Rayagada Crime: ମିଳିଲା ନିଖୋଜ ମହିଳାଙ୍କ କଙ୍କାଳ
Advertisement
Article Detail0/zeeodisha/odisha1374940

Rayagada Crime: ମିଳିଲା ନିଖୋଜ ମହିଳାଙ୍କ କଙ୍କାଳ

ଦୀର୍ଘ ଦିନ ଧରି ନିଖୋଜ ଥିବା ମହିଳାଙ୍କ ନର କଙ୍କାଳ ଜଙ୍ଗଲରୁ ଉଦ୍ଧାର ହୋଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା (Rayagada) ଜିଲ୍ଲା ଅମ୍ବାଦଳା (Ambadala) ଥାନା ଅନ୍ତର୍ଗତ ବାଲିଯୋଡ଼ି ଗ୍ରାମ ନିକଟରେ। କଳାହାଣ୍ଡି ଜିଲ୍ଲା (Kalahandi) ବିଶ୍ଵନାଥ ପୁର ଥାନା ଅଧୀନସ୍ଥ କୁଟ୍ରାଗୁଡ଼ା (Kutraguda)

Rayagada Crime: ମିଳିଲା ନିଖୋଜ ମହିଳାଙ୍କ କଙ୍କାଳ

Rayagada Crime ରାୟଗଡ଼ା (ତୁଷାର ରଞ୍ଜନ ସାହୁ): ଦୀର୍ଘ ଦିନ ଧରି ନିଖୋଜ ଥିବା ମହିଳାଙ୍କ ନର କଙ୍କାଳ ଜଙ୍ଗଲରୁ ଉଦ୍ଧାର ହୋଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା (Rayagada) ଜିଲ୍ଲା ଅମ୍ବାଦଳା (Ambadala) ଥାନା ଅନ୍ତର୍ଗତ ବାଲିଯୋଡ଼ି ଗ୍ରାମ ନିକଟରେ। କଳାହାଣ୍ଡି ଜିଲ୍ଲା (Kalahandi) ବିଶ୍ଵନାଥ ପୁର ଥାନା ଅଧୀନସ୍ଥ କୁଟ୍ରାଗୁଡ଼ା (Kutraguda) ଗ୍ରାମର ଅନୁସୟା ହରିଜନ ଓ ଅମ୍ବାଦଳା (Ambadala) ଥାନା ଅନ୍ତର୍ଗତ କଦମ୍ବଗୁଡ଼ା (Kadambaguda) ଗ୍ରାମର ରାହୁଲ କରକରିଆ କେରଳରେ (Kerala) ଦାଦନ ଖଟିବା ପାଇଁ ଯାଇଥିଲେ। 

ସେଠାରେ ଉଭୟ ପ୍ରେମ ବିବାହ କରି ଏକ ବର୍ଷ ସୁଖ ସଂସାର ରେ ରହି ଆସୁଥିଲେ। ମାସେ ତଳେ ଅନୁଷୟା ନିଜ ଗାଁକୁ ଆସୁଥିବା ସମୟରେ ରାହୁଲ ବାଲିଯୋଡି ରେ ଥିବା ତାଙ୍କ ଭଉଣୀ ଓ ଭିଣୋଇ କୁ ଟ୍ରେନ୍ ରୁ ନେଇ ନିଜ ଘରେ ରଖିବା ପାଇ ଫୋନ ଯୋଗେ ଜଣାଇ ଥିଲେ। ତେଣୁ ରାହୁଲ ଙ୍କ ଭିଣୋଇ ମୁନିଗୁଡା ଷ୍ଟେସନ୍ ରୁ ଆଣି ନିଜ ଘରେ ରାହୁଲଙ୍କ ସ୍ତ୍ରୀ ଅନୁସୟାକୁ ରଖିଥିଲେ। ୧୫ ଦିନ ପରେ ଅନୁସୟା କେଉଁ ଆଡେ ଚାଲି ଯାଇଥିବା ନେଇ ଭିଣେଇ ତାଙ୍କ ସମ୍ପର୍କୀୟ ଙ୍କୁ ଜଣାଇ ଥିଲେ । ଏନେଇ ଅନୁସୟାଙ୍କ ପରିବାର ପକ୍ଷରୁ ଅମ୍ବାଦଳା ଥାନାରେ ସେପ୍ଟେମ୍ବର ୩ ତାରିଖରେ ଏକ ନିଖୋଜ ଏତଲା ଦିଆଯାଇଥିଲା। 

ଏହାକୁ ନେଇ ଅମ୍ବାଦଳା ପୋଲିସ୍ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଜାରି ରଖି ଥିବା ବେଳେ ବେଶେଷ ସୂତ୍ରରୁ ଖବର ପାଇ ସାଇଣ୍ଟିଫିକ ଟିମ୍ ସହ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଜଙ୍ଗଲରୁ ମହିଳା ଅନୁଷୟା ଙ୍କ ମୃତ ଦେହ ଏକ ବସ୍ତା ଭିତରେ ଥିବା ଅବସ୍ଥା ରେ ଉଦ୍ଧାର କରି ଶବ ବେବେଛେଦ ପାଇଁ କୋରାପୁଟ ମେଡିକାଲ କୁ ପଠାଇଛି । ଏହି ମାମଲା ରେ ଭିଣେଇ ଶ୍ରୀଚରଣ କୁସୁଲିଆ ଓ ତାଙ୍କ ସ୍ତ୍ରୀ କୁ ଥାନା ରେ ଅଟକ ରଖି ତଦନ୍ତ ଜାରି ରଖିଛି। ଅନ୍ୟ ପରେ ମହିଳା ଜଣଙ୍କୁ ଭିଣେଇ ଶ୍ରୀଚରଣ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ନେଇ ଅନୁଷୟାଙ୍କ ପରିବାର ଅଭିଯୋଗ ଆଣିଛନ୍ତି । ଅଭିଯୋଗ କୁ ଆଧାର କରି ଶ୍ରୀ ଚରଣ ଓ ତାଙ୍କ ସ୍ତ୍ରୀ ଙ୍କୁ ଥାନା ରେ ଅଟକ ରଖାଯାଇଛି । ଅନ୍ୟ ପଟେ ଶବ ବେବେଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣା ପଡ଼ିବ ବୋଲି ରାୟଗଡା ଏସପି ବିବେକା ନନ୍ଦ ଶର୍ମା ସୂଚନା ଦେଇଛନ୍ତି।

ଅଧିକ ପଢନ୍ତୁ: ଓଲିଉଡରେ ଆଲୋଡ଼ନ: ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଲେ ଅଭିନେତ୍ରୀ

ଅଧିକ ପଢନ୍ତୁ: Cancer causing foods: ଏହି ୫ ଟି ଖାଦ୍ୟ ଶରୀରରେ ପାଇଁ ଅତ୍ୟନ୍ତ କ୍ଷତିକାରକ, ହୋଇପାରେ କ୍ୟାନସର

ଅଧିକ ପଢନ୍ତୁ: Supreme Court: ସଂସଦ ଗୃହର ଥିବା ସିଂହ 'ହିଂସ୍ର' ଦେଖାଯିବା ଆବେଦନରେ ସୁପ୍ରିମକୋର୍ଟ ଶୁଣାଇଲେ ବଡ଼ ରାୟ