ଚାଷୀ ଆନ୍ଦୋଳନରେ ଫାଟ; ବିଦେଶୀ ପାଣ୍ଠିକୁ ନେଇ ମୁହାଁମୁହିଁ କୃଷକ ନେତା
Advertisement

ଚାଷୀ ଆନ୍ଦୋଳନରେ ଫାଟ; ବିଦେଶୀ ପାଣ୍ଠିକୁ ନେଇ ମୁହାଁମୁହିଁ କୃଷକ ନେତା

ଏପରି ପ୍ରତିକ୍ରିୟା ଶୁଣିବା ପରେ ଭାରତୀୟ କିଷାନ ୟୁନିୟନ(ଲୋକଶକ୍ତି) ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି ସେହି କୃଷକ ନେତା ମୋ ଠାରୁ ୩ ହଜାର ଟଙ୍କା ନେଇଥିଲେ।

ଚାଷୀ ଆନ୍ଦୋଳନରେ ଫାଟ; ବିଦେଶୀ ପାଣ୍ଠିକୁ ନେଇ