃଦ୍ଧି ହେବା ଆଶଙ୍କା ରହିଛି ବୋଲି  କହିଛନ୍ତି ଡାକ୍ତର ନିରୋଜ ମିଶ୍ର। ରାଜ୍ୟରେ ଫୁସଫୁସ ଜନିତ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ସରକାର ମଧ୍ୟ ଆଗଭର ହୋଇଛନ୍ତି। ହେଲେ ଯେଉଁ ପରିସ୍ଥିତିରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ସେହି ସେମାନଙ୍କ ପାଇଁ ସ୍ବାସ୍ଥ୍ୟସେବା ବିଶେଷ କରି ଇସିଏମଓ ଭଳି ଗୁରୁତର ଅସ୍ତ୍ରପୋଚାର ଆବଶ୍ୟକ କରୁଥିବା ରୋଗୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଗଲେ ସେମାନଙ୍କ ଜୀବନ ବଞ୍ଚାଇବା ହେଉଥିବା ପ୍ରୟାସ ସଫଳ ହୋଇପାରନ୍ତା।