Advertisement
Article Detail0/zeeodisha/odisha990755
Zee OdishaCity Newsବ୍ରହ୍ମପୁରରେ ଗ୍ୟାସ ସିଲିଣ୍ଡର ଫାଟି ତିନି ଗୁରୁତର

ବ୍ରହ୍ମପୁରରେ ଗ୍ୟାସ ସିଲିଣ୍ଡର ଫାଟି ତିନି ଗୁରୁତର

ମଙ୍ଗଳବାର ସକାଳେ ଗ୍ୟାସ ସିଲିଣ୍ଡର ଫାଟି ତିନି ଜଣ ଗୁରୁତର। ଜଣଙ୍କ ଅବସ୍ଥା ସଙ୍କଟାପଣ୍ଣ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।  

 

ପ୍ରତିକାତ୍ମକ ଫଟୋ
ପ୍ରତିକାତ୍ମକ ଫଟୋ

ବ୍ରହ୍ମପୁର: ବଜାର ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଅଞ୍ଚଳରେ ଅଘଟଣ। ମଙ୍ଗଳବାର ସକାଳେ ଗ୍ୟାସ ସିଲିଣ୍ଡର ଫାଟି ତିନି ଜଣ ଗୁରୁତର। ଜଣଙ୍କ ଅବସ୍ଥା ସଙ୍କଟାପଣ୍ଣ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।  

ସୂଚନା ମୁତାବକ ଶ୍ରୀରାମ ନଗର ଅଞ୍ଚଳରେ ଶ୍ରୀହର ବାବୁ ନିଜ ଘରେ ଜଳଖିଆ ଦୋକାନ (Tiffin Stall) କରିଛନ୍ତି। ସବୁଦିନ ପରି ମଙ୍ଗଳବାର ମଧ୍ୟ ସେ ଜଳଖିଆ ପ୍ରସ୍ତୁତ କରୁଥିଲେ। କିନ୍ତୁ ଏହି ସମୟରେ ଗ୍ୟାସ ସିଲିଣ୍ଡ (Gas Cylinder) ର ଲିକ୍ ହୋଇ ହଠାତ ବିସ୍ଫୋରଣ ହୋଇଥିଲା। ବିସ୍ପୋରଣ ହେବା ଯୋଗୁଁ ଘରର ଆସବାବ ପତ୍ର ଓ ମୋଟର ସାଇକେଲ ରେ ମଧ୍ୟ ନିଆଁ ଲାଗି ଯାଇଥିଲା। 

Also Read: ଫିଲ୍ମ ଷ୍ଟାଇଲରେ ମର୍ଡର, ରକ୍ତରେ ଲେଖିଲେ ଦ୍ୱିତୀୟ ଟାର୍ଗେଟର ନାମ

Add Zee News as a Preferred Source

ବିସ୍ଫୋରଣ (Gas Blast) ରେ ତିନି ଜଣ ଗୁରୁତର ହୋଇଥିବା ସୂତନା ମିଳିଛି। ଖବର ପାଇ ଅଗ୍ନି ଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ବ୍ରହ୍ମପୁର ମେଡିକାଲ (MKCG) ରେ ଭର୍ତ୍ତି କରିଛନ୍ତି। ତେବେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ (Cuttack) ପଠାଯାଇଛି।

 

 

 

 

About the Author