Water after Tea Side Effects: ଚା’ ପିଇବା ପରେ ପାଣି ପିଉଛନ୍ତି କି? ମାଡ଼ି ବସିବ ଏହିସବୁ ରୋଗ!
Advertisement
Article Detail0/zeeodisha/odisha1695781

Water after Tea Side Effects: ଚା’ ପିଇବା ପରେ ପାଣି ପିଉଛନ୍ତି କି? ମାଡ଼ି ବସିବ ଏହିସବୁ ରୋଗ!

Helath Tips News in Odia:  କିଛି ଲୋକଙ୍କର ଚା' ପିଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇବାର ଅଭ୍ୟାସ ରହିଛି। ଯଦି ଆପଣଙ୍କ ମଧ୍ଯ ଏଭଳି ଅଭ୍ୟାସ ଅଛି ତାହାଲେ ସାବଧାନ ହୋଇଯାଆନ୍ତୁ । ଏହି ଅଭ୍ୟାସ ଆପଣଙ୍କୁ ଅସୁବିଧାରେ ପକାଇପାରେ । ଚା’ ପରେ ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ଅଟେ। 

ସୌ(ସୋସିଆଲ ମିଡିଆ)

Water After Tea Side Effects: ଚା' ପିଇବା କାହାକୁ ବା ପସନ୍ଦ ନୁହେଁ? ସକାଳର ବ୍ରେକଫାଷ୍ଟ ( Breakfast) ହେଉ କିମ୍ବା ଇଭ୍‌ନିଙ୍ଗ ସ୍ନାକ୍ସ ( Evening snacks) ଅଧିକାଂଶ ଲୋକେ ସବୁବେଳେ ଚା' ପିଇବା ପାଇଁ ପ୍ରସ୍ତୁତ ରହିଥାଆନ୍ତି। ସକାଳୁ ସକାଳୁ ଚା' କପେ ପିଇଲା ପରେ ପୂରା ଦିନ ଫୂର୍ତ୍ତିଲା ଲାଗିଥାଏ। କେତେକ ଲୋକ ତ ଚା'କୁ ଏତେ ପସନ୍ଦ କରିନ୍ତି ଯେ, ସେମାନଙ୍କୁ ପ୍ରତି ୨ ଘଣ୍ଟାରେ ଥରେ ଚା'ର ଆବଶ୍ୟକତା ପଡିଥାଏ। ଚା' ପିଇବା ଦ୍ୱାରା ଥକ୍କାପଣ ଦୂର ହୋଇଥାଏ। କିନ୍ତୁ କିଛି ଲୋକଙ୍କର ଚା' ( Tea) ପିଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇବାର ଅଭ୍ୟାସ ( Water After Tea Side Effects) ରହିଛି। ଯଦି ଆପଣଙ୍କ ମଧ୍ଯ ଏଭଳି ଅଭ୍ୟାସ ଅଛି ତାହାଲେ ସାବଧାନ ହୋଇଯାଆନ୍ତୁ । ଏହି ଅଭ୍ୟାସ ଆପଣଙ୍କୁ ଅସୁବିଧାରେ ପକାଇପାରେ । ଚା’ ପରେ ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ଅଟେ। ଏଥିଲାଗି ପରିବାର ଲୋକେ ଚା’ ପରେ ତୁରନ୍ତ ପାଣି ପିଇବା ପାଇଁ ବାରଣ କରିଥାଆନ୍ତି। ସମୟ ଥାଉ ଥାଉ ଏପରି ଅଭ୍ୟାସ ପରିବର୍ତ୍ତନ ନ କଲେ ତା ଭବିଷ୍ୟତରେ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡି଼ପାରେ।

ଶରୀରରେ ହୋଇଥାଏ ଏହି ସବୁ କ୍ଷତି

  • ଚା’ ପରେ ସଙ୍ଗେ ସଙ୍ଗେ ପାଣି ପିଇବା ଦ୍ୱାରା ଦାନ୍ତ କ୍ଷୟ ( Damage in teeth) ହେବାର ସମସ୍ୟା ଦେଖାଦେଇଥାଏ। ଏହାଛଡା ଗରମ ଓ ଥଣ୍ଡା ପାନୀୟ ଯୋଗୁଁ ଦାନ୍ତର ସମ୍ବେଦନଶୀଳତା (sencitivity) ବୃଦ୍ଧି ପାଇଥାଏ।
  • ଚା' ପିଇବାର ତୁରନ୍ତ ପରେ ପାଣି ପିଇଲେ ଉଭୟ ଗରମ ଓ ଥଣ୍ଡା ପାନୀୟ ଏକ ସମୟରେ ପେଟ ଭିତରକୁ ଯାଏ। ଏହା ଫଳରେ ଗଳାରେ ଯନ୍ତ୍ରଣା ହେବା ସହ ଥଣ୍ଡା ହେବାର ସମ୍ଭାବନା ବଢିଥାଏ। ବାରମ୍ବାର ଏହିପରି କରିବା ଦ୍ୱାରା କାଶ, ଛିଙ୍କ ଭଳି ସମସ୍ୟା ଦେଖା ଦେଇଥାଏ। 
  • ଚା’ ପିଇ ସାରିବା ପରେ ସଙ୍ଗେ ସଙ୍ଗେ ପାଣି ପିଇଲେ ପେଟର ହଜମ କ୍ରିୟା ( Digestive system) ହ୍ରାସ ପାଇଥାଏ। ଏହାଛଡା ପେଟ ଖରାପ ହୋଇ ପତଳା ଝାଡା ହୋଇଥାଏ। ଏହାର ପ୍ରଭାବରେ ଏସିଡିଟି ଓ ଗ୍ୟାସ୍ଟିକ୍ ପରି ସମସ୍ୟା ମଧ୍ଯ ଦେଖା ଦେଇଥାଏ। 
  • ଯଦି ଆପଣ ଚା' (Tea) ପିଇବା ପରେ ପାଣି ପିଉଛନ୍ତି ତେବେ ଏବେଠାରୁ ସତର୍କ ହୋଇଯାଆନ୍ତୁ, କାରଣ ଏହିପରି କରିବା ଦ୍ୱାରା ନାକରୁ ରକ୍ତ (Blood) ପଡ଼ିବା ନେଇ ଆଶଙ୍କା ବୃଦ୍ଧି ପାଇଥାଏ।
  • ଖରା ଦିନ ଚା' ପରେ ପାଣି ପିଇଲେ ଶରୀରରେ ଥିବା ଏଲିମେଣ୍ଟାରୀ କେନାଲ ଗୁଡି଼କ ଥଣ୍ଡା ଓ ଗରମକୁ ଏକ ସମୟରେ ସହ୍ୟ କରିପାରେ ନାହିଁ। ଫଳରେ ନାକରୁ ରକ୍ତସ୍ରାବ ହୋଇଥାଏ।

Also Read-Health Tips: ସ୍ୱାସ୍ଥ୍ୟ ପାଇଁ ବରଦାନ ସଦୃଶ୍ୟ ହୋଇଥାଏ ସାଗୁ, ଖାଇଲେ ମିଳିଥାଏ ଏହିସବୁ ଫାଇଦା!

Also Read-https://zeenews.india.com/hindi/zeeodisha/photo-gallery-disadvantages-of-eating-maggi-know-in-details-photo-gallery-report/1694461

Also Read-Diabetes: ମଧୁମେହ ରୋଗୀ ତରଭୁଜ ଖାଇବା ଉଚିତ୍ କି ନୁହେଁ? ପଢନ୍ତୁ ଏହି ରିପୋର୍ଟ...

Also Read-Morning Tips: ସକାଳୁ ଉଠିବାରେ ଦେଖାଦେଉଛି କି ସମସ୍ୟା ! ଏହି ସବୁ ଲକ୍ଷଣ ହୋଇପାରେ ମୂଳ କାରଣ

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରିଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)