ଆମିଷ ବଜାରରେ ବଢୁଛି ଭିଡ; କୋରୋନା ସଂକ୍ରମଣ ବଢିବା ଆଶଙ୍କା
Advertisement
Article Detail0/zeeodisha/odisha911069

ଆମିଷ ବଜାରରେ ବଢୁଛି ଭିଡ; କୋରୋନା ସଂକ୍ରମଣ ବଢିବା ଆଶଙ୍କା


ଆମିଷ ବଜାରରେ ଭିଡ ବଢୁଥିବାରୁ କୋରୋନା ସଂକ୍ରମଣ ବଢିବା ଆଶଙ୍କା ରହିଛି। 

ଆମିଷ ବଜାରରେ ବଢୁଛି ଭିଡ; କୋରୋନା ସଂକ୍ରମଣ ବଢିବା ଆଶଙ୍କା

ଗଜପତି: କୋଭିଡ କଟକଣାକୁ ବେଖାତିର। କୋଭିଡ ସଂକ୍ରମଣକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜ୍ୟରେ ଲକଡାଉନ ସହ ସପ୍ତାହନ୍ତ ସଟଡାଉନ ମଧ୍ୟ କାର୍ଯ୍ୟକାରୀ କରାଯାଉଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ କଡା ନିର୍ଦ୍ଦେଶ ଦିଆଯାଇଛି। 

ହେଲେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ସେରି ସାହିର ଏହି ଚିତ୍ରକୁ ଦେଖିଲେ ସ୍ପଷ୍ଟ ବାରି ହେଉଛି ସେଠାରେ କୋରୋନା କଟକଣା କିଭଳି ପାଳନ କରାଯାଉଛି। ଏଠାକାର ରାସ୍ତା କଡରେ ପସରା ମେଲି ବସିଛନ୍ତି ବ୍ୟବସାୟୀ ଆଉ ମାଛ ନେବା ପାଇଁ ଲାଗିଛି ଭିଡ। ଘଣ୍ଟା ଘଣ୍ଟା ଅପେକ୍ଷା କରି ବିଭିନ୍ନ ରକମର ମାଛ ନେଇ ଯାଉଛନ୍ତି ଲୋକେ। 

Also Read: ବାହାଘର ଭୋଜିରେ ଚଢ଼ାଉ; ୨୦ ହଜାର ଜରିମାନା ଆଦାୟ କଲା ପ୍ରଶାସନ

ଲକଡାଉନ (Lockdown) ସମୟରେ ସାଧାରଣ ପରିବା କୌଣସି ବ୍ୟବସାୟୀଭିଡ ଜମାଇଲେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଦୋକାନ ବନ୍ଦ କରିବା ସହ ଜରିମାନା ଆଦାୟ କରୁଛି ପ୍ରଶାସନ। ସଟଡାଉନ (Shutdown) ସମୟରେ ଅତ୍ୟାବଶ୍ୟକ ନଥିଲେ ଘରୁ ବାହାରିବା ପାଇଁ ବାରଣ ରହିଥିବା ସତ୍ତ୍ୱେ ମାଛର ପସରା ମେଲି ବ୍ୟବସାୟ କରିବା ଏତେ ସଂଖ୍ୟକ ଲୋକ ସହରର ବିଭିନ୍ନ ଅଞ୍ଚଳରୁ ଆସି କିଭଳି ଭିଡ ଜମାଉଛନ୍ତି ଥିଲେ ତାହା ଆଶ୍ଚର୍ଯ୍ୟର ବିଷୟ ହୋଇଥିବା ବେଳେ ଅଧିକାରୀଙ୍କ ନଜରକୁ କେମିତି ଆସୁନି ତାହାକୁ ନେଇ ଉଠିଛି ପ୍ରଶ୍ନ।

Also Read: ବାହାଘର ଚାଲିଥିବା ବର କନ୍ୟାଙ୍କୁ ଉଠାଇ ନେଇ ସଙ୍ଗରୋଧରେ ରଖିଲା ପୋଲିସ

ଅନ୍ୟ ପକ୍ଷେ ପ୍ରତେକ ରବିବାର ଏଭଳି ଭିଡ ପରିଲକ୍ଷିତ ହେଉଛି। କୌଣସି ଅଧିକାରୀ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି। ଏପରିକି କେତେକ ଅଧିକାରୀ ମଧ୍ୟ ଏଠାକୁ ଆମିଷ କିଣିବାକୁ ଆସୁଥିବା ଅଭିଯୋଗ ହେଉଛି। ଅବାଧରେ କାରବାର ଚାଲୁଥିବା ଫଳରେ ସଂକ୍ରମଣ ବ୍ୟାପିବାର ମାଧ୍ୟମ ପାଲଟିଛି ଏହି ସ୍ଥାନ। ଏଠାରେ ବିକ୍ରି ହେଉଥିବା ମାଛ ସବୁ ଆନ୍ଧ୍ରପ୍ରଦେଶରୁ ଆସୁଛି। ଯେଉଁଠି ଦେଖା ଦେଇଥିବା ନୂଆ ଷ୍ଟ୍ରେନକୁ ନେଇ ସମସ୍ତେ ହୋଇସାରିଛନ୍ତି ଭୟଭୀତ। 

Also Read: କୋଭିଡ କଟକଣା ଭାଙ୍ଗି ବାହାଘର କରି ଭରିଲେ ଜରିମାନା

ସୀମାନ୍ତରେ ଅବସ୍ଥିତ ଆନ୍ଧ୍ର ପ୍ରଦେଶର ୨ ସହର ପାତପାଟଣା, ମିଳିଆପୁଟି ଠାରେ ଦୈନିକ ଶହ ଶହ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଯାହା ସେହି ଅଞ୍ଚଳର ଲୋକ ସଂଖ୍ୟା ଅନୁସାରେ ଢେର ଅଧିକ। ଏହାକୁ ନଜରରେ ରଖି ସେଠାକାର ସ୍ଥାନୀୟ ପ୍ରଶାସନ ପକ୍ଷରୁ ସଟଡାଉନ ଘୋଷଣା କରାଯାଇଛି। ପ୍ରଶାସନ ଏହା ଉପରେ ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ନଚେତ କୋରୋନା ନିୟନ୍ତ୍ରଣ ପାଇଁ ସରକାରଙ୍କ ପକ୍ଷରୁ କରାଯାଉଥିବା ଉଦ୍ୟମ ଫସର ଫାଟିବ ବୋଲି ଚର୍ଚ୍ଚା ହେଉଛି।