ପୁରୁଷଙ୍କ ଯୌନ ସମସ୍ୟାକୁ ଦୂର କରିବାରେ ବହୁତ ପ୍ରଭାବଶାଳୀ ୧୨ଟି କିସମିସ! ଏହି ସମୟରେ କରନ୍ତୁ ସେବନ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ
Advertisement

ପୁରୁଷଙ୍କ ଯୌନ ସମସ୍ୟାକୁ ଦୂର କରିବାରେ ବହୁତ ପ୍ରଭାବଶାଳୀ ୧୨ଟି କିସମିସ! ଏହି ସମୟରେ କରନ୍ତୁ ସେବନ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

କିସମିସ (Raisins) ରେ ପ୍ରୋଟିନ୍, ଫାଇବର, ଆଇରନ୍, ପୋଟାସିୟମ୍, କପର, ଭିଟାମିନ୍-ବି 6 ଏବଂ ମାଙ୍ଗାନିଜ୍ ସହିତ ଅନେକ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ । କିସମିସରେ ମିଳୁଥିବା ଏହି ସମସ୍ତ ଜରୁରୀ ପୋଷକ ତତ୍ତ୍ୱ ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ ।

ପୁରୁଷଙ୍କ ଯୌନ ସମସ୍ୟାକୁ ଦୂର କରିବାରେ ବହୁତ ପ୍ରଭାବଶାଳୀ ୧୨ଟି କିସମିସ! ଏହି ସମୟରେ କରନ୍ତୁ ସେବନ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ନୂଆଦିଲ୍ଲୀ: Benefits of Raisin for Men's Sexual Health: ଆଜି ଆମେ ଆପଣଙ୍କୁ କିସମିସର ଉପକାରିତା (Benefits of Raisin) ବିଷୟରେ କହିବୁ । ଆଜ୍ଞା ହଁ, କିସମିସ୍ ଖାଇବାକୁ ଯେତେ ମିଠା ହୋଇଥାଏ, ଏହାର ଗୁଣ ତା' ଠାରୁ ଅଧିକ ମିଳିଥାଏ । କିସମିସ ଥକ୍କାପଣରୁ ଠାରୁ ଆରମ୍ଭ କରି ଅନେକ ରୋଗରେ ଆରାମ ଦେବା ପର୍ଯ୍ୟନ୍ତ ଏହା ଉପଯୋଗୀ ହୋଇଥାଏ । ଯଦି ଆପଣ ଶାରୀରିକ ଦୁର୍ବଳତା (physical weakness) ର ଶିକାର ଅଛନ୍ତି, ତେବେ କିସମିସ ଖାଆନ୍ତୁ । ଏହା ଶରୀରକୁ ଶକ୍ତି ଯୋଗାଇଥାଏ ଓ ହାଡ଼କୁ ମଧ୍ୟ ମଜବୁତ କରିଥାଏ । କିସମିସ ପୁରୁଷଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।

କିସମିସରେ ମିଳୁଥିବା ପୋଷକ ତତ୍ତ୍ୱ (Nutrients found in Raisins)

କିସମିସ (Raisins) ରେ ପ୍ରୋଟିନ୍, ଫାଇବର, ଆଇରନ୍, ପୋଟାସିୟମ୍, କପର, ଭିଟାମିନ୍-ବି 6 ଏବଂ ମାଙ୍ଗାନିଜ୍ ସହିତ ଅନେକ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ । କିସମିସରେ ମିଳୁଥିବା ଏହି ସମସ୍ତ ଜରୁରୀ ପୋଷକ ତତ୍ତ୍ୱ ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ ।

କ’ଣ କୁହନ୍ତି ଆୟୁର୍ବେଦ ବିଶେଷଜ୍ଞ ?

ଜଣାଶୁଣା ଆୟୁର୍ବେଦ ଡାକ୍ତର ଅବରାର ମୁଲତାନୀଙ୍କ ଅନୁଯାୟୀ କିସମିସରେ ଲୌହ, ପୋଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ ଏବଂ ଫାଇବର ମିଳିଥାଏ । ଆପଣ ପ୍ରତିଦିନ ୧୦ରୁ ୧୨ କିସମିସ୍ ସେବନ କରିପାରିବେ । ଏଥିରେ ମିଳୁଥିବା ସମସ୍ତ ଉପାଦାନ ଏକ ସୁସ୍ଥ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । କିସମିସ ପୁରୁଷମାନଙ୍କର ଯୌନ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ ।

କିସମିସର ଆଶ୍ଚର୍ଯ୍ୟଜନକ ଲାଭ (amazing benefits of raisins)

୧. କିସମିସରେ ଫସଫରସ୍, କ୍ୟାଲସିୟମ୍ ଏବଂ ପୋଟାସିୟମ୍ ମିଳିଥାଏ, ଯାହା ପିଲାମାନଙ୍କର ଶାରୀରିକ ଓ ମାନସିକ ବିକାଶରେ ସାହାଯ୍ୟ କରିଥାଏ ।

୨. ଭିଜା କିସମିସ୍ ଓଜନ ହ୍ରାସ କରିବାରେ ପ୍ରଭାବଶାଳୀ । ଏଥିରେ ଲୌହ, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍ ଏବଂ ଫାଇବର ଭଳି ଗୁଣ ରହିଛି । ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।

୩. କ୍ୟାଲସିୟମ ଯୋଗୁଁ ଆମର ଉଭୟ ହାଡ଼ ଓ ଦାନ୍ତ ସୁସ୍ଥ ଓ ମଜଭୁତ ରହିଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅଧା କପ୍ କିସମିସ୍ ଭିତରେ ୪୫ ମିଲିଗ୍ରାମ୍ କ୍ୟାଲସିୟମ୍ ରହିଥାଏ । ଏହା ଆପଣଙ୍କର ଦୈନିକ କ୍ୟାଲସିୟମ୍ ଗ୍ରହଣର ୪ ପ୍ରତିଶତ ସହିତ ସମାନ ହୋଇଥାଏ ।

୪. ଯେଉଁମାନଙ୍କର ଲୋ ସ୍ପର୍ମ କାଉଣ୍ଟର ସମସ୍ୟା ରହିଛି । ସେମାନେ କିସମିସ୍ ଓ ମହୁ ଖାଇବା ଉଚିତ୍ । ଏହା ଶୁକ୍ରାଣୁ ସଂଖ୍ୟା ବୃଦ୍ଧି କରିବାରେ ସାହାଯ୍ୟ କରେ ।

୫. କିସମିସରେ ଫାଇଟୋନ୍ୟୁଟ୍ରିଏଣ୍ଟସ୍ ମିଳିଥାଏ । ଏହା ଆପଣଙ୍କ ଦାନ୍ତ ଓ ମାଢ଼ି ପାଇଁ ଲାଭଦାୟକ ଅଟେ । ଏହାର ନିୟମିତ ସେବନରୁ ଆପଣଙ୍କୁ କ୍ୟାବିଟିର ସମସ୍ୟା ମଧ୍ୟ ହୋଇ ନଥାଏ ।

କିସମିସ ଖାଇବାର ପାଇଁ ସଠିକ୍ ଉପାୟ 

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ କିସମିସକୁ ଭିଜାଇ ଖାଇବା ଉଚିତ କାରଣ ଏହା ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଓ ପୋଷକ ତତ୍ତ୍ୱକୁ ବଢାଇଥାଏ । କିସମିସକୁ ରାତିସାରା ପାଣିରେ ଭିଜାଇ ସକାଳେ ଖାଲି ପେଟ ଖାଆନ୍ତୁ । ଏହା ଦ୍ୱାରା ଆପଣ ରୋଗରୁ ମଧ୍ୟ ରକ୍ଷା ପାଇବେ ଓ ଏହା ଆପଣଙ୍କୁ ଦିନସାରା ଶକ୍ତି ଯୋଗାଇବ ।

ଅଧିକ ପଢ଼ନ୍ତୁ:-ଭାରତ ବ୍ୟତୀତ ଏହି ୫ଟି ଦେଶ ମଧ୍ୟ ଅଗଷ୍ଟ ୧୫ରେ ପାଳନ କରନ୍ତି ସ୍ୱାଧୀନତା ଦିବସ

ଅଧିକ ପଢ଼ନ୍ତୁ:-କାହିଁକି ଅଗଷ୍ଟ ୧୪ରେ ସ୍ୱାଧୀନତା ଦିବସ ପାଳନ କରେ ପାକିସ୍ତାନ? ଜାଣନ୍ତୁ ଏହା ପଛର କାରଣ...

ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଅଧିକ ପଢ଼ନ୍ତୁ:-୧୫ ତାରିଖରେ ସ୍ୱାଧୀନତା ଦିବସ କାହିଁକି? ଜାଣନ୍ତୁ ଏହି ଦିନର କିଛି ରୋଚକ ତଥ୍ୟ

ଅଧିକ ପଢ଼ନ୍ତୁ:-ଦେଶରେ କୋରୋନା ସଙ୍କଟ ଜାରି: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ମୃତ୍ୟୁ ବରଣ କଲେ ୪୯୩ ସଂକ୍ରମିତ

ପୁରୁଷଙ୍କ ପାଇଁ ଲାଭକାରୀ କିସମିସ୍ (raisins for married men)

ଡକ୍ଟର ଅବରାର ମୁଲତାନୀଙ୍କ ଅନୁଯାୟୀ, କ୍ଷୀର ସହିତ କିସମିସ୍ ସେବନ ବିବାହିତ ପୁରୁଷଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ । ସେ କହିଛନ୍ତି ଯେ ଏକ ଅନୁସନ୍ଧାନ ଅନୁଯାୟୀ କିସମିସରେ ମେଲ୍ ଫର୍ଟିଲିଟିର ଉନ୍ନତି କରିବାର ଗୁଣ ରହିଛି । କିସମିସରେ ଶୁକ୍ରାଣୁ ଗତିଶୀଳତା ବୃଦ୍ଧି କରିବାର କ୍ରିୟା ମଧ୍ୟ ସକ୍ରିୟ ଭାବରେ ମିଳିଥାଏ । ତେଣୁ କିସମିସକୁ କ୍ଷୀର ସହିତ ସେବନ କରିବା ପାଇଁ ପରାମର୍ଶ ଦିଆଯାଇଥାଏ ।

ଡିସକ୍ଲେମର: ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଏଠାରେ ପ୍ରଦାନ କରାଯାଇଥିବା ସୂଚନା କୌଣସି ଡାକ୍ତରୀ ପରାମର୍ଶର ବିକଳ୍ପ ନୁହେଁ । ଏହା କେବଳ ଶିକ୍ଷା ଉଦ୍ଦେଶ୍ୟରେ ଦିଆଯାଉଛି ।