Entertainment News: ପୁଣି ଲୁହରେ ଭିଜିଲା କଳା ଜଗତ, ଚାଲିଗଲେ ଏହି ବରିଷ୍ଠ ଅଭିନେତ୍ରୀ
Advertisement
Article Detail0/zeeodisha/odisha2385087

Entertainment News: ପୁଣି ଲୁହରେ ଭିଜିଲା କଳା ଜଗତ, ଚାଲିଗଲେ ଏହି ବରିଷ୍ଠ ଅଭିନେତ୍ରୀ

Entertainment News: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର। ଲୁହରେ ଭିଜିଲା ସିନେ ଜଗତ। ପୁଣି ଆଖିବୁଜିଲେ ଆଉ ଜଣେ ଅଭିନେତ୍ରୀ। 

Entertainment News: ପୁଣି ଲୁହରେ ଭିଜିଲା କଳା ଜଗତ, ଚାଲିଗଲେ ଏହି ବରିଷ୍ଠ ଅଭିନେତ୍ରୀ

Entertainment News: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର। ଲୁହରେ ଭିଜିଲା ସିନେ ଜଗତ। ପୁଣି ଆଖିବୁଜିଲେ ଆଉ ଜଣେ ଅଭିନେତ୍ରୀ। ଆମେରିକାର ପ୍ରସିଦ୍ଧ ଅଭିନେତ୍ରୀ ଜେନା ରଲାଣ୍ତଙ୍କ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ତେବେ, ତାଙ୍କର ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। କଳାକାର ଓ ଫ୍ୟାନ୍ସମାନେ ତାଙ୍କୁ ସୋସିଆଲ୍ ମିଡିଆରେ ଶ୍ରଦ୍ଧାଜ୍ଞଳୀ ଜଣାଇଛନ୍ତି। 

ALSO READ: Gold Rate Today: ସ୍ବାଧିନତା ଦିବସରେ ଜାରି ହେଲା ନୂଆ ସୁନା ଦର! ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଭରି ପିଛା ମୂଲ୍ୟ

ALSO READ: Budh Gochar 2024: ବୁଧଙ୍କ ଚଳନ ବଦଳାଇବ ଏହିସବୁ ରାଶିଙ୍କ ଭାଗ୍ୟ, ଚାକିରିରେ ମିଳିବ ପଦୋନ୍ନତି ସହ କିଣିବେ ନୂଆ ଗାଡି଼!

ସୂଚନା ଅନୁସାରେ, ଜେନା ରଲାଣ୍ତ ଦିର୍ଘ ଦିନ ଧରି ଡେମେଣ୍ଟିଆ (Dementia) ରୋଗରେ ପିଡିତଥିଲେ। ଫଳରେ ସେ ନିଜର ସ୍ମରଣ ଶକ୍ତି ହରାଇଥିଲେ। ଫଳରେ ସେ ନିଜ ଲୋକଙ୍କୁ ମଧ୍ୟ ସହଜରେ ଚିହ୍ନିପାରୁ ନଥିଲେ। ଫଳରେ କଥାବାର୍ତ୍ତା ମଧ୍ୟ ଠିକ୍ ଭାବରେ କରିପାରୁ ନଥିଲେ। କିନ୍ତୁ ଗତକାଲି ହଠାତ୍ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା ।ପରେ ପରିବାର ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ଖବର ପ୍ରଥମେ ଗଣମାଧ୍ୟମକୁ ତାଙ୍କର ପୁଅ ଦେଇଥିଲେ। 

ଜେନା ରଲାଣ୍ତ ଗତ ଜୁନ୍ ମାସରୁ ଏହି ରୋଗରେ ପୀଡିତ ଥିବା ଜଣାପଡିଛି। ଯଦି ଗଣମାଧ୍ୟମ ରିପୋର୍ଟକୁ ବିଶ୍ବାସ କରାଯାଏ। ତେବେ, ୧୯୩୦ ମସିହାରେ ସେ କ୍ରାମ୍ବିଆ ରେ ଜନ୍ମଗ୍ରହଣ କରିଥିଲେ। ଏବଂ ୧୯୫୦ ମସିହାରୁ ଅଭିନୟରେ କ୍ୟାରିୟର ଆରମ୍ଭ କରିଥିଲେ। ଆଉ (The Seven Year Itch) 'ଦ ସେଭେନ୍ ୟିଅର ଇଚ୍' ରୁ କ୍ୟାରିୟର ଆରମ୍ଭ କରିଥିଲେ। ଏବଂ (The High Cost of Loving) 'ଦି ହାଇକଷ୍ଟ ଅଫ୍ ଲଭିଙ୍ଗ' ତାଙ୍କର ପ୍ରଥମ ମୁଭି ଥିଲା। ଏହାସହ ସେ ଅନେକ ଟେଲିଭିଜନ୍ ସିରିୟଲ୍ ରେ ମଧ୍ୟ କାମ କରିଛନ୍ତି।