Pooja Bhatt Congress Bharat Jodo Yatra: ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେଲେ ଏହି ବଲିଉଡ ଅଭିନେତ୍ରୀ, ଚାଲିଲେ ରାହୁଲ ଗାନ୍ଧୀଙ୍କ ସହ
Advertisement
trendingNow11421578

Pooja Bhatt Congress Bharat Jodo Yatra: ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେଲେ ଏହି ବଲିଉଡ ଅଭିନେତ୍ରୀ, ଚାଲିଲେ ରାହୁଲ ଗାନ୍ଧୀଙ୍କ ସହ

Pooja Bhatt Congress Bharat Jodo Yatra: । ଟ୍ୱିଟରରେ ସେୟାର କରାଯାଇଥିବା ଏକ ଭିଡିଓରେ ପୂଜା ଭଟ୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଚାଲୁଥିବା ଅବସ୍ଥାରେ କଥାବାର୍ତ୍ତା କରୁଥିବାର ଦେଖିବାକୁ ମିଳିଛି । ଏଥି ସହିତ ରାହୁଲ ଗାନ୍ଧୀଙ୍କ ସହ ଏକ ଫ୍ରେମରେ ଦେଖାଯାଇଥିବା ପୂଜା ଭଟ୍ଟଙ୍କ ଏହି ଫଟୋ ଭାଇରାଲ ହେବାରେ ଲାଗିଛି ।

Pooja Bhatt Congress Bharat Jodo Yatra: ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେଲେ ଏହି ବଲିଉଡ ଅଭିନେତ୍ରୀ, ଚାଲିଲେ ରାହୁଲ ଗାନ୍ଧୀଙ୍କ ସହ

Pooja Bhatt Congress Bharat Jodo Yatra: ବଲିଉଡ ଅଭିନେତ୍ରୀ ତଥା ଚଳଚ୍ଚିତ୍ର ନିର୍ମାତା ପୂଜା ଭଟ୍ଟ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେଇଛନ୍ତି । ବର୍ତ୍ତମାନ ଏହି ଯାତ୍ରା ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ପହଞ୍ଚିଛି, ଯେଉଁଠାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା କେରଳର ୱାୟନାଡରୁ ସାଂସଦ ରାହୁଲ ଗାନ୍ଧୀଙ୍କ ସହ ପୂଜା ଭଟ୍ଟ ମଧ୍ୟ ଯୋଗ ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ ସାଥ୍ ଦେବା ପାଇଁ ପୂଜା ଭଟ୍ଟ ମଧ୍ୟ ଏହି ଯାତ୍ରାରେ ଯୋଗ ଦେଇଛନ୍ତି । ଟ୍ୱିଟରରେ ସେୟାର କରାଯାଇଥିବା ଏକ ଭିଡିଓରେ ପୂଜା ଭଟ୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଚାଲୁଥିବା ଅବସ୍ଥାରେ କଥାବାର୍ତ୍ତା କରୁଥିବାର ଦେଖିବାକୁ ମିଳିଛି । ଏଥି ସହିତ ରାହୁଲ ଗାନ୍ଧୀଙ୍କ ସହ ଏକ ଫ୍ରେମରେ ଦେଖାଯାଇଥିବା ପୂଜା ଭଟ୍ଟଙ୍କ ଏହି ଫଟୋ ଭାଇରାଲ ହେବାରେ ଲାଗିଛି ।

ଏଠାରେ କହି ରଖୁଛୁ ଯେ, ପୂଜା ଭଟ୍ଟ ହେଉଛନ୍ତି ପ୍ରଥମ ବଲିଉଡ କଳାକାର, ଯିଏ ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେଇଛନ୍ତି । ଏହି ସମୟରେ ଅଭିନେତ୍ରୀ ପୂଜା ଭଟ୍ଟ ଫୁଲ୍ ସ୍ଲିଭ ବ୍ଲାକ୍ ରଙ୍ଗର କୁର୍ତ୍ତା ଓ ପ୍ରିଣ୍ଟେଡ ଷ୍ଟୋଲ୍ ପିନ୍ଧିଥିବାର ନଜରକୁ ଆସିଛନ୍ତି । ସେ ହାତ ହଲାଇ ସମର୍ଥକଙ୍କୁ ଅଭିବାଦନ ଜଣାଉଥିଲେ । ଏହି ସମୟରେ ସମର୍ଥକମାନେ ମଧ୍ୟ ଅଭିନେତ୍ରୀଙ୍କୁ ଦେଖିବା ପାଇଁ ବହୁତ ଉତ୍ସାହିତ ଥିବା ଦେଖାଯାଉଥିଲା ।

ଅଧିକ ପଢ଼ନ୍ତୁ:-୭ ଗୁଣା ବୟସ କମ୍ କରିବାର ଉପାୟ କହିଲେ ଉର୍ଫି ଜାଭେଦ୍! କେବଳ କପଲଙ୍କୁ ବେଡରୁମରେ କରିବାକୁ ପଡ଼ିବ ଏହି କାମ

ଅଧିକ ପଢ଼ନ୍ତୁ:-ଭାରତକୁ ନିଜ ଦମରେ ଟି-20 ବିଶ୍ୱକପ ଜିତାଇପାରିବେ ଏହି ଖେଳାଳି, କିନ୍ତୁ ଦଳରେ ସ୍ଥାନ ଦେବାକୁ ପ୍ରସ୍ତୁତ ନୁହଁନ୍ତି ରୋହିତ ଶର୍ମା

ଅଧିକ ପଢ଼ନ୍ତୁ:-ଆଜି ବର୍ଷା ଯୋଗୁଁ ଭାରତ-ବାଂଲାଦେଶ ମ୍ୟାଚ୍ ବାତିଲ ହେଲେ କ'ଣ ଟିମ୍ ଇଣ୍ଡିଆ ପାଇଁ ବନ୍ଦ ହୋଇଯିବ ସେମିଫାଇନାଲର ରାସ୍ତା? ଜାଣନ୍ତୁ ପୂରା ସମୀକରଣ

ଏହା ପୂର୍ବରୁ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ଼ୋ ଯାତ୍ରା ତେଲେଙ୍ଗାନାରେ ପହଞ୍ଚିଥିଲା । ଶନିବାର ତେଲେଙ୍ଗାନାରେ ରାହୁଲ ଗାନ୍ଧୀଙ୍କ ସହ ଅଭିନେତ୍ରୀ ପୁଣମ କୌର ପଦଯାତ୍ରା କରିଥିଲେ । ଏହା ପରେ ବିଜେପି ନେତ୍ରୀ ପ୍ରୀତି ଗାନ୍ଧୀ ସୋସିଆଲ ମିଡିଆରେ ଯାତ୍ରା ସହ ଜଡ଼ିତ ଏକ ଫଟୋ ସେୟାର କରିଥିଲେ । ଫଟୋରେ ରାହୁଲ ଗାନ୍ଧୀ ପୁଣମ କୌରଙ୍କ ହାତ ଧରି ଚାଲୁଥିବାର ନଜର ଆସିଛନ୍ତି । ଏହାକୁ ହଙ୍ଗାମା ଦେଖାଦେଇଥିଲା । ପ୍ରୀତି ସେୟାର କରିଥିବା ଫଟୋ ଉପରେ କଂଗ୍ରେସ ନେତାମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । 

ସେହିପରି ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ରାହୁଲ ଗାନ୍ଧୀ ଓ ଭାରତ ଯୋଡ଼ୋ ଯାତ୍ରାର ପ୍ରଶଂସା କରିସାରିଛନ୍ତି । ଅଭିନେତ୍ରୀ ଏକ ଟ୍ୱିଟରେ ଲେଖିଛନ୍ତି ଯେ, ନିର୍ବାଚନରେ ​​ପରାଜୟ, ଟ୍ରଲିଂ, ବ୍ୟକ୍ତିଗତ ଆକ୍ରମଣ ତଥା ନିରନ୍ତର ସମାଲୋଚନାର ପ୍ରଭାବହୀନତା ସତ୍ତ୍ୱେ ରାହୁଲ ଗାନ୍ଧୀ ନା ତ ସାମ୍ପ୍ରଦାୟିକ ଭାଷଣ ଆଗରେ ମୁଣ୍ଡ ନୁଆଁଛନ୍ତି ନା ହିଁ ଚାଞ୍ଚଲ୍ୟକର ରାଜନୀତି ଆଗରେ । ଏହି ଦେଶର ଅବସ୍ଥାକୁ ଦେଖିଲେ ଭାରତ ଯୋଡ଼ୋ ଯାତ୍ରା ଭଳି ଉଦ୍ୟମ ପ୍ରଶଂସନୀୟ ।

Trending news