କୁହୁଡି ଆଉ ୨୪ ଘଣ୍ଟା, ପୁଣି ଆସୁଛି ବର୍ଷା!
Advertisement
Article Detail0/zeeodisha/odisha1075286

କୁହୁଡି ଆଉ ୨୪ ଘଣ୍ଟା, ପୁଣି ଆସୁଛି ବର୍ଷା!

ତେବେ ୨୧ ତାରିଖରେ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rains) ସମ୍ଭାବନା ରହିଛି । 

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: Odisha Weather Update: ଲଗାତାର ତିନି ଦିନ ଧରି ଜାରି ରହିଥିବା ଘନ କୁହୁଡି (Fog) ଆସ୍ତରଣ ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଆଜି ସକାଳ ୮ଟା ୩୦ ମଧ୍ୟରେ ୫ ଜିଲ୍ଲା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ନବରଙ୍ଗପୁର ଓ କୋରାପୁଟରେ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre) ।

ଏହାସହ ଦକ୍ଷିଣ ଆଭ୍ୟନ୍ତରୀଣ ସମେତ ଉପକୂଳବର୍ତ୍ତୀ ଓଡିଶାର କିଛି ଜିଲ୍ଲାରେ ହାଲୁକା କୁହୁଡି (Fog) ଦେଖାଦେବାର ସମ୍ଭାବନା ରହିଛି । ଏହାପରେ ଆସନ୍ତାକାଲି କାଲି ଠାରୁ ଆଉ କୁହୁଡି ଜନିତ ସତର୍କ ସୂଚନା ନଥିଲେ ବି କାଁ ଭାଁ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଦେବ । ଏହାସହ ୨୪ ଘଣ୍ଟା ପରେ ୨୦ ତାରିଖରୁ ସମ୍ଭାବ୍ୟ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବା ସହ ଶୀତ (Cold) ର ପ୍ରକୋପ କମିବ ।

ଏହା ବି ପଢ଼ନ୍ତୁ:-ଏହି ଗ୍ରହରେ ରହୁଛନ୍ତି ଏଲିଏନ୍ସ! ନାସା ଲୁଚାଉଛି ଏହି ବଡ଼ ରହସ୍ୟ

ଏହା ବି ପଢ଼ନ୍ତୁ:-କ'ଣ ଭାରତ ପାଇଁ ଉପଯୋଗୀ ରହିବ ଲକଡାଉନର ନୂଆ ଫର୍ମୂଲା? ସବୁଜ ସଙ୍କେତ ଦେଲା WHO

ଏହା ବି ପଢ଼ନ୍ତୁ:-ସର୍ଭେ: ୟୁପିରେ ଏହି ଦଳ ଗଢ଼ିବାକୁ ଯାଉଛି ସରକାର? ଜାଣନ୍ତୁ କେଉଁ ଦଳକୁ ମିଳିବ କେତେ ଆସନ

ତେବେ ୨୧ ତାରିଖରେ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rains) ସମ୍ଭାବନା ରହିଛି ।