ଡ୍ରଗ୍ସ ଉପରେ ନିୟନ୍ତ୍ରଣ ଆସିଲେ ଅପରାଧ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଆଶା କରାଯାଉଛି।
Trending Photos
ଭୁବନେଶ୍ୱର: ପାର୍ବଣ ଋତୁ ଆରମ୍ଭ ହେବା ସହ ଟ୍ୱିନ୍ ସିଟିରେ ଅପରାଧ ବଢିବାର ଆଶଙ୍କା ରହିଛି। ଅପରାଧର ମୂଳ କାରଣ ନିଶାଡିଙ୍କ ଉପଦ୍ରବ ରହିଥିବା ବେଳେ ନିଶା କାରବାରକୁ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରୟାସ। ନିଶା କାରବାରକୁ ରୋକିବା ସହ ନିଶା ସେବନ କରୁଥିବା ଯୁବପିଢିଙ୍କୁ କିପରି ଉଚିତ ରାସ୍ତାକୁ ଅଣାଯାଇ ପାରିବ ସେଥିପାଇଁ ପ୍ରୟାସ ଆରମ୍ଭ କରିଛି କମିଶନରେଟ ପୋଲିସ।
ଯାହାର ଉଦାହରଣ ଗତ କିଛି ମାସ ହେବ ଦେଖିବାକୁ ମିଳିଛି। ଗତ ଏକ ବର୍ଷ ମଧ୍ୟରେ ଟୁଇନ ସିଟିରୁ (Twin City) ପ୍ରାୟ ୧୦ କେଜିରୁ ଅଧିକର ବ୍ରାଉନସୁଗର (Brown Sugar ) ଜବତ ହୋଇଥିବା ବେଳେ ପ୍ରାୟ ୧୦୦ ବ୍ରାଉନସୁଗର ପେଡଲର (Brown Sugar Peddler) ଗିରଫ ହୋଇଛନ୍ତି। ପାର୍ବଣ ଋତୁ (Parvan Season) ବେଳେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ କମିଶନରେଟ ପୋଲିସ (Commissionerate Police) ସ୍କାନରରେ ରହିବେ ଅପରାଧି। ସେମାନଙ୍କ ଉପରେ ସତର୍କ ନଜର ରଖିବା ସହ ପେଷାଦାର ଅପରାଧି (Professional Criminal) ଓ ଅମାନିଆଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର (Police Commissioner) ସିଧାସଳଖ ଚେତାବନୀ ଦେଇଛନ୍ତି।
Also Read: ISI Intelligence Mission: ବିପଦରେ ସମ୍ବେଦନଶୀଳ ସ୍ଥାନର ସୁରକ୍ଷା
ଚଳିତ ବର୍ଷ ଟ୍ୱିନ ସିଟିରେ ୧୦ କେଜିରୁ ଅଧିକ ବ୍ରାଉନସୁଗର ଜବତ ହୋଇଛି। କେବଳ ଭୁବନେଶ୍ବରରୁ (Bhubaneswar) ଜବତ ହୋଇଛି ୫.୬୬ କେଜିର ଧଳା ଜହର। ଏହାର ବିକ୍ରି ମାମଲାରେ କଟକ (Cuttack) ମଧ୍ୟ ପଛରେ ନାହିଁ। ବର୍ଷକରେ ସିଲଭର ସିଟିରୁ (Silver City) ଜବତ ହୋଇଛି ୪.୬୪୬ କେଜି ବ୍ରାଉନସୁଗର। ଗତ ବର୍ଷ ଠାରୁ ଆରମ୍ଭ ହୋଇଥିବା ଅଭିଯାନରେ ପୁଣି ଯୋଡା ହୋଇଛି କମିଶନରେଟ ପୋଲିସ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଅପରେଶନ ହ୍ବାଇଟ ସ୍ପାଇଡର (Operation White Spider)। ଆଗକୁ ଆସୁଛି ପାର୍ବଣ ଋତୁ।
ଏହି ସମୟରେ ଅପରାଧିଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି। ଏଭଳି ସ୍ଥିତିରେ ଅପରାଧିଙ୍କ ଉପରେ ନଜର ରଖିବା ଆରମ୍ଭ କରିଛି କମିଶନରେଟ ପୋଲିସ। କୋରୋନା କଟକଣା ପାଇଁ ରାତି ୮ଟାରୁ ସକାଳୁ ୫ଟା ଯାଏ କର୍ଫ୍ୟୁ ଲଗାଯିବ। ରାତି ୮ଟା ପରେ କଟକ, ଭୁବନେଶ୍ୱର ଭଳି ସହରରେ କଟକଣାକୁ କଡ଼ାକଡ଼ି ପାଳନ କରାଯିବା ସହ ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯିବ। ନିୟମ ଖିଲାପ କଲେ ଅମାନିଆ ଭୋଗିବେ ଦଣ୍ଡ। ଦାଦାବଟିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଯିଏ ଦାଦାବଟି ଆଦାୟ କରୁଥିବାର ନଜର ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୁର୍ଗାପୂଜା ବେଳେ ସର୍ତକ ରହିବା ସହ ନିୟମ ପାଳନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।
Also Read: ପାର୍ବଣ ବେଳେ ସକ୍ରିୟ ହେଲେଣି ସାଇବର ଠକ; କପରି ସଚେତନ ହେବେ ଲୋକ?
ଶନିବାର ମଧ୍ୟ କମିଶନରେଟ ପୋଲିସ କ୍ୱିକ୍ ଆକ୍ସନ ଟିମ-କ୍ୟୁଏଟି (Quick Action Team-QAT) ବାଲିଅନ୍ତା ଅଞ୍ଚଳରେ ଚଢାଉ କରି ୨୬୦ ଗ୍ରାମ ବ୍ରାଉନସୁଗର ଜବତ କରିଛି। ଏହାକୁ ବିକ୍ରି ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ବ୍ରାଉନସୁଗର କୋଲକାତାରୁ ଆସୁଥିବ ବେଳେ ଡ୍ରଗ୍ସ ଉପରେ ନିୟନ୍ତ୍ରଣ ଆସିଲେ ଅପରାଧ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଆଶା କରାଯାଉଛି। ଅପରେଶନ ହ୍ବାଇଟ ସ୍ପାଇଡର ଜରିଆରେ ଗତ ଅଗଷ୍ଟରୁ ବର୍ତମାନ ମଧ୍ୟରେ ୧ କେଜି ୭୫୦ ଗ୍ରାମ ବ୍ରାଉନସୁଗର ଜବତ କରାଯିବା ସହ ୩୩ ଜଣଙ୍କୁ ଗିରଫ କରାଯାଇଛି।
ସବୁଠାରୁ ସଫଳତା ହେଉଛି ବର୍ଷକ ମଧ୍ୟରେ କେବଳ ଭୁବନେଶ୍ବରରୁ ଡ୍ରଗ ପେଡଲରଙ୍କ ନିକଟରୁ ୪୩ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଛି। ନିଶାଖୋର ଲୋକଙ୍କୁ ପ୍ରଥମେ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ପୋଲିସ ଚେଷ୍ଟା କରିବ ବୋଲି ପୋଲିସ କମିଶନର କହିଛନ୍ତି।
Also Read: ଜାରି ରହିଛି ଚିଟଫଣ୍ଡ ଠକେଇ; ଲୁଟିବାକୁ ଅନେଇ ରହିଛନ୍ତି ସାଇବର ହ୍ୟାକର
ପୂର୍ବରୁ ରାଜଧାନୀର ହଳଦୀପଡିଆ ବସ୍ତିରେ ବିକ୍ରି ହେଉଥିଲା ଧଳଜହର। ହେଲେ କେତେକ ବଡବଡିଆ ବେପାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ପରେ ଏବେ ସେଠାରେ ଅନେକାଂଶରେ ବ୍ରାଉନସୁଗର ବେପାର ବନ୍ଦ ହୋଇସାରିଛି। ଯାହାକୁ ନେଇ ପୋଲିସ କମିଶନର ଆଶ୍ବସ୍ତ ହେଉଛନ୍ତି। ହେଲେ ଏବେ ଏହି ଜହର ରାଜଧାନୀର ବିଭିନ୍ନ ବସ୍ତିରେ ବ୍ୟାପୀ ସାରିଛି ତାହା ସେ ଜାଣି ପାରୁନାହାଁନ୍ତି।