ଜାଣନ୍ତୁ, ଘରେ 'ଫଗୁ' ପ୍ରସ୍ତୁତ କରିବାର ସହଜ ଉପାୟ
Advertisement
Article Detail0/zeeodisha/odisha870964

ଜାଣନ୍ତୁ, ଘରେ 'ଫଗୁ' ପ୍ରସ୍ତୁତ କରିବାର ସହଜ ଉପାୟ

ଚଳିଚତବର୍ଷ କୋରୋନା କଟକଣା ମଧ୍ୟରେ ହୋଲି ପାଳନ ହେବ। ମଥୁରା, ଶ୍ରୀମନ୍ଦିର, ଗୋବର୍ଦ୍ଧନ, ଗୋକୁଳ, ନନ୍ଦଗାଓଁ ଏବଂ ବାରସାନାରେ ଏକ ବିଶେଷ ଢଙ୍ଗରେ ହୋଲି ପାଳନ କରାଯାଏ। ଏଥିରୁ ବାରସାନାର ଲାଠମାର ହୋଲି ବିଶ୍ୱ ପ୍ରସିଦ୍ଧ।

ପ୍ରତିକାତ୍ମକ ଫଟୋ

ଆସୁଛି ରଙ୍ଗର ପର୍ବ ହୋଲି। ପ୍ରତିବର୍ଷ ଫାଲଗୁନ୍ ମାସର ପୂର୍ଣ୍ଣିମା ଦିନ ଏହି ପର୍ବ ପାଳନ କରାଯାଏ। ଚଳିଚତବର୍ଷ କୋରୋନା କଟକଣା ମଧ୍ୟରେ ହୋଲି ପାଳନ ହେବ। ମଥୁରା, ଶ୍ରୀମନ୍ଦିର, ଗୋବର୍ଦ୍ଧନ, ଗୋକୁଳ, ନନ୍ଦଗାଓଁ ଏବଂ ବାରସାନାରେ ଏକ ବିଶେଷ ଢଙ୍ଗରେ ହୋଲି ପାଳନ କରାଯାଏ। ଏଥିରୁ ବାରସାନାର ଲାଠମାର ହୋଲି ବିଶ୍ୱ ପ୍ରସିଦ୍ଧ।

ସମୟ ସହିତ ହୋଲି (Holi) ପର୍ବରେ ଧୀରେ ଧୀରେ ରାସାୟନିକ (Camical color) ଭିତ୍ତିକ ସିନ୍ଥେଟିକ୍ ରଙ୍ଗ ବଜାର କବଜା କରିଛି। ପ୍ରାକୃତିକ ରଙ୍ଗ (Natural color) ଅପେକ୍ଷା ଏହି ରଙ୍ଗ ନିଶ୍ଚିତ ଭାବରେ ଶସ୍ତା କିନ୍ତୁ ସ୍ୱାସ୍ଥ୍ୟ ଏବଂ ପରିବେଶ ପାଇଁ କ୍ଷତିକାରକ। ଏପରି ପରିସ୍ଥିତିରେ ଏବେ ଲୋକେ ପ୍ରାକୃତିକ ରଙ୍ଗ ବ୍ୟବହାର କରିବାକୁ ଇଚ୍ଛା କରୁଛନ୍ତି। ହୋଲିରେ ରାସାୟନିକ ରଙ୍ଗ ବଦଳରେ ପ୍ରାକୃତିକ ରଙ୍ଗ ଅଧିକ ସୁରକ୍ଷିତ (Safety)। ତେବେ ଆସନ୍ତୁ ଜାଣିବା ଘରେ ପ୍ରାକୃତିକ ରଙ୍ଗ କିଭଳି ସହଜରେ ପ୍ରସ୍ତୁତ କରିହେବ।

fallback

ହଳଦିଆ ରଙ୍ଗ :

ହଳଦିଆ ରଙ୍ଗ (Yellow Color) ଜୀବନରେ ସୁସ୍ଥ ରହିବାର ସହ ସୁଖ, ଶକ୍ତି ଏବଂ ଅନୁଭବ ଦେଇଥାଏ। ଘରେ ହଳଦିଆ ରଙ୍ଗ ତିଆରି କରିବା ପାଇଁ ହଳଦି ଗୁଣ୍ଡ (Turmeric Powder) ଏବଂ ମଇଦାକୁ ୧/୨ ଅନୁପାତରେ ନିଅନ୍ତୁ। ଏହି ଦୁଇଟିକୁ ମିଶାଇ ଆପଣ ଶୁଖିଲା ଗୁଲାଲ୍ (Dry Color) ବା ହୋଲି ତିଆରି କରିପାରିବେ। ଆପଣ ଉଭୟ ଗେଣ୍ଡୁ ଏବଂ ହେମପୁଷ୍ପ ବା ଚନ୍ଦ୍ରମଲ୍ଲିକା (କ୍ରାଇସେଣ୍ଟେମ୍) ଫୁଲକୁ ଗ୍ରାଇଣ୍ଡ୍ କରି ଏକ ଓଦା ବା ତରଳ ରଙ୍ଗ ମଧ୍ୟ ପ୍ରସ୍ତୁତ କରିପାରିବେ।

Also Read: ଏହି ମାସରେ ଦେଇଛନ୍ତି କି ଶିଶୁକୁ ଜନ୍ମ, ତେବେ ହୋଇଯାଆନ୍ତୁ ସତର୍କ !

ନାଲି ରଙ୍ଗ : 

ଶୁଖିଲା ଲାଲ ମନ୍ଦାର ଫୁଲ ବ୍ୟବହାର କରି ଲାଲ ରଙ୍ଗ (Red) ପ୍ରସ୍ତୁତ କରାଯାଇପାରେ। ଶୁଖିଲା ମନ୍ଦାର ଏବଂ ଶୁଖିଲା ଲାଲ ଗୋଲାପ (Red Rose) ପାଖୁଡ଼ାକୁ ଗୁଣ୍ଡ କରି ନାଲି ରଙ୍ଗ ପ୍ରସ୍ତୁତ କରିପାରିବେ। ଏହା ବ୍ୟତୀତ ଶୁଖିଲା ମନ୍ଦାର ଫୁଲ ଗୁଣ୍ଡ ଓ ଚାଉଳ ଗୁଣ୍ଡ (Rice Flour) କିମ୍ବା ମଇଦା (Maida) ମାଶାଇ ନାଲି ହୋଲି ପ୍ରସ୍ତୁତ କରିପାରିବେ। ଯଦି ଆପଣ ଓଦା ଲାଲ ରଙ୍ଗକୁ ଅଧିକ ପସନ୍ଦ କରନ୍ତି ତେବେ ଆପଣ ଡାଳିମ୍ବ ଚୋପା ଫୁଟାଇ ଓଦା ରଙ୍ଗ ମିଳିବ। 

fallback

ଗାଢ଼ ଗୋଲାପି ରଙ୍ଗ :

ଗାଢ଼ ଗୋଲାପି ତଥା ପିଆଜିଆ ରଙ୍ଗ ପ୍ରସ୍ତୁତ ପାଇଁ ବିଟ୍ ଭଲ ଅପସନ୍। ବିଟକୁ ଛୋଟ ଛୋଟ କରି କାଟି ତାକୁ ପାଣିରେ ଶିଝାଇ, ଗୋଟେ ରାତି ରଖି ଦିଅନ୍ତୁ। ସକାଳେ ଦେଖିବେ ଆପଣଙ୍କ ଫଗୁ ପ୍ରସ୍ତୁତ ହୋଇଯାଇଥିବ। ବିଟର ପାଣିକୁ ଆପଣମାନେ ଓଦା ରଙ୍ଗ ଭାବେ ପିଚକାରୀରେ ବ୍ୟବହାର କରିପାରିବେ।

Also Read: 67th National Film Award : ସୁଶାନ୍ତଙ୍କ ‘ଛିଛୋରେ’ ଶ୍ରେଷ୍ଠ, ୩ ଓଡ଼ିଆ ଚଳଚ୍ଚିତ୍ରକୁ ବି ସମ୍ମାନ

ଅନ୍ୟ ଉପାୟ :

ଏଗୁଡିକ ବ୍ୟତୀତ, ଆପଣ ହୋଲି ପ୍ରସ୍ତୁତ କରିବାକୁ ଖାଦ୍ୟ ରଙ୍ଗ ବ୍ୟବହାର କରିପାରିବେ। ବଜାରରୁ ଆପଣଙ୍କ ପସନ୍ଦର ଯେକୌ ଣସି ହଳଦିଆ, ନାଲି, ସବୁଜ, ନୀଳ ଇତ୍ୟାଦି ରଙ୍ଗ ଆଣି ପାଣିରେ ମିଶାନ୍ତୁ। ସେଥିରେ କର୍ଣ୍ଣଫ୍ଲର ମିଶାଇ ଶୁଖିବାକୁ ଛାଡ଼ିଦେବେ। ମିଶ୍ରଣଟି ଠିକ୍ ଭାବରେ ଶୁଖିବା ପରେ ଏହାକୁ ଗ୍ରାଇଣ୍ଡ୍ କରି ଶୁଖିଲା ହୋଲି ରଙ୍ଗ ପ୍ରସ୍ତୁତ କରି ପାରିବେ।

fallback