କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ଜୁନରେ ମିଳିବ ଖୁସି ଖବର! ଦରମାରେ ହେବ ବୃଦ୍ଧି
Advertisement

କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ଜୁନରେ ମିଳିବ ଖୁସି ଖବର! ଦରମାରେ ହେବ ବୃଦ୍ଧି

କୋରୋନା ମହାମାରୀ ଯୋଗୁଁ ୨୦୨୦ରେ ମୋଦି ସରକାର ଡିଏ ବୃଦ୍ଧି ଉପରେ ରୋକ ଲଗାଇଦେଇଥିଲେ । ସେବେଠାରୁ କର୍ମଚାରୀମାନେ DA ର ଅପେକ୍ଷାରେ ବସିଛନ୍ତି ।

କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ଜୁନରେ ମିଳିବ ଖୁସି ଖବର! ଦରମାରେ ହେବ ବୃଦ୍ଧି

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: କୋରୋନା ମହାମାରୀ କାରଣରୁ ଚାରିଆଡେ ନକାରାତ୍ମକ ଖବର ଶୁଣିବାକୁ ମିଳୁଛି । କିନ୍ତୁ ଜୁନ ୨୦୨୧ରେ କୋଟି କୋଟି କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ପଜିଟିଭ ଖବର ଆସିପାରେ । ତାହା ହେଉଛି ଜୁନ୍ ୨୦୨୧ରେ ସେମାନଙ୍କର ମହଙ୍ଗା ଭତ୍ତା (Dearness Allowance) ଉପରେ ଥିବା ପ୍ରତିବନ୍ଧକ ହଟାଯାଇପାରେ । ମହଙ୍ଗା ଭତ୍ତା (DA) ବିଷୟରେ ସରକାରଙ୍କ ସହ କଥାବାର୍ତ୍ତା କରୁଥିବା ଏକ କର୍ମଚାରୀ ସଂଗଠନର ଏପରି କହିଛି । ସେପଟେ କେନ୍ଦ୍ର କର୍ମଚାରୀମାନେ DA ବୃଦ୍ଧିକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଦେଢ଼ ବର୍ଷ ହେବ ସେମାନଙ୍କ ଡିଏ ଫ୍ରିଜ୍ (DA Freeze) ରହିଛି । ତଥାପି ଯେତେବେଳେ ବି ବୃଦ୍ଧି ଘଟିବ, କେନ୍ଦ୍ର କର୍ମଚାରୀମଙ୍କୁ ଏକାସାଙ୍ଗରେ ମହଙ୍ଗା ଭତ୍ତାର ୩ କିସ୍ତି ମିଳିବ । ଯାହା ଦ୍ୱାରା ସେମାନଙ୍କ ଦରମା ବୃଦ୍ଧି ପାଇବ ।

ଅଧିକ ପଢ଼ନ୍ତୁ:-ଦେଶରେ ଥମୁନି କୋରୋନା ପ୍ରକୋପ: ଦିନକରେ ୨.୧୧ ଲକ୍ଷ ନୂଆ ମାମଲା ଚିହ୍ନଟ, ୩୮୦୦ରୁ ଉର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁ

କୋରୋନା ମହାମାରୀ ଯୋଗୁଁ ୨୦୨୦ରେ ମୋଦି ସରକାର ଡିଏ ବୃଦ୍ଧି ଉପରେ ରୋକ ଲଗାଇଦେଇଥିଲେ । ସେବେଠାରୁ କର୍ମଚାରୀମାନେ DA ର ଅପେକ୍ଷାରେ ବସିଛନ୍ତି । କିନ୍ତୁ କୋଭିଡ-19 ମହାମାରୀର ଦ୍ୱିତୀୟ ଲହର ଯୋଗୁଁ DA ମିଳିବାରେ ବିଳମ୍ୱ ହୋଇପାରେ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ JCM ର National Council (Staff side) ର ସଚିବ ତଥା AIRF ର ସାଧାରଣ ସମ୍ପାଦକ ଶିବଗୋପାଲ ମିଶ୍ରା କହିଛନ୍ତି ଯେ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ଏବଂ ଡିପାର୍ଟମେଣ୍ଟ ଅଫ ପର୍ସନାଲ ଏଣ୍ଡ ଟ୍ରେନିଂ (DoPT) ର ଅଧିକାରୀଙ୍କ ସହ ଆମେ ନିରନ୍ତର ଯୋଗାଯୋଗରେ ଅଛୁ । କୋରୋନା ଭାଇରସ ମହାମାରୀର ଦ୍ୱିତୀୟ ଲହର ଯୋଗୁଁ କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ଯୋଜନା ହିଁ ଗଡ଼ବଡ଼ରେ ହୋଇଯାଇଛି । ତେଣୁ ସବୁକିଛି ଏକ ମାସ ଆଗକୁ ବଢିଛି । ଏପ୍ରିଲ୍ ଶେଷ କିମ୍ବା ମେ ମଧ୍ୟଭାଗରେ ଘୋଷଣା କରାଯିବାକୁ ଥିବା ଡିଏ ବୃଦ୍ଧି ବର୍ତ୍ତମାନ ଜୁନକୁ ଖସି ଆସିଛି । ଜୁନ୍ ମାସରେ ଡିଏ ବୃଦ୍ଧି ଘୋଷଣା କରାଯାଇପାରେ । 

ଅଧିକ ପଢ଼ନ୍ତୁ:-କୋଟି କୋଟି ଗ୍ରାହକଙ୍କୁ ବଡ଼ ଝଟକା ଦେଲା SBI!

ଅଗଷ୍ଟ ୧ରୁ ମିଳିବ ବର୍ଦ୍ଧିତ DA

ଏଠାରେ କହି ରଖୁଛୁ ଯେ, ଅର୍ଥ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ସଂସଦରେ କହିଛନ୍ତି ଯେ, ଜୁଲାଇ ୨୦୨୧ରୁ ଡିଏ ବୃଦ୍ଧି ହେବାକୁ ଯାଉଛି, ଯାହାର ପେମେଣ୍ଟ ଅଗଷ୍ଟରୁ ଆରମ୍ଭ ହେବ । ରାଜ୍ୟ କର୍ମଚାରୀଙ୍କ ମିଳିତ ପରିଷଦ (ଉତ୍ତରପ୍ରଦେଶ) ର ସାଧାରଣ ସମ୍ପାଦକ ଆର.କେ ନିଗମଙ୍କ ଅନୁଯାୟୀ କର୍ମଚାରୀମାନେ ଦେଢ଼ ବର୍ଷର ବକେୟା  ମଧ୍ୟ ମାଗିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଦରମା ଏବଂ ଭତ୍ତା ହେଉଛି କର୍ମଚାରୀଙ୍କ ଅଧିକାର, ଏହାକୁ ବନ୍ଦ କରାଯାଇପାରିବ ନାହିଁ । ତେଣୁ ସରକାର ମଧ୍ୟ Arrear ଦେବା ଉଚିତ୍ ।

ଅଧିକ ପଢ଼ନ୍ତୁ:-ନୂଆ ବିପଦ! ପାଣିରେ ମିଳିଲା କୋରୋନା ଭୂତାଣୁ, SGPGI ର ଟେଷ୍ଟରେ ଖୁଲାସା

କେତେ ବୃଦ୍ଧି ପାଇବ DA 

DA କେତେ ବଢ଼ିବ ବୋଲି ଆଶା କରାଯାଉଛି, ଏହି ପ୍ରଶ୍ନର ଉତ୍ତରରେ ଶିବା ଗୋପାଳ ମିଶ୍ରା କହିଛନ୍ତି ଯେ DA ବୃଦ୍ଧିର ହିସାବ ଅନୁସାରେ ଜୁଲାଇରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ହାରାହାରି ମୁଦ୍ରାସ୍ଫୀତି ୩.୫ ପ୍ରତିଶତ ରହିଛି, ଅର୍ଥାତ୍ କେନ୍ଦ୍ରୀୟ କର୍ମଚାରୀଙ୍କ DA ପାଖାପାଖି ୪ ପ୍ରତିଶତ ବୃଦ୍ଧି ପାଇବ ।

ଆପଣଙ୍କୁ କହି ରଖୁଛୁ ଯେ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ଜାନୁଆରୀ ୨୦୨୦, ଜୁଲାଇ ୨୦୨୦ ଏବଂ ଜାନୁୟାରୀ ୨୦୨୧ର DA ଓ DR ଉପରେ ରୋକ ଲଗାଇଦେଇଥିଲେ । ବର୍ତ୍ତମାନ ସରକାର ସ୍ପଷ୍ଟ କରିଛନ୍ତି ଯେ ଚଳିତ ବର୍ଷ ଜୁଲାଇ ୧ରେ ପୁଣି ମହଙ୍ଗା ଭତ୍ତା ମିଳିବା ଆରମ୍ଭ ହୋଇଯିବ । ଯାହାକି ଲକ୍ଷ ୫୦ କେନ୍ଦ୍ର କର୍ମଚାରୀ ଓ ଲକ୍ଷ ୬୫ ଲକ୍ଷ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର । ମିଡିଆ ରିପୋର୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ କର୍ମଚାରୀମାନେ ୧୭ ପ୍ରତିଶତ ହାରରେ DA, DR ପାଉଛନ୍ତି । ଯାହା ୨୮ ପ୍ରତିଶତକୁ ବୃଦ୍ଧି ପାଇପାରେ ।

ସୂଚନାଯୋଗ୍ୟ, ମହଙ୍ଗା ଭତ୍ତା ବର୍ଷକୁ ଦୁଇଥର ବୃଦ୍ଧି କରାଯାଇଥାଏ, କିନ୍ତୁ କୋରୋନା ସଙ୍କଟ (Coronavirus Crisis) ଓ ଲକଡାଉନ୍ (Lockdown) ହୋଇଥିବାରୁ ସରକାରୀ କୋଷ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି । ଯାହାକୁ ଦୃଷ୍ଟିରେ ରଖି ଏହା ଉପରେ ଦେଢ଼ ବର୍ଷ ଯାଏ ରୋକ ଲଗାଯାଇଛି ।