ACF ସୌମ୍ୟରଞ୍ଜନ Death ମିଷ୍ଟ୍ରି: ୩ଦିନ ପୂର୍ବରୁ ସ୍ତ୍ରୀ ସହ ହୋଇଥିଲା କି କଣ୍ଟ୍ରାକ୍ଟ ?
Advertisement
Article Detail0/zeeodisha/odisha945896

ACF ସୌମ୍ୟରଞ୍ଜନ Death ମିଷ୍ଟ୍ରି: ୩ଦିନ ପୂର୍ବରୁ ସ୍ତ୍ରୀ ସହ ହୋଇଥିଲା କି କଣ୍ଟ୍ରାକ୍ଟ ?

ସୌମ୍ୟଙ୍କ ମୃତ୍ୟୁର ମାତ୍ର ୩ଦିନ ପୂର୍ବରୁ ଏହି ରାଜିନାମା କରାଯାଇଥିଲା । ରାଜିନାମା ପରେ କ'ଣ ସୌମ୍ୟଙ୍କୁ ରାସ୍ତାରୁ ହଟାଇ ଦିଆଗଲା ? 

ACF ସୌମ୍ୟରଞ୍ଜନ Death ମିଷ୍ଟ୍ରି: ୩ଦିନ ପୂର୍ବରୁ ସ୍ତ୍ରୀ ସହ ହୋଇଥିଲା କି କଣ୍ଟ୍ରାକ୍ଟ ?

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଦିନକୁ ଦିନ ଅଧିକ ଜଟିଳ ହେଉଛି ତଦନ୍ତ । ଏକ କଣ୍ଟ୍ରାକ୍ଟ ସାମ୍ନାକୁ ଆସିଛି, ଯାହା ସୌମ୍ୟଙ୍କ ମୃତ୍ୟୁର ଠିକ୍ ୩ ଦିନ ପୂର୍ବରୁ କରାଯାଇଥିଲା । ଯେଉଁଥିରେ ଉଲ୍ଲେଖ ରହିଥିଲା, ଏଣିକି ସୌମ୍ୟଙ୍କ ଦରମା ସାଙ୍ଗକୁ ସବୁକିଛି ସ୍ଥାବର-ଅସ୍ଥାବର ସମ୍ପତ୍ତି ଉପରେ ରହିବ ପତ୍ନୀ ବିଦ୍ୟାଭାରତୀଙ୍କ ଅଧିକାର । ଆଉ ଆଶ୍ଚର୍ଯ୍ୟଜନକ ଭାବରେ ଏହାର ମାତ୍ର ୩ ଦିନ ପରେ ପୋଡ଼ିହୋଇ ସୌମ୍ୟଙ୍କର ମୃତ୍ୟୁ ଘଟିଲା । ସୌମ୍ୟଙ୍କ ବାପା ନ୍ୟାୟ ପାଇଁ ଡିଜିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। 

ଘଟଣାର କ୍ରାଇମବ୍ରାଞ୍ଚ (CrimeBranch) ତଦନ୍ତ ବି ଦାବି କରିଛନ୍ତି ସୋମ୍ୟଙ୍କ ବାପା । ଏଥିସହ ପୁଅର ହତ୍ୟା ପଛରେ ବୋହୂର ଅନୈତିକ ସମ୍ପର୍କ ହିଁ ମୁଖ୍ୟ କାରଣ ବୋଲି ତାଙ୍କ ମା' କହିଛନ୍ତି । ବୋହୂର ଚରିତ୍ର ଉପରେ ଅଙ୍ଗୁଳି ଉଠାଇ ସୌମ୍ୟଙ୍କ ମା' ଖୋଲିଛନ୍ତି ବଲାଙ୍ଗିର ଲିଙ୍କ୍ ।  କହିଲେ, ଅଶ୍ଳୀଳ ଫଟୋକୁ ନେଇ ପୁଅକୁ କରାଯାଉଥିଲା ବ୍ଲାକମେଲିଂ। ଏଣେ ତାଙ୍କ ଜୀବନ ପ୍ରତି ବିପଦ ଥିବା ପୂର୍ବରୁ ଆଭାସ ପାଇଥିଲେ ସୌମ୍ୟ । ଆଉ ଏ ସମ୍ପର୍କରେ ସେ ନିଜ ହାତରେ ମଧ୍ୟ ଲେଖିଥିଲେ। ସେହି ଚିଠିକୁ ପାଇଛି ପୋଲିସ । ଯଦି ନିରପେକ୍ଷ ଭାବରେ ତଦନ୍ତ ହୁଏ, ତେବେ ଅଭିଯୁକ୍ତ ଗିରଫ ହେବେ ବୋଲି ଆଶା ରଖିଛନ୍ତି ସୌମ୍ୟରଞ୍ଜନଙ୍କ ପରିବାର। 

