କେଇଟା ଟଙ୍କା ପାଇଁ ବନ୍ଧୁକୁ ମାରି ବନ୍ଧୁ ହେଲା ଫେରାର
Advertisement

କେଇଟା ଟଙ୍କା ପାଇଁ ବନ୍ଧୁକୁ ମାରି ବନ୍ଧୁ ହେଲା ଫେରାର

ଗତ ୧୬ ତାରିଖ ଭୋର ସକାଳୁ ଝାରସୁଗୁଡା ବେହେରାମାଲ ମୁଢ଼ି଼ ମିଲ ଗଳିରେ ବିପିନ ସା ନାମକ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ (Deadbody) ପଡି଼ଥିବା ଦେଖି ପୋଲିସ କୁ ସୂଚନା ଦିଆଯାଇଥିଲା।

କେଇଟା ଟଙ୍କା ପାଇଁ ବନ୍ଧୁକୁ ମାରି ବନ୍ଧୁ ହେଲା ଫେରାର

ମୁକେଶ ପ୍ରଧାନ, ଝାରସୁଗୁଡ଼ା: ଧାରୁଆ ଖଣ୍ଡାରେ ନିଜ ର ବନ୍ଧୁ କୁ ମାରି ନେଇଗଲା ୧ ଲକ୍ଷ ୫ ଶହ ଟଙ୍କା । ବିଶ୍ୱାସ କରି ବନ୍ଧୁକୁ ନେଇଥିଲା ଟଙ୍କା ଆଣିବା ପାଇଁ ହେଲେ ଲକ୍ଷାଧିକ ଟଙ୍କା ଅଛି ଜାଣିପାରି ବନ୍ଧୁ ବିପିନ ସା ଙ୍କର ବିଶ୍ୱାସରେ ଦେଇଦେଲା ବିଷ। ବିପିନ ସା ଙ୍କୁ ହତ୍ୟା କରି ସବୁ ଟଙ୍କା ଧରି ଫେରାର ହୋଇଗଲା ବନ୍ଧୁ ଦିଲ୍ଲୀପ ସା। ଏଘଟଣାରେ ରାଉରକେଲା ରୁ ଦିଲ୍ଲୀପ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଝାରସୁଗୁଡ଼ା ପୋଲିସ। 

ଝାରସୁଗୁଡ଼ା (Jharsuguda) ବେହେରାମାଲ ସ୍ଥିତ ମୁଢ଼ି ମିଲ ଗଳି ନିକଟରେ ଲୋମ ଟାଙ୍କୁରା ବିପିନ ସା ଙ୍କର  ହତ୍ୟାକାଣ୍ଡ ଘଟଣାରେ, ଏସପି ଙ୍କ ପ୍ରେସମିଟ, ବନ୍ଧୁ ହିଁ ହତ୍ୟା କଲା ବନ୍ଧୁ ଙ୍କୁ, ଟଙ୍କା ଲୁଟ ହିଁ ମୁଖ୍ୟ କାରଣ ବୋଲି ପୋଲିସ ସ୍ପଷ୍ଟ କରିଛି। ସୂଚନା ଅନୁସାରେ ଗତ ୧୬ ତାରିଖ ଭୋର ସକାଳୁ ଝାରସୁଗୁଡା ବେହେରାମାଲ  ମୁଢ଼ି଼ ମିଲ ଗଳିରେ  ବିପିନ ସା ନାମକ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ (Deadbody) ପଡି଼ଥିବା ଦେଖି ପୋଲିସ କୁ ସୂଚନା ଦିଆଯାଇଥିଲା। ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ।  

Also Read: Punjab Congress: Party High Command ଙ୍କ ନିର୍ଦ୍ଦେଶ ମାନିବେ କି CM Amarinder?

