ଅବିକଶିତ ସନ୍ତାନକୁ ଧରି ସ୍ୱାମୀର ଠିକଣା ସନ୍ଧାନରେ ଅଫସାନା
Advertisement
Article Detail0/zeeodisha/odisha886360

ଅବିକଶିତ ସନ୍ତାନକୁ ଧରି ସ୍ୱାମୀର ଠିକଣା ସନ୍ଧାନରେ ଅଫସାନା

ଗୋଟିଏ ପଟେ ସ୍ୱାମୀ ଛାଡି ଚାଲିଗଲେ ଅନ୍ୟ ପଟେ ବିକୃତ ସନ୍ତାନ ଜନ୍ମ ସାଙ୍ଗରେ ଦାରିଦ୍ର୍ୟତାର ଚାବୁକ। ମଝି ନଦୀରେ ଭାସୁଛନ୍ତି ଝାରସୁଗୁଡ଼ାର ଝିଅ ଅଫସାନା ବେଗମ। ହେଲେ ମାଆର ମମତା ଏବେ ବି କହୁଛି, ପ୍ରଶାସନ ଚାହିଁଲେ ସନ୍ତାନ ମଧ୍ୟ ସୁସ୍ଥ ହୋଇଯିବ ଏବଂ ନିଖୋଜ ସ୍ୱାମୀ ମଧ୍ୟ ଫେରି ଆସିବେ।

ଅବିକଶିତ ସନ୍ତାନକୁ ଧରି ସ୍ୱାମୀର ଠିକଣା ସନ୍ଧାନରେ ଅଫସାନା

ଝାରସୁଗୁଡ଼ା: ପ୍ରେମ ହେଲା, ବିବାହ ହେଲା ହେଲେ ବିବାହର କେଇଁ ଦିନ ଟା ଭିତରେ ସ୍ତ୍ରୀକୁ ଛାଡି ଚାଲିଗଲେ ସ୍ୱାମୀ। ନିଖୋଜ ସ୍ୱାମୀଙ୍କୁ ଖୋଜାଖୋଜି କରୁଥିବା ବେଳେ ଜନ୍ମ ହେଲା ଗୋଟିଏ ବିକୃତ ସନ୍ତାନ। ଗୋଟିଏ ପଟେ ସ୍ୱାମୀ ଛାଡି ଚାଲିଗଲେ ଅନ୍ୟ ପଟେ ବିକୃତ ସନ୍ତାନ ଜନ୍ମ ସାଙ୍ଗରେ ଦାରିଦ୍ର୍ୟତାର ଚାବୁକ। ମଝି ନଦୀରେ ଭାସୁଛନ୍ତି ଝାରସୁଗୁଡ଼ାର ଝିଅ ଅଫସାନା ବେଗମ। ହେଲେ ମାଆର ମମତା ଏବେ ବି କହୁଛି, ପ୍ରଶାସନ ଚାହିଁଲେ ସନ୍ତାନ ମଧ୍ୟ ସୁସ୍ଥ ହୋଇଯିବ ଏବଂ ନିଖୋଜ ସ୍ୱାମୀ ମଧ୍ୟ ଫେରି ଆସିବେ।

୨୦୧୮ ମସିହାରେ ଝାରସୁଗୁଡ଼ା (Jharsuguda) , ଚରଖା ଗଲିର ଅଫସାନା ବେଗମ ଏବଂ ହଟଲିପଡାର ଦଲିଲ ଖାନଙ୍କର ଦେଖା ହୋଇଥିଲା। ପରେ ଦୂହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ (Love Relation) ସୃଷ୍ଟି ହେଲା। ପରେ ପାରମ୍ପରିକ ପ୍ରଥା ଅନୁଯାୟୀ ନିକାହ କରିବା ସହିତ ସେମାନେ କୋର୍ଟ ମ୍ୟାରେଜ ମଧ୍ୟ କରିଥିଲେ। ଅଫସାନା ଖୁବ ଗରିବ ପରିବାରର ହୋଇଥିବାରୁ ଛୋଟ ଦିନରୁ ଅଭାବ ଅନାଟନ ଦାରିଦ୍ର୍ୟତା ଦେଖିଛନ୍ତି। ଭାବୁଥିଲେ ବାହାଘର ପରେ ସବୁକିଛି ସୁଧୁରିଯିବ। ହେଲେ ନିୟତିକୁ ଆଉ କିଛି ଇଚ୍ଛା ଥିଲା। 

Also Read: ଝୁରିବ କୁସମେଲ! ସୋନିଙ୍କ କନ୍ୟାଦାନ କରିବେ ବିଧାୟକ ଦମ୍ପତି

 

ଅଫସାନା ୩ ମାସର ଗର୍ଭବତୀ ହୋଇଥିବା ବେଳେ ସ୍ୱାମୀ ଦଲିଲ ଖାନ, କୁଚିଣ୍ଡା କାମ କରିବାକୁ ଯାଉଛି କହି ଆଉ ଘରକୁ ଫେରି ନଥିଲା। ଗର୍ଭବତୀ ଅଫସାନା ନିଜ ସ୍ୱାମୀଙ୍କୁ ଖୋଜିବାକୁ ଝାରସୁଗୁଡ଼ା ଥାନା (Jharsuguda Police) ଓ କୁଚିଣ୍ଡା ଥାନା ଯାଇ ବାରମ୍ବାର ଅନୁରୋଧ କରିଛନ୍ତି କିନ୍ତୁ କୌଣସି ସୁଫଳ ହେଲା ନାହିଁ। ଗୋଟିଏ ପଟେ ଦାରିଦ୍ର୍ୟତା ଅନ୍ୟ ପଟେ ସ୍ୱାମୀର ନିଖୋଜ (Husband Missing) ହୋଇଯିବା ଏବଂ ଏହି ସମୟରେ ଗର୍ଭବତୀ ହୋଇ ଚିନ୍ତାରେ ପଡିଯାଇଥିଲେ ଅଫସାନା ତେଣୁ ଉଚିତ ଚିକିତ୍ସା କିମ୍ବା ନିଜର ଯତ୍ନ ନେଇ ପାରିନଥିଲେ। 

fallback

ସ୍ୱାମୀ ଦଲିଲଙ୍କୁ ଖୋଜି ଖୋଜି ନୟାନ୍ତ ହୋଇଯିବା ପରେ ଗତ ୧୩ ତାରିଖରେ ଅଫସାନା ପ୍ରସବ ଯନ୍ତ୍ରଣା (Labour Pain) ଅନୁଭବ କରିଥିଲେ। ଆଉ ତାଙ୍କ ସାନ ଭାଇ ତାଙ୍କୁ ନେଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଯାହା ହେଲା ତାହା ଅଫସାନା ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ। ନିଜ ସ୍ୱାମୀଙ୍କୁ ପ୍ରତିଦିନ ଖୋଜାଖୋଜି କରିବା ନିଜର ଯତ୍ନ ନ ନେବା କାରଣରୁ ଅଫସାନା ଏକ ବିକୃତ ଶିଶୁକୁ (immature child) ଜନ୍ମ ଦେଇଥିଲେ। ଯେଉଁ ଶିଶୁଟି ପୂର୍ଣ୍ଣାଙ୍ଗ ବିକଶିତ ହୋଇପାରି ନଥିଲା। 

Also Read: ତେନ୍ତୁଳି ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଟି ଜନ୍ମ ହେବା ପରେ ଉଭୟ ମାଆ ଏବଂ ଶିଶୁଙ୍କର ଦେହ ଖରାପ ହୋଇଯାଇଥିଲା। ତେଣୁ ଉଭୟଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ପୁଣି ତାଙ୍କୁ କଟକ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତର କହିଥିଲେ। ହେଲେ ଅର୍ଥ ଅଭାବରୁ ଆଫସାନା ପୁଣି ଝାରସୁଗୁଡ଼ା ଫେରି ଆସିଥିଲେ। ଏବେ ସେ ନିଜର ଅବିକଶିତ ସନ୍ତାନକୁ ଧରି ନିଜର ସ୍ୱାମୀ ଦଲିଲର ଠିକଣା ଖୋଜୁଛନ୍ତି। ତାଙ୍କ ଶିଶୁଙ୍କୁ ଚିକିତ୍ସା କରାଇବା ସହ ତାଙ୍କ ସ୍ବାମୀଙ୍କୁ ଫେରାଇ ଆଣନ୍ତୁ ବୋଲି ପ୍ରଶାସନକୁ ଅଫସାନା ଗୁହାରି କରିଛନ୍ତି।  

ଏ ପ୍ରସଙ୍ଗରେ ଝାରସୁଗୁଡ଼ା ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ, ଯୋଗେନ୍ଦ୍ର ମାଝୀ କହିଛନ୍ତି ଯେ, ଯଥା ସମ୍ଭବ ଶିଶୁର ଚିକିତ୍ସା ପାଇଁ ପଦକ୍ଷେପ ନିଆଯିବ। ଅଫସାନାଙ୍କର ସ୍ୱାମୀ ଦଲିଲ ଖାନଙ୍କ ନିଖୋଜ ନେଇ ପୋଲିସକୁ ଅବଗତ କରାଇ ଖୋଜାଯିବ। ତେବେ ଯଦି ପ୍ରଶାସନ ତରଫରୁ ଦଲିଲ ଖାନଙ୍କୁ ଖୋଜିବାରେ ସଫଳତା ମିଳିବ ଏବଂ ଏହି ଶିଶୁକୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହିତ ସୁସ୍ଥ ହୋଇଯିବ ତେବେ ମାଆ ର ମମତା ସାଙ୍ଗରେ ସ୍ତ୍ରୀର ସ୍ୱାମୀ ପୁଣି ଫେରିଆସିବ ଏବଂ ପୁଣି ଛୋଟ ସହରରେ ଗରିବ ସପରିବାରକୁ ବଞ୍ଚିବାର ନୂଆ ରାହା ମିଳିବ।