Also Read:  ରାଜନୀତି ମୈଦାନରେ ମହିଳା ସଂରକ୍ଷଣ ବିଲ, ସଂସଦରେ ଦାବି ଆଉ ରାଜ୍ୟରେ ଭିଡ଼ାଓଟରା

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ (Acf Soumyaranjan Death Mystrey) ମାମଲାରେ ପିଆଜ ପାଖୁଡ଼ା ପରି ଖୋଲୁଛି ଗୋଟିକ ପରେ ଗୋଟିଏ ରହସ୍ୟ। ପୁଅ-ବୋହୂ ମଧ୍ୟରେ ବିବାହ ପରେ ହୋଇଥିଲା କଣ୍ଟ୍ରାକ୍ଟ ।ସୌମ୍ୟଙ୍କ ସମସ୍ତ ସମ୍ପତ୍ତି ଉପରେ ପତ୍ନୀଙ୍କ ଅଧିକାର ! ସୌମ୍ୟଙ୍କ ମୃତ୍ୟୁର ମାତ୍ର ୩ଦିନ ପୂର୍ବରୁ ଏହି ରାଜିନାମା କରାଯାଇଥିଲା । ରାଜିନାମା ପରେ କ'ଣ ସୌମ୍ୟଙ୍କୁ ରାସ୍ତାରୁ ହଟାଇ ଦିଆଗଲା ? ଆଉ ଏହା ପଛରେ ଏକ ଭୟଙ୍କର ଷଡ଼ଯନ୍ତ୍ର ଥିବା ସନ୍ଦେହ ନେଇ ବୋହୂ, ଡିଏଫଓ ଏବଂ ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଦାବି କରାଯାଇଛି ।

Also Read:  BharatPe ରେ ଚାକିରି କରନ୍ତୁ, ପାଆନ୍ତୁ BMW ବାଇକ୍ ସହ ଦୁବାଇରେ World Cup ଟୁର୍

ଆଜି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର କଟକରେ ଡିଜିପି ଅଭୟଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି । ଗୁରୁତର ସୌମ୍ୟଙ୍କୁ ପ୍ରଥମେ ବ୍ରହ୍ମପୁର ଏବଂ ପରେ କଟକ କାହିଁକି ନିଆଗଲା। ସମ୍ପୃକ୍ତ ମହିଳା ଓଆଇସିଙ୍କ ନିର୍ଦ୍ଦେଶରେ ଫରେଷ୍ଟ ଅଫିସ୍ ଆଗରେ ଆମ୍ବୁଲାନ୍ସ (Ambulance) କୁ କାହିଁକି ଘଣ୍ଟାଏ କାଳ ଅଟକା ଯାଇଥିଲା । ଜଣେ ୮୦ ପ୍ରତିଶତ ପୋଡ଼ି ଯାଇଥିବା ଯୁବକଙ୍କୁ ମେଡିକାଲ ନେବା ପରିବର୍ତ୍ତେ କ’ଣ ପାଇଁ ଅଟକାଗଲା, ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି ଅଭିରାମ । ଡିଏଫଓ ଜଣେ ଉଚ୍ଚପଦସ୍ଥ ଅଧିକାରୀ ହୋଇଥିବା ବେଳେ ତଦନ୍ତ ପ୍ରକ୍ରିୟାକୁ ବାଟବଣା କରିବାକୁ ଚେଷ୍ଟା କରିବାର ଆଶଙ୍କା ଥିବାରୁ ପୁଅ ମୃତ୍ୟୁର ଉପଯୁକ୍ତ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଅଭିରାମ । ଏଥିସହ ନିଜ ଦାବିପତ୍ରରେ ଅଭିରାମ ବୋହୂ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଦାବି କରିଛନ୍ତି।

Also Read: Corona: ଋଷଭ ପନ୍ତଙ୍କୁ ନେଇ ଆସିଲା ବଡ ଅପଡ଼େଟ୍, ଜାଣନ୍ତୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା

ଏହି ଘଟଣାର ତଦନ୍ତ ନିଜେ ଡିଜି (Police DG) ମନିଟରିଂ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆଜି ବିଦ୍ୟାଭାରତୀଙ୍କୁ ପଚରା ଉଚରା କରିବାକୁ ପାରଳାଖେମୁଣ୍ଡି ଥାନାର ଏକ ୬ ଜଣିଆ ପୋଲିସ ଟିମ୍ ଆଜି ମୟୂରଭଞ୍ଜ କପ୍ତିପଦା ଥାନା ଅଧୀନରେ ଥିବା ଗୌଡ଼ଗାଁରେ ପହଞ୍ଚିଛି । ସେଠାରେ ମୃତ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ପଚରାଉଚରା କରାଯାଇଛି।  ସେପଟେ ବାଲେଶ୍ୱରର ଖଇରା ଯାଇ ସୌମ୍ୟଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରିଛି ସ୍ୱତନ୍ତ୍ର ଟିମ୍ । ଗଜପତି ଡିଏଫଓ (DFO Office) କାର୍ଯ୍ୟାଳୟରେ ମଧ୍ୟ ଯାଞ୍ଚ କରିଛି ପୋଲିସ। ସୌମ୍ୟରଞ୍ଜନଙ୍କ ଡ୍ୟୁଟି ସମ୍ପର୍କିତ ଦସ୍ତାବିଜର ମଧ୍ୟ ଯାଞ୍ଚ କରାଯାଇଛି । ପୋଲିସ ଯଦି ନିରପେକ୍ଷ ଭାବରେ ତଦନ୍ତ କରିବ, ତେବେ ନିଶ୍ଚିତ ଭାବରେ ଦୋଷୀ ଧରାପଡ଼ିବେ । ନଚେତ୍ ଆଉ ଅନେକ ମାମଲା ପରି ଇଏ ବି ପୋଲିସ ବିଫଳତାର ଏକ ମୂକସାକ୍ଷୀ ପାଲଟିଯିବ।