ବିପିନ ଙ୍କର ପ୍ୟାଣ୍ଟ ପକେଟ ରୁ ୭୩ ହଜାର ଟଙ୍କା ଏବଂ ମୋବାଇଲ ଫୋନ (Mobile Phone) ମଧ୍ୟ ଜବତ କରାଯାଇଥିଲା। ହେଲେ ପକେଟ ରେ ୭୩ ହଜାର ଟଙ୍କା ଥିବାରୁ ଏହା ଟଙ୍କା ପାଇଁ ହତ୍ୟା ହୋଇନାହିଁ ବୋଲି ପୋଲିସ ପ୍ରାରମ୍ଭିକ ସମୟରେ ଅନୁମାନ କରୁଥିଲା। ହେଲେ ପରେ ଏକ ଲକ୍ଷ ଟଙ୍କା ୫ ଶହ ଟଙ୍କା ପାଇଁ ହତ୍ୟା ହୋଇଥିବା ପୋଲିସ (Police) ସୂଚନା ଦେଇଛି । ବିପିନ ଝାରସୁଗୁଡ଼ା ମଙ୍ଗଳବଜାର ର ଏକ ମୋବାଇଲ ହୋଲସେଲ ଦୋକାନରେ କାମ କରୁଥିଲେ ଏବଂ ସେହି ଦୋକାନ ର ସାମଗ୍ରୀ ବିକ୍ରି କରିବା ତଥା ଟଙ୍କା ଆଣିବା ପାଇଁ ଅନେକ ସମୟରେ ବାହାରକୁ ଯାଉଥିଲେ। 

Also Read: ସାବଧାନ! ବୋମା ପରି ବିସ୍ଫୋରଣ ହୋଇପାରେ ଘରେ ଲଗାଯାଉଥିବା Oxygen Cylinder

ହେଲେ ୧୫ ତାରିଖ ଦିନ ବିପିନ ତାଙ୍କ ସାଙ୍ଗ ଦିଲ୍ଲୀପ ସା  ସହିତ ଏକା ସାଙ୍ଗରେ ବାଗଡ଼ିହି ଏବଂ ବାମରା ଯାଇ ମୋବାଇଲ ବିକ୍ରି ଟଙ୍କା ଆଦାୟ କରି ଅଢେଇ ଲକ୍ଷ ଟଙ୍କା ନେଇ ଏକା ସାଙ୍ଗେ ଫେରିଥିଲେ।  ପରେ ରାତିରେ ଦିଲୀପ ସା ଯିଏ ବିପିନ ଙ୍କର ବନ୍ଧୁ ,ବିପିନ ଙ୍କର ଟଙ୍କା ଲୁଟ (Money Loot) କରିବା ପାଇଁ ସୁପରିକଳ୍ପିତ ଯୋଜନା କରିଥିଲେ। ଏବଂ ଖଣ୍ଡାରେ ବେକକୁ ହାଣି ଏକ ଲକ୍ଷ ୫ ଶହ ଟଙ୍କା ଧରି  ଘଟଣା ସ୍ଥଳରୁ ଫେରାର ହୋଇ ରାଉରକେଲା ବସରେ ପଳେଇଥିଲା। ଦିଲ୍ଲୀପ ଙ୍କର ଫେରାର ହେବା ପରେ ପୋଲିସ ସନ୍ଦେହ କରି ଦିଲ୍ଲୀପ ଉପରେ ନଜର ରଖିଥିଲା। 

Also Read: ବିଶ୍ୱାସ ଅବିଶ୍ୱାସର ଖେଳ: ଏହି ଦେଶରେ ମଣିଷକୁ ମାରିଖାଏ ମଣିଷ !

ତେବେ ପୋଲିସ ଦିଲ୍ଲୀପ କୁ ରାଉରକେଲା (Rourkela) ର ଏକ ହୋଟେଲ ରୁ ଗିରଫ କରି ସମସ୍ତ ଲୁଟ ଟଙ୍କା ଓ ବ୍ୟବହାର ହୋଇଥିବା ଖଣ୍ଡା ଜବତ କରିଥିବା ଏସପି ବିକାଶ ଚନ୍ଦ୍ର ଦାଶ ଆଜି ପ୍ରେସମିଟ ରେ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଦିଲୀପ ୨ ବର୍ଷ ପୂର୍ବେ ବିବାହ କରି ଧାରକରଜ ରେ ବୁଡି଼ ରହିଥିବା ବେଳେ ଦିଲ୍ଲୀପର ସ୍ତ୍ରୀ ଦିଲ୍ଲୀପଙ୍କୁ ଛାଡ଼ି ପଳାଇଛନ୍ତି । ଦିଲ୍ଲୀପ ଜଣେ ଭଲ ଛାତ୍ର ଓ BTech ମଧ୍ୟ ପାଠ ପଢ଼ିଛନ୍ତି । କେବଳ ଧାର କରଜ ଯୋଗୁଁ ଏହି ଘଟଣା କରି ଟଙ୍କା ହାତେଇ ଧାର ଟଙ୍କା ପରିଶୋଧ ପାଇଁ ଏହି ହତ୍ୟା (Brutaly Murder) କରିଥିବା ସ୍ୱୀକାର କରିଥିବା ଏସପି ସୂଚନା ଦେଇଛନ୍ତି।