ଏଣିକି ରୋଗୀଙ୍କୁ ଔଷଧ ଦେବେ ଫାର୍ମାସିଷ୍ଟ; କରିବେ ସ୍ବାସ୍ଥ୍ୟ ପରୀକ୍ଷା
Advertisement

ଏଣିକି ରୋଗୀଙ୍କୁ ଔଷଧ ଦେବେ ଫାର୍ମାସିଷ୍ଟ; କରିବେ ସ୍ବାସ୍ଥ୍ୟ ପରୀକ୍ଷା

କେବଳ ଜ୍ବର, ମାଲେରିଆ, ଛିଙ୍କ, କାଶ, ଚର୍ମରୋଗ, ଡାଇରିଆ, ଆଘାତ, ପୋଡାଜଳା, ଅଣସଂକ୍ରମଣ ଭଳି ୧୩ ପ୍ରକାର ରୋଗ ପାଇଁ ଫାର୍ମାସିଷ୍ଟ ରୋଗୀଙ୍କୁ ଔଷଧ ଦେଇପାରିବେ। 

ଏଣିକି ରୋଗୀଙ୍କୁ ଔଷଧ ଦେବେ ଫାର୍ମାସିଷ୍ଟ; କରିବେ ସ୍ବାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର: ଏଣିକି ଜଣେ ଡାକ୍ତର ଥିବା ଡାକ୍ତରଖାନାରେ ଫାର୍ମାସିଷ୍ଟ ଯୋଗାଇ ଦେଇପାରିବେ ନିର୍ଦ୍ଧିଷ୍ଟ ଔଷଧ। ଏନେଇ ଲାଗୁ ହୋଇଛି ସରକାରୀ ନିୟମ। ଯେଉଁ ଚିକିତ୍ସାଳୟରେ ଜଣେ ଡାକ୍ତର ଅଛନ୍ତି ସେଠାରେ ବିଭିନ୍ନ ସମୟରେ ରୋଗୀଙ୍କୁ ଫାର୍ମାସିଷ୍ଟ ଔଷଧ ସୁପାରିଶ କରୁଛନ୍ତି। ଯାହାକୁ ଦୃଷ୍ଟିରେ ରଖି ସରକାରୀ ନିୟମରେ ସଂଶୋଧନ କରାଯାଇଛି। 

ଏଣିକି ସେମାନେ ଜ୍ବର, ମାଲେରିଆ, ଛିଙ୍କ, କାଶ, ଚର୍ମରୋଗ, ଡାଇରିଆ, ଆଘାତ, ପୋଡାଜଳା, ଅଣ ସଂକ୍ରମଣ ଭଳି ୧୩ ପ୍ରକାର ରୋଗ ପାଇଁ ଔଷଧ ଦେଇପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏପଟେ କରୋନା ସଂକ୍ରମଣ ସଂଖ୍ୟା କମୁଥିବା ବେଳେ ଟିକାକରଣକୁ ଜୋରଦାର କରି ଦିନକୁ ୪ ଲକ୍ଷ ୫୦ ହଜାର ଡୋଜ ଟିକା ଦିଆଯାଉଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।   

ଏଣିକି ଫାର୍ମାସିଷ୍ଟ କରିବେ ସ୍ବାସ୍ଥ୍ୟ ପରୀକ୍ଷା। ରୋଗୀଙ୍କୁ ଦେବେ ଔଷଧ। ହେଲେ କେବଳ ଜ୍ବର, ମାଲେରିଆ, ଛିଙ୍କ, କାଶ, ଚର୍ମରୋଗ, ଡାଇରିଆ, ଆଘାତ, ପୋଡାଜଳା, ଅଣସଂକ୍ରମଣ ଭଳି ୧୩ ପ୍ରକାର ରୋଗ ପାଇଁ ଫାର୍ମାସିଷ୍ଟ ରୋଗୀଙ୍କୁ ଔଷଧ ଦେଇପାରିବେ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଡାକ୍ତରଙ୍କ ଅନୁପସ୍ଥିତିରେ ଡାକ୍ତରଖାନା ଚଳାଇବା ସହ ରୋଗୀ ଚିକିତ୍ସା କରିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। 

Also Read: Odisha ପାଇଁ ମହଙ୍ଗା ପଡି଼ଛି Tripura Delta Plus variant

ରାଜ୍ୟର ଗ୍ରାମାଞ୍ଚଳରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ମାତ୍ର ଜଣେ ଲେଖାଁଏ ଡାକ୍ତର ରହୁଛନ୍ତି। ସେମାନଙ୍କ ଅନୁପସ୍ଥିତିରେ ରୋଗୀ ଚିକିତ୍ସା ବାଧାପ୍ରାପ୍ତ ହୋଇଥାଏ। ସାମାନ୍ୟ ସ୍ବାସ୍ଥ୍ୟବସ୍ଥା ଖରାପ ହେଲେ ଫାର୍ମାସିଷ୍ଟ ସ୍ବାସ୍ଥ୍ୟଗତ ପରୀକ୍ଷା କରି ଔଷଧ ଦେବାକୁ କୁହାଯାଇଛି। ବହୁ ପୂର୍ବରୁ ପଞ୍ଚବ୍ୟାଧି ଚିକିତ୍ସାରେ ଫାର୍ମାସିଷ୍ଟଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଯେଉଁଠି ଡାକ୍ତର ନଥିଲେ, ସେଠାରେ ଔଷଧ ସୁପାରିଶ କରିବା ପାଇଁ ଫାର୍ମାସିଷ୍ଟଙ୍କୁ କୁହାଯାଉଥିଲା। ସେତେବେଳେ ଗୋଟିଏ ରୋଗ ପାଇଁ ଦୁଇଟି ଔଷଧ ଥିଲା ଏବେ ତିନୋଟି ଔଷଧ ଆସିଛି। ଡ୍ରଗ କଣ୍ଟ୍ରୋଲରଙ୍କ ପରାମର୍ଶ ନେଇ ଏହି ସଂଖ୍ୟା ବଢ଼ାଯାଇଛି।  

Also Read: Covid19 Alert: ତୃତୀୟ ଲହର ସମୟରେ ଶିଶୁଙ୍କ ସୁରକ୍ଷା ପାଇଁ ବଢିଲା ଚିନ୍ତା

ସାରା ବିଶ୍ବରେ ବର୍ତ୍ତମାନ କରୋନା ହାର କମୁଛି। ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ମଧ୍ୟ କୁହାଯାଇଛି। ହେଲେ ସଚେତନ ରହିବାକୁ ଏବେ ମଧ୍ୟ ଆହ୍ୱାନ ଦିଆଯାଉଛି। କେଉଁ ଦେଶ କିମ୍ବା ରାଜ୍ୟରେ କୋରୋନା ମହମାରୀର କେଉଁ ଲହରୀ ଆସିଲା ତାହାର କୌଣସି ଅର୍ଥ ନାହିଁ। ରାଜ୍ୟରେ ସ୍ଥିତି ଦେଖି ତୃତୀୟ ଲହରୀ କଥା ସମୀକ୍ଷା କରିବା ଜରୁରୀ ହୋଇପଡିଛି। କେବଳ ବୁଧବାର ଗୋଟିଏ ଦିନରେ ୪ ଲକ୍ଷ ୫୦ ହଜାର ଡୋଜ ଟିକା ଦିଆଯାଇଛି। ଦ୍ଵିତୀୟ ଡୋଜଜୁ ମିଶାଇ ମୋଟ ୨ କୋଟି ୮୭ ଲକ୍ଷ ଡୋଜ ଦିଆଯାଇ ସରିଛି। ସେଧିମଧ୍ୟରୁ ୨ କୋଟି ୧୦ ଲକ୍ଷ ପ୍ରଥମ ଡୋଜ ଏବଂ ୭୭ ଲକ୍ଷ ଦ୍ଵିତୀୟ ଡୋଜ ଦିଆହୋଇଛି। ପ୍ରାୟ ୬୭ ପ୍ରତିଶତ ଲୋକ ପ୍ରଥମ ଡୋଜ ପାଇସାରିଛନ୍ତି। ଯେତିକି ଟିକାକରଣ ବାକି ଅଛି ସେଥିରୁ ୭୨ ପ୍ରତିଶତ ଦ୍ଵିତୀୟ ଡୋଜ ପାଇସାରିଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ପଷ୍ଟ କରିଛି। ଗୁରୁବାର ରାଜ୍ୟରେ ୧୮୦୦ ଟିକାକରଣ ସେସନରେ ଟିକାକରଣ ଚାଲିଛି। ଦୈନିକ ୪ ଲକ୍ଷରୁ ଅଧିକ ଟିକାକରଣ ଲକ୍ଷ୍ୟ ରଖାଯାଇଛି।   

Also Read: ସତର୍କତାର ସହ Unlock କରିବାକୁ ମତ ଦେଲେ ବିଶେଷଜ୍ଞ

ଏବେ ମଧ୍ୟ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ହାର ୭ ଶହ ଉପରେ ରହୁଛି। ଯଦିଓ କିଛି ସମୟରେ ଏହା କମିବାରେ ଲାଗୁଛି ହେଲେ ପୁଣି ସଂକ୍ରମଣ ବୃଦ୍ଧି ପାଇବା ଚିନ୍ତା ବଢାଉଛି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଲୋକେ ଯେତେ ସଚେତନ ରହିବେ ସେତିକି ସୁରକ୍ଷିତ ରହିବେ। ଫାର୍ମାସିଷ୍ଟ ଔଷଧ ଦେବା ନେଇ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ପରେ ସାଧରଣ ରୋଗୀ ସୁବିଧା ପାଇବେ ବୋଲି କୁହାଯାଉଛି। ହେଲେ ଏହା କେତେ ସୁଫଳ ଦେବ ତାହା କିଛି ଦିନ ପରେ ଜଣାପଡିବ।