ଚାକିରିରୁ ବହିଷ୍କୃତ ପରେ ଅତିଥି ଅଧ୍ୟାପକଙ୍କ ଆତ୍ମହୁତି ଉଦ୍ୟମ
Advertisement
Article Detail0/zeeodisha/odisha977976

ଚାକିରିରୁ ବହିଷ୍କୃତ ପରେ ଅତିଥି ଅଧ୍ୟାପକଙ୍କ ଆତ୍ମହୁତି ଉଦ୍ୟମ

ଚାକିରିରୁ ବହିଷ୍କୃତ ହେବା ପରେ ମାନସିକ ଭାରସାମ୍ୟ ହରାଇ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ପ୍ରଫେସର।  

ଚାକିରିରୁ ବହିଷ୍କୃତ ପରେ ଅତିଥି ଅଧ୍ୟାପକଙ୍କ ଆତ୍ମହୁତି ଉଦ୍ୟମ

ବ୍ରହ୍ମପୁର: ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତିକୁ ନେଇ ଅନିୟମିତତା ହୋଇଥିବା ନେଇ ହୋଇଛି  ଅଭିଯୋଗ। ଅର୍ଥନୀତି ବିଭାଗର ଜଣେ ଅତିଥି ଅଧ୍ୟାପକଙ୍କୁ ଉଦେଶ୍ଯମୂଳକ ଭାବେ ଅଚାନକ ଚାକିରିରୁ ବହିଷ୍କୃତ କରି ଅନ୍ଯ  ଜଣେ ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ସାଲିସ୍ କରି ନିଯୁକ୍ତି ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। 

ଏ ଘଟଣାରେ ଚାକିରି ହରାଇଥିବା ଅଧ୍ୟାପକ ଜଣକ ମାନସିକ ଭାରସାମ୍ୟ ହରାଇ କୁଳପତିଙ୍କ କାର୍ଯ୍ୟାଳୟ ପରିସରରେ ଦେହରେ ପେଟ୍ରୋଲ ଢାଳି ଆତ୍ମହୁତି ଦେବା ଲାଗି ଉଦ୍ୟମ କରିଛନ୍ତି। ଯାହାକୁ ନେଇ ଗତକାଲି ଖଲ୍ଲିକୋଟ କଲେଜ ପରିସରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷିତ ଭାବେ ସେହି ଅଧ୍ୟାପକଙ୍କୁ ଉଦ୍ଧାର କରିଛି। ପରିବାରର ୫ କୁଟୁମ୍ବଙ୍କ ବୋଝ ଉକ୍ତ ଅଧ୍ୟାପକଙ୍କ ମୁଣ୍ଡ ଉପରେ ରହିଥିବା ବେଳେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ନିଷ୍ପତ୍ତିକୁ ନବଦଳାଇଲେ ସେ ଆତ୍ମହତ୍ୟା କରିବା ଲାଗି ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। 

ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ପରିସରରେ ଅତିଥି ଅଧ୍ୟାପକଙ୍କ ଆତ୍ମହୁତି ଉଦ୍ଯମ। କୁଳପତି କାର୍ଯ୍ୟାଳୟ ପରିସରରେ ଦୀର୍ଘ ସମୟ ଧରି ଚାଲିଥିଲା ହାଇଡ୍ରାମା। ଦେହରେ ପେଟ୍ରୋଲ ଢାଳି ଆତ୍ମହୁତି ଦେବା ପୂର୍ବରୁ ସୁରକ୍ଷିତ ଭାବେ ଉଦ୍ଧାର କଲେ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା କର୍ମଚାରୀ। ଚାକିରିରୁ ବହିଷ୍କୃତ ହେବା ପରେ ମାନସିକ ଭାରସାମ୍ୟ ହରାଇ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ପ୍ରଫେସର ବିଭୂତି ଭୂଷଣ ମହାପାତ୍ର।  

Also Read: ଧରା ପଡୁନାହାଁନ୍ତି ନକଲି ଶିକ୍ଷକ; ରାଜରାସ୍ତାରେ ଆଶାୟୀ

ଗତ ୨୦୧୫ ମସିହା ପର ଠାରୁ ଅତିଥି ଅଧ୍ୟାପକ ଭାବେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ଅର୍ଥନୀତି ବିଭାଗରେ ଶିକ୍ଷାଦାନ କରିବା ସହ ନିଜର ଆର୍ଥିକ ଗୁଜୁରାଣ ମେଣ୍ଟାଇ ଆସୁଥିଲେ ପ୍ରଫେସର ବିଭୂତି ଭୁଷଣ ମହାପା। ହେଲେ ବିଗତ କିଛି ଦିନ ଧରି ବିଶ୍ବବିଦ୍ୟାଳୟରେ ହୋଇଥିବା ନିଯୁକ୍ତି ପକ୍ରିୟା ଅନିୟମିତତା ହୋଇଥିବା ନେଇ ଜାଣିବା ପରେ ସୁଚନା ଅଧିକାର ଆଇନ୍ ବଳରେ ତଥ୍ୟ ମାଗିବାରୁ ତାଙ୍କ ଉପରେ ଆକ୍ରୋଶ ରଖି ତାଙ୍କୁ ବହିଷ୍କୃତ କରାଯାଇଥିବା ଅଭିଯୋଗ କରିଛନ୍ତି ସେ। 

ଅତ୍ୟନ୍ତ ଗରିବ ପରିବାରରୁ ଆସିଥିବା ପ୍ରଫେସର ବିଭୂତି ଭୁଷଣ ମହାପାତ୍ରଙ୍କ କାନ୍ଧ ଉପରେ ପରିବାରର ୫ କୁଟୁମ୍ବଙ୍କ ବୋଝ ତାଙ୍କ ଉପରେ ରହିଥିବା ବେଳେ ବିଗତ ୫ ମାସ ହେବ ତାଙ୍କୁ ଚାକିରିରୁ ଉଦ୍ଦେଶ୍ଯମୂଳକ ଭାବେ ବିଦା କରାଯିବା ପରେ ତାଙ୍କର ଆର୍ଥିକ ସ୍ଥିତି ଖରାପ ହୋଇଯାଇଛି। କିଛି ପିଲାଙ୍କ ଠାରୁ ଜୋର ଜବରଦସ୍ତ ତାଙ୍କ ବିରୁଦ୍ଧରେ ଅଭିଯୋଗ ପତ୍ର ଯୋଗାଡ କରାଯାଇଥିବା ନେଇ ପ୍ରମାଣ ଦେଖାଇବା ପରେ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି। ଏନେଇ ହୋଇଥିବା ଅଭିଯୋଗର ପୁନର୍ବାର ଅନୁଧ୍ୟାନ କରାଯିବା ପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ କୁଳପତି।  ଘଟଣା ଯାହା ହେଉନା କାହିଁକି ଜଣେ ଅଧ୍ୟାପକଙ୍କ ଅଭିଯୋଗକୁ ଭିତ୍ତି କରି ବିହିତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି।