Akshaya Tritiya 2023: ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଆଜିଠୁ ଆରମ୍ଭ ହେଲା ପ୍ରସ୍ତୁତି, ଘୋଷଣା ହେଲା ପାର୍ବତୀଙ୍କ ପିତା-ମାତାଙ୍କ ନାଁ
Advertisement

Akshaya Tritiya 2023: ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଆଜିଠୁ ଆରମ୍ଭ ହେଲା ପ୍ରସ୍ତୁତି, ଘୋଷଣା ହେଲା ପାର୍ବତୀଙ୍କ ପିତା-ମାତାଙ୍କ ନାଁ

Akshaya Tritiya 2023 News In Odia: ଆଜି ପବିତ୍ର ଅକ୍ଷୟ ତୃତୀୟା(Akshaya Tritiya 2023) ।  ଏ ଅବସରରେ  ସମ୍ବଲପୁରର (Sambalpur)ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା (Sital Sasthi 2023) ପାଇଁ ଆଜିଠୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ପ୍ରଭୁ ଶିବଙ୍କର ବିବାହ ପାଇଁ ଥାଳ ଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ଅକ୍ଷୟ ତୃତୀୟା (Akshaya Tritiya 2023) ଠାରୁ ଥାଳ ଉଠା ସହ (Thala Utha ritual)ଶିବ ପାର୍ବତୀଙ୍କର ବିବାହ ପାଇଁ ଅର୍ଥ ସଂଗ୍ରହ କରାଯାଏ । 

Akshaya Tritiya 2023: ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଆଜିଠୁ ଆରମ୍ଭ ହେଲା ପ୍ରସ୍ତୁତି, ଘୋଷଣା ହେଲା ପାର୍ବତୀଙ୍କ ପିତା-ମାତାଙ୍କ ନାଁ

Akshaya Tritiya 2023 News In Odia: ଆଜି ପବିତ୍ର ଅକ୍ଷୟ ତୃତୀୟା(Akshaya Tritiya 2023) ।  ଏ ଅବସରରେ  ସମ୍ବଲପୁରର (Sambalpur)ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା (Sital Sasthi 2023) ପାଇଁ ଆଜିଠୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ପ୍ରଭୁ ଶିବଙ୍କର ବିବାହ ପାଇଁ ଥାଳ ଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ଅକ୍ଷୟ ତୃତୀୟା (Akshaya Tritiya 2023) ଠାରୁ ଥାଳ ଉଠା ସହ (Thala Utha ritual)ଶିବ ପାର୍ବତୀଙ୍କର ବିବାହ ପାଇଁ ଅର୍ଥ ସଂଗ୍ରହ କରାଯାଏ । ଆଜିଠାରୁ ଝାଡୁଆପଡା ଆରଣ୍ୟକ ପୂଜା କମିଟି ତରଫରୁ ପ୍ରଭୁ ଲୋକନାଥଙ୍କର ଥାଳ ଉଠା (Thala Utha ritual) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥର କନ୍ୟା ମାତା ପିତା ହିସାବ ରେ ଡାକ୍ତର ଗିରୀଶ ଚନ୍ଦ୍ର ବେହେରା ଓ ଡାକ୍ତର ରେଣୁକା ସାହୁ ଙ୍କ ନାଁ ଘୋଷଣା କରାଯାଇଛି । ଦେବ ଦେବ ମହାଦେବ ଶିବ ଓ ମାତା ପାର୍ବତୀଙ୍କ ଏହି ଦେବ ବିବାହ ଉତ୍ସବ ସାଧାରଣ ମନୁଷ୍ୟ ଙ୍କ ବିବାହ ଉତ୍ସବ ଭଳି ଆୟୋଜିତ ହେଉଥିବା ବେଳେ ଏହାକୁ ନେଇ ପଶ୍ଚିମ ଓଡ଼ିଶାରେ ପ୍ରବଳ ଉତ୍ସାହ ଜନତା ଙ୍କ ମଧ୍ୟରେ ପରିଲକ୍ଷିତ ହୋଇଥାଏ ଏବଂ ଏହି ଲୌକିକ ଦେବ ଦମ୍ପତ୍ତି ଙ୍କ ବିବାହ ଉତ୍ସବ ଦେଖିବା ଓ ଆର୍ଶିବାଦ ଲାଭ ନିମନ୍ତେ ସମ୍ବଲପୁରରେ ଲକ୍ଷ ଲକ୍ଷ ଭକ୍ତ ଙ୍କ ଜନସମାଗମ ସମ୍ବଲପୁର ଠାରେ ହୋଇଥାଏ।

ଚଳିତ ବର୍ଷ ଏପ୍ରିଲ ୨୩ ତାରିଖ ରବିବାରରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଥାଳ ଉଠା କାର୍ଯ୍ୟକ୍ରମ ହୋଇଥିବା ବେଳେ ମେ ୨୦ ତାରିଖ ଶନିବାର ଦିନ ପତ୍ରପେଣ୍ଡି ନିତି, ମେ ୨୧ ତାରିଖ ରବିବାର ଦେବ ନିମନ୍ତ୍ରଣ, ମେ ୨୩ ତାରିଖ ମଙ୍ଗଳବାର ଦେବ ବିବାହରେ ସାକ୍ଷୀ ରହିବା ପାଇଁ ଶ୍ରୀ ସାକ୍ଷୀଗୋପିନାଥ ଙ୍କ ଆଗମନ, ମେ ୨୪ ତାରିଖ ବୁଧବାର ଶିବ ବିବାହ, ମେ ୨୫ ତାରିଖ ଗୁରୁବାର (ରାତ୍ରି) ନଗର ପରିକ୍ରମା ଶୋଭାଯାତ୍ରା ଆରମ୍ଭ ଓ ମେ ୨୬ ତାରିଖ ଶୁକ୍ରବାର ଅପରାହ୍ନରେ ନଗର ଶୋଭାଯାତ୍ରା ସମ୍ପନ୍ନ ଏବଂ ଦେବ ଦମ୍ପତ୍ତିଙ୍କର ମନ୍ଦିର ପ୍ରବେଶ ନିତି ଅନୁଷ୍ଠିତ ହେବ ବୋଲି ଜଣାପଡିଛି । 

Also Read: Archana Nag Money Laundering Case: ଅର୍ଚ୍ଚନାଙ୍କୁ ଫସାଇଲେ! ଆଉ ଏବେ ନିଜେ ଅଡୁଆରେ ଫସିଲେ ...

Also Read: Jagatsinghpur News: ଦିନେ ଖାକି ବର୍ଦ୍ଦିରେ ଦେଉଥିଲେ ସୁରକ୍ଷା, ଆଜି ପୁଅ ବୋହୂ ଦେଉଛନ୍ତି ଅକଥନୀୟ ନିର୍ଯାତନା

ଅକ୍ଷୟ ତୃତୀୟା ଦିବସର କଣ ରହିଛି ମହତ୍ବ:

ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ। କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି।କୃଷକ ଏହି ଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ। ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ।ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ।ଏହାକୁ ଅକ୍ଷିମୁଠି କହନ୍ତି।

ସେହିପରି ଏହି ଦିନ ଓଡିଆଙ୍କ ଇଷ୍ଟଦେବ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୪୨ ଦିନ ବ୍ୟାପି ଚାଲିବାକୁ ଥିବା ଚନ୍ଦନ ଯାତ୍ରାର ଶୁଭାରମ୍ଭ ହୋଇଥାଏ।ପ୍ରଭୁଙ୍କୁ ପ୍ରଚଣ୍ଡ ଖରାରୁ ଉପଶମ ଦେବା ଲାଗି ନରେନ୍ଦ୍ର ପୁଷ୍କରିଣୀରେ ପୋଖରୀରେ ଚାପ ଖେଳନ୍ତି ମହାପ୍ରଭୁ। କୁହାଯାଏ ଆଜିର ଦିନରେ ସତ୍ୟଯୁଗର ଆରମ୍ଭ ହୋଇଥିଲା। ବେଦବ୍ୟାସ ଏବଂ ପ୍ରଭୁ ଶ୍ରୀ ଗଣେଶ ଆଜିର ଦିନରେ ମହାଭାରତ ଲେଖିବା ଆରମ୍ଭ କରିଥିଲେ। ନୂଆ ଗହଣା କିଣିବା, ନୂଆ କରି ବ୍ୟବସାୟ ଆରମ୍ଭ କରିବା ଆଦି ଏହି ଦିନରେ ଆରମ୍ଭ କରିବା ଦ୍ୱାରା ଏହା ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି।ଏହା ସହ ଘରକୁ ସୁଖ -ସମୃଦ୍ଧି ଆସିଥାଏ।