Credit Card payment systeam: କ୍ରେଡିଟ୍ କାର୍ଡ୍ ବିଲ୍ ପୈଠ କରିବା ବେଳେ କରନ୍ତୁ ନାହିଁ ଏହି ଭୁଲ,ନହେଲେ ଋଣଭାରରେ ବୁଡ଼ିବେ
Advertisement

Credit Card payment systeam: କ୍ରେଡିଟ୍ କାର୍ଡ୍ ବିଲ୍ ପୈଠ କରିବା ବେଳେ କରନ୍ତୁ ନାହିଁ ଏହି ଭୁଲ,ନହେଲେ ଋଣଭାରରେ ବୁଡ଼ିବେ

  ଯଦି ଆପଣ ମଧ୍ୟ କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତି ତେବେ ସାବଧାନ ରୁହନ୍ତୁ  । ବିଶେଷକରି କ୍ରେଡିଟ୍ କାର୍ଡ ବିଲ୍ ପୈଠ କରିବାବେଳେ । କାରଣ ଅନେକ କ୍ରେଡିଟ୍ କାର୍ଡ୍ ବ୍ୟବହାରକାରୀ ବିଲକୁ ବୁଝି ନପାରି ଏମିତି କିଛି କରିଥାନ୍ତି ଯାହା ସେମାନଙ୍କୁ ଋଣଭାରରେ ବୁଡାଇ ଦେଇଥାଏ । ଆପଣ ନିଜର କୌଣସି ବନ୍ଧୁଙ୍କଠାରୁ କେବେ

SOCIAL MEDIA

Credit Card payment systeam: 

ଯଦି ଆପଣ ମଧ୍ୟ କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତି ତେବେ ସାବଧାନ ରୁହନ୍ତୁ  । ବିଶେଷକରି କ୍ରେଡିଟ୍ କାର୍ଡ ବିଲ୍ ପୈଠ କରିବାବେଳେ । କାରଣ ଅନେକ କ୍ରେଡିଟ୍ କାର୍ଡ୍ ବ୍ୟବହାରକାରୀ ବିଲକୁ ବୁଝି ନପାରି ଏମିତି କିଛି କରିଥାନ୍ତି ଯାହା ସେମାନଙ୍କୁ ଋଣଭାରରେ ବୁଡାଇ ଦେଇଥାଏ । ଆପଣ ନିଜର କୌଣସି ବନ୍ଧୁଙ୍କଠାରୁ କେବେ ଶୁଣିଥିବେ ଯେ, ମୁଁ ପ୍ରତିମାସରେ ମୋ କ୍ରେଡିଟ୍ କାର୍ଡର ମିନିମମ୍ ବିଲ୍ ଦେଉଛି କିନ୍ତୁ ଟଙ୍କା ଶୁଝିବା ବଦଳରେ ବଢି ବଢି ଚାଲିଛି । ଇଏ ହେଉଛି ସେହି ଜାଲ ଯେଉଁଥିରେ ପଡି ଅନେକ କ୍ରେଡିଟ୍ କାର୍ଡ୍ ବ୍ୟବହାରକାରୀ ତଳିତଳାନ୍ତ ହୋଇଛନ୍ତି । ଆଜି ଆମେ ଆପଣଙ୍କୁ କ୍ରେଡିଟ୍ କାର୍ଡ୍ ବିଲ ପୈଠକୁ ନେଇ ଥିବା କିଛି ଭୁଲଧାରଣା ବାବଦରେ  ସଜାଗ କରିବୁ ।

କ୍ରେଡିଟ୍ କାର୍ଡ ବିଲ୍  ପୈଠ କାଳରେ ଏହି ଭୁଲ କରନ୍ତୁ ନାହିଁ

ବିଲ୍ ପୈଠ କରିବାର ଶେଷ ତାରିଖ ମନେରଖନ୍ତୁ: କ୍ରେଡିଟ୍ କାର୍ଡ ବିଲ୍ ପୈଠ କରିବାର ଶେଷ ତାରିଖ ମନେ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣ ଶେଷ ତାରିଖ ପୂର୍ବରୁ ବିଲ୍ ପୈଠ କରିବାକୁ ସକ୍ଷମ ନୁହଁନ୍ତି, ତେବେ ଆପଣଙ୍କୁ ଫାଇନ୍ ଦେବାକୁ ପଡିପାରେ । ଏହି ଫାଇନ୍ ଭିତରେ ଫାଇନାନ୍ସ ଚାର୍ଜ୍ ସହିତ ସୁଧ ମଧ୍ୟ ଲାଗୁ ହୋଇଥାଏ । ବ୍ୟାଙ୍କ ବିଶେଷରେ ସୁଧ ଅଲଗା ଅଲଗା ହୋଇଥାଏ । ସାଧରାଣତଃ ସୁଧହାର ୩.୪ ପ୍ରତିଶତରୁ ଆରମ୍ଭ ହୋଇଥାଏ । ସବୁଠାରୁ ବିପଜ୍ଜନକ କଥା ହେଉଛି ଏଥିରେ ସୁଧ ଉପରେ ସୁଧ ଲାଗୁହୋଇଥାଏ । ଅର୍ଥାତ ଚକ୍ରବୃଦ୍ଧି ସୁଧ । ବାର୍ଷିକ ହିସାବରେ ଯଦି ଦେଖିବେ ତେବେ ସୁଧ ବର୍ଷକୁ ୩୦ରୁ ୪୦ ପ୍ରତିଶତ ହୋଇଥାଏ ।

ସମଗ୍ର ବିଲ୍ ରାଶି ପ୍ରଦାନ କରନ୍ତୁ: କ୍ରେଡିଟ୍ କାର୍ଡ ବିଲ୍ ପୈଠ କରିବାବେଳେ, ପୁରା ବିଲ୍ ପ୍ରଦାନ କରାଯିବା ଉଚିତ । ଯଦି ଆପଣ ବିଲ୍ ର ସମ୍ପୂର୍ଣ୍ଣ ପରିମାଣ ଦେବାକୁ ସକ୍ଷମ ନୁହଁନ୍ତି, ତେବେ ଆପଣଙ୍କୁ ସୁଧ ଦେବାକୁ ପଡିବ । କ୍ରେଡିଟ୍ କାର୍ଡ ଉପରେ ସୁଧ ହାର ବହୁତ ଅଧିକ । ସାଧାରଣତଃ କ୍ରେଡିଟ୍ କାର୍ଡ୍ ବିଲରେ ମିନିମମ୍ ବିଲ୍ ବୋଲି ଏକ ସେକ୍ସନ ଥାଏ । ଏହି ମିନିମମ୍ ବିଲ୍ ଦେଇ ଅନେକ ଭାବିନିଅନ୍ତି ଯେ, ସେମାନେ ବିଲ୍ ଦେଉଛନ୍ତି । କିନ୍ତୁ ଏହା ଭୁଲ ଧାରଣା । ମିନିମମ୍ ବିଲ୍ ଦେଲେ ମଧ୍ୟ ବଳକା ଟଙ୍କା ଉପରେ ଆପଣଙ୍କୁ ସୁଧ ଦେବାକୁ ପଡିଥାଏ । ମିନିମମ୍ ବିଲ୍ ଦେବା ଅର୍ଥ ଆପଣଙ୍କ ବିରୋଧରେ କ୍ରେଡିଟ୍ କାର୍ଡ୍ କମ୍ପାନୀ ସିବିଲ ଭଳି ସଂସ୍ଥାକୁ ରିପୋର୍ଟ କରିନଥାନ୍ତି ।ତେଣୁ ମିନିମମ୍ ବିଲ୍ ବଦଳରେ ସବୁବେଳେ ଟୋଟାଲ ବିଲ୍ ପୈଠ କରନ୍ତୁ । ନହେଲେ ସୁଧ ଚକ୍ରବ୍ୟୁହରେ ପଡିବେ ।

ଆକାଉଣ୍ଟରେ ଟଙ୍କା: ବିଲ୍ ପୈଠ କରିବାକୁ ଭୁଲିଯିବା ସାଧାରଣ କଥା । ତେଣୁ ସବୁଠାରୁ ଭଲ ହେବ ଆପଣ ନିଜ ବ୍ୟାଙ୍କ ଆକାଉଣ୍ଟରେ କ୍ରେଡିଟ୍ କାର୍ଡକୁ ଯୋଡ଼ି ଅଟୋ ପେ’ ସିଲେକ୍ଟ କରନ୍ତୁ । ଫଳରେ ଆପେ ଆପେ ଟଙ୍କା ପୈଠ ହୋଇଯିବ । ତେବେ ଏଥିପାଇଁ ଧାର୍ଯ୍ୟ ତାରିଖ ପୂର୍ବରୁ ବ୍ୟାଙ୍କ ଖାତାର ଟଙ୍କା ରଖିବାକୁ ପଡ଼ିବ ।

କିସ୍ତିରୁ ଦୁରେଇ ରୁହନ୍ତୁ : କିସ୍ତିରେ ଦେବାର ବିକଳ୍ପ ଚୟନ କରିବା ଠାରୁ ଦୂରେଇ ରୁହନ୍ତୁ । ଏହା ଏକ ଥର ସୁବିଧା ଭଳି ମନେହୁଏ କିନ୍ତୁ ଦୀର୍ଘ ସମୟ ମଧ୍ୟରେ ଏହା ଆପଣଙ୍କୁ  ମହଙ୍ଗା ପଡ଼ିବ । କାରଣ ଏଥିରେ ଆପଣଙ୍କୁ ସୁଧ ଦେବାକୁ ପଡିଥାଏ ।

କ୍ରେଡିଟ୍ କାର୍ଡ ବ୍ୟବହାର କରିବା ସମୟରେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖନ୍ତୁ  । ଆପଣ ନିଜର ଏକ ବଜେଟ୍ ପ୍ରସ୍ତୁତ କରନ୍ତୁ  ।  ଆପଣ କେତେ ଖର୍ଚ୍ଚ କରୁଛନ୍ତି ଏବଂ ବିଲ୍ ପୈଠ କରିବାକୁ ଆପଣଙ୍କୁ କେତେ ଟଙ୍କା ସଞ୍ଚୟ କରିବାକୁ ପଡିବ ତାହା ଜାଣିବା ପାଇଁ ବଜେଟ୍ ଆପଣଙ୍କୁ ସାହାଯ୍ୟ କରିପାରିବ ।