ଚିଲିକା ରିସୋର୍ଟ ଠାରେ ଆରମ୍ଭ ହେଲା ବେଙ୍ଗଲି ସି ଫୁଡ ଫେଷ୍ଟିଭାଲ୍
Advertisement

ଚିଲିକା ରିସୋର୍ଟ ଠାରେ ଆରମ୍ଭ ହେଲା ବେଙ୍ଗଲି ସି ଫୁଡ ଫେଷ୍ଟିଭାଲ୍

ପ୍ରାୟ ୭ ଦିନ ଧରି ଚାଲିବାକୁ ଥିବା ଏହି ପ୍ରଦର୍ଶନୀକୁ ବିଦେଶୀ ତଥା ବଙ୍ଗୀୟ ପର୍ଯ୍ୟଟକ ଉପଭୋଗ କରିବାକୁ ଆସୁଛନ୍ତି।

ଚିଲିକା ରିସୋର୍ଟ ଠାରେ ଆରମ୍ଭ ହେଲା ବେଙ୍ଗଲି ସି ଫୁଡ ଫେଷ୍ଟିଭାଲ୍

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆଲୋପୁର ନିକଟସ୍ଥ ଚିଲିକା ହ୍ରଦ କୂଳରେ ଅବସ୍ଥିତ ଏସିଆ ମହାଦେଶର ସର୍ବବୃହତ ଚିଲିକା ରିସୋର୍ଟରେ ଆରମ୍ଭ ହୋଇଛି ବେଙ୍ଗଲି ସି ଫୁଡ ଫେଷ୍ଟିଭାଲ। ଚିଲିକା କୂଳରେ ଅବସ୍ଥିତ ଏହି ରିସୋର୍ଟ ଠାରେ ତୃତୀୟ ଥର ଲାଗି ଏଭଳି ମେଳାର ଆୟୋଜନ କରାଯାଇଥିବା ବେଳେ ଚିଲିକା ତଥା ସାମୁଦ୍ରିକ ମାଛକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରଚାର ପ୍ରସାର କରିବା ଲକ୍ଷରେ ଏଭଳି ପଦକ୍ଷେପ ହାତକୁ ନିଆଯାଇଛି।

ପ୍ରାୟ ୭ ଦିନ ଧରି ଚାଲିବାକୁ ଥିବା ଏହି ଖାଦ୍ୟ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଦେଶୀ,ବିଦେଶୀ, ତଥା ବଙ୍ଗୀୟ ପର୍ଯ୍ୟଟକ ଲାଇଭ ପ୍ରସ୍ତୁତି ଖାଦ୍ୟର ବେଶ ମଜା ଉଠାଇବା ସହ ସାମୁଦ୍ରିକ ମାଛ , କଙ୍କଡା, ଚିଙ୍ଗୁଡି ଉପରେ ଅବଗତ ହେବେ ବୋଲି ରିସୋର୍ଟ କର୍ତ୍ତୃପକ୍ଷ ଆଶା ବାନ୍ଧିଛନ୍ତି।  

ଏସିଆର ସର୍ବବୃହତ୍ତ ରିସୋର୍ଟ ଭାବେ ପରିଚିତ ସ୍ବସ୍ତିକ ଚିଲିକା ରିସୋର୍ଟ (Swastika Chilika Resort)। ବରକୂଳ ପାନ୍ଥନିବାସ (Barakul Panthanivas) ଠାରୁ ୮ କିଲୋମିଟର ଦୂର ତଥା ଜାତୀୟ ରାଜପଥ ଠାରୁ ୪ କିମି ଗଲେ ଓଡିଆ ଆଲପୁର ଠାରେ ଦେଖିବାକୁ ମିଳେ ଚିଲିକା କୂଳ। ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଚିଲିକା ହ୍ରଦର (Chilika  Lake) ଜଳ ରାଶିକୁ ଉପଭୋଗ କରିବା ଲାଗି ବିଦେଶୀ ପର୍ଯ୍ୟଟକଙ୍କ ଆକର୍ଷଣ ବଢିବାରେ ଲାଗିଛି। ଏଠାକୁ ବୁଲିବାକୁ ଆସୁଥିବା ବଙ୍ଗୀୟ (Bengali Tourist) ତଥା ବିଦେଶୀ ପର୍ଯ୍ୟଟକଙ୍କୁ (Foreigh Tourist) ସି ଫୁଡ (Sea Food) ଉପରେ ଅବଗତ କରାଇବା ଲାଗି ଚିଲିକା ରିସୋର୍ଟ (Chilika Resort) ଠାରେ ଆରମ୍ଭ ହୋଇଛି ବେଙ୍ଗଲି ସି ଫୁଡ ଫେଷ୍ଟିଭାଲ୍ (Bengali Sea Food Festival)।

Also Read: ବିଚ୍ ସେକ୍ ପ୍ରକଳ୍ପକୁ ନେଇ ତେଜିଲା ବିରୋଧ; ଯୋଜନା ବାତିଲ ପାଇଁ ଦାବି

ପ୍ରାମାଣିକ ବଙ୍ଗାଳୀ ଖାଦ୍ୟ (Authentic Bengali food) ପ୍ରସ୍ତୁତ କରିବା ଲାଗି ଭଳିକି ଭଳି ସାମୁଦ୍ରିକ ମାଛ (Sea Fish), ଚିଙ୍ଗୁଡି (Prown), କଙ୍କଡାର (Sea Crab) ପ୍ରଦର୍ଶନୀ କରାଯିବା ସହ ବିଭିନ୍ନ ରାଜ୍ୟରେ ମିଳୁଥିବା ଭଳିକି ଭଳି ସାମୁଦ୍ରିକ ମାଛ ତଥା ଜୀବଙ୍କୁ ଏହି ପ୍ରଦର୍ଶନୀରେ ସ୍ଥାନ ଦିଆଯାଇଛି। ଦେଶରେ ପ୍ରଥମ ଥର ଲାଗି ଏଭଳି ଏକ ଖାଦ୍ଯ ମେଳା ଆୟୋଜନ କରାଯାଇଥିବା ବେଳେ ଭିନ୍ନ ଭିନ୍ନ ପ୍ରକାରର ମାଛ, ଚିଙ୍ଗୁଡି, କଙ୍କଡାକୁ ପସନ୍ଦ ପ୍ରକାରେ ଲାଇଭ ପ୍ରସ୍ତୁତ ଖାଦ୍ୟର ମଜା ଉଠାଇବେ ପର୍ଯ୍ୟଟକ। 

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଚିଲିକା କୂଳ ଠାରୁ ୪ କିମି ଦୂରରେ ଜଳଖିଆ (Breakfast) ମଧ୍ୟାନ୍ନ ଭୋଜନ (Launch) କରିବା ପାଇଁ ସ୍ବତନ୍ତ୍ର ଆଇଲାଣ୍ଡ (Special Island) ମଧ୍ୟ ପ୍ରସ୍ତୁତ କରାଯାଇଛି। ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ସୁହାଇଲା ଭଳି ଦର ରଖାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏଭଳି ପ୍ରଦର୍ଶନୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲେ ପର୍ଯ୍ୟଟନସ୍ଥଳୀର ଆହୁରି ବିକାଶ ହେବ ବୋଲି କୁହାଯାଉଛି। ଏହା ସହ ସାମୁଦ୍ରିକ ଜୀବଙ୍କ (Sea Creatures) ସୁରକ୍ଷା ଦିଗରେ ଏଭଳି ବାର୍ତ୍ତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି। ସେପଟେ ପାର୍ବଣ (Parvan) ସମୟରେ ଏଭଳି ଏକ ନିଆରା ଖାଦ୍ୟ ମେଳାକୁ ଉପଭୋଗ କରିବା ଲାଗି ଯେମିତି ହାତ ଛଡା କରିବାକୁ ଚାହୁଁନାହାଁନ୍ତି ପର୍ଯ୍ଯଟକ।

Also Read: ବେଳାଭୂମୀରେ Beach Shacks ନିର୍ମାଣକୁ ନେଇ ମିଶ୍ରିତ ପ୍ରତିକ୍ରିୟା

ପ୍ରାୟ ୭ ଦିନ ଧରି ଚାଲିବାକୁ ଥିବା ଏହି ସି ଫୁଡ ପ୍ରଦର୍ଶନୀକୁ (Sea Food Exhibition) ବିଦେଶୀ ତଥା ବଙ୍ଗୀୟ ପର୍ଯ୍ୟଟକ ବେଶ ଉପଭୋଗ କରିବାକୁ ଆସୁଥିବା ବେଲେ ଏଭଳି ପ୍ରଦର୍ଶନୀ ହେବା ଦ୍ୱାରା ସାମୁଦ୍ରିକ ମାଛର ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରଚାର ପ୍ରସାର ହେବ ବୋଲି କର୍ତ୍ତୃପକ୍ଷ ଆଶା ବାନ୍ଧିଛନ୍ତି।