Tea: ଚାହା ପିଇଲେ ଗ୍ୟାସ୍ ହେଇଯାଇଛି କି ? ଚୁଟକୀରେ ଦୂର କରନ୍ତୁ ଏପରି ସମସ୍ୟା
Advertisement
Article Detail0/zeeodisha/odisha2393420

Tea: ଚାହା ପିଇଲେ ଗ୍ୟାସ୍ ହେଇଯାଇଛି କି ? ଚୁଟକୀରେ ଦୂର କରନ୍ତୁ ଏପରି ସମସ୍ୟା

Tea: ଅନେକଙ୍କ ଚାହା ବିନା ସକାଳ ଆରମ୍ଭ ହୁଏନି। ଚା' ଏକ ପାନୀୟ ନୁହେଁ ,ଏହା ଅଧିକାଂଶ ଲୋକଙ୍କର ଆବଶ୍ୟକତା ହୋଇସାରିଛି। ବିଶ୍ବରେ ଚାପ୍ରେମୀଙ୍କ ଅଭାବ ନାହିଁ।  କିନ୍ତୁ ଦୁର୍ବଳ ହଜମ ଶକ୍ତି ଯୋଗୁଁ ଚାହା ପିଇବା ପରେ ପେଟରେ ଗ୍ୟାସ୍ ହେବା ସହ ପେଟ ଫୁଲିବା ପରି ସମସ୍ୟା ଦେଖାଯାଏ। ତେବେ, କିଭଳି ଏହି ସମସ୍ୟାକୁ ଚୁଟକୀରେ ଦୂର କରିହେବ । ଆସନ୍ତୁ ଜାଣିବା....

Tea: ଚାହା ପିଇଲେ ଗ୍ୟାସ୍ ହେଇଯାଇଛି କି ? ଚୁଟକୀରେ ଦୂର କରନ୍ତୁ ଏପରି ସମସ୍ୟା

Tea: ଅନେକଙ୍କ ଚାହା ବିନା ସକାଳ ଆରମ୍ଭ ହୁଏନି। ଚା' ଏକ ପାନୀୟ ନୁହେଁ ,ଏହା ଅଧିକାଂଶ ଲୋକଙ୍କର ଆବଶ୍ୟକତା ହୋଇସାରିଛି। ବିଶ୍ବରେ ଚାପ୍ରେମୀଙ୍କ ଅଭାବ ନାହିଁ। କିଛି ଲୋକେ ଏହି ଚା ପାଇଁ ଏତେ ପାଗଳ ଯେ,ଦିନରେ କେତେ କପ୍ ଚା ପିଇବେ, ତାହା ଗଣନା ମଧ୍ୟ କରିପାରିବେ ନାହିଁ। କିନ୍ତୁ ଅଧିକାଂଶ ଲୋକଙ୍କ ପାଇଁ ଏହି ଚା କ୍ଷତି କାରକ ହୋଇଥାଏ। ଚା ପିଇବା ମାତ୍ରେ, ପେଟ କାଟିବା କିମ୍ବା ଗ୍ୟାସ୍ ସମସ୍ୟା ଦେଖାଦେଇଥାଏ। ଚାହାରେ କଫିନ୍, ଲାକ୍ଟୋଜ୍, ଟେନିନ୍ ଥାଏ । ଯାହା ସ୍ବାସ୍ଥ୍ୟ ପାଇଁ ବେଶ ଲାଭ ଦାୟକ ହୋଇଥାଏ। କିନ୍ତୁ ଦୁର୍ବଳ ହଜମ ଶକ୍ତି ଯୋଗୁଁ ଚାହା ପିଇବା ପରେ ପେଟରେ ଗ୍ୟାସ୍ ହେବା ସହ ପେଟ ଫୁଲିବା ପରି ସମସ୍ୟା ଦେଖାଯାଏ। ତେବେ, କିଭଳି ଏହି ସମସ୍ୟାକୁ ଚୁଟକୀରେ ଦୂର କରିହେବ । ଆସନ୍ତୁ ଜାଣିବା....

-ଚାହା ବଦଳରେ ହର୍ବାଲ୍  ବା ଗ୍ରୀନ୍ ଟି ପିଅନ୍ତୁ। ଯାହା ଶରୀର ପାଇଁ ବେଶ୍ ହିତକର । ଏହା ପେଟରେ କୌଣସି ପ୍ରକାର ଗ୍ୟାସ୍ ସମସ୍ୟା ସୃଷ୍ଟି କରି ନ ଥାଏ। 

-ଖାଲି ପେଟରେ ଚାହା ପିଅନ୍ତୁ ନାହିଁ। ଚାହାରେ ଚିନି ବଦଳରେ ମହୁ ବ୍ୟବହାର କରନ୍ତୁ । ଯାହା ସହଜରେ ହଜମ ହେବା ସହ ଗ୍ୟାସ୍ ସମସ୍ୟା ସୃଷ୍ଟି କରିବ ନାହିଁ।

-ଚାହାର ଯଦି ଆପଣ ଅଧିକ ମିଠା ପସନ୍ଦ କରନ୍ତି । ତେବେ, ଚିନି ବଦଳରେ ଚାହାରେ(Stevia) ବ୍ୟବହାର କରିପାରିବେ। ଯାହା ସ୍ବାସ୍ଥ୍ୟ  ପାଇଁ ବେଶ୍ ଭଲ। ଆଉ ଏହାକୁ ବ୍ୟବହାର କରିବା ଦ୍ବାରା ଗ୍ୟାସ୍ ସମସ୍ୟା ସୃଷ୍ଟି ହେବ ନାହିଁ। 

- କ୍ଷୀର ଚାହା ବଦଳରେ ନାଲି ଚାହା ପିଅନ୍ତୁ। ଯାହା ସ୍ବାସ୍ଥ୍ୟ ପାଇଁ ବେଶ୍ ହିତକର। 

-ଯେତେ ସମ୍ଭବ ଦିନରେ ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ। ଏ-ପରି କରିବା ଦ୍ବାରା ଚାହା ପିଇଲେ ଗ୍ୟାସ ସମସ୍ୟା ହୋଇ ନଥାଏ। କି ପେଟ ଫୁଲି ନଥାଏ।

 (Disclaimer: କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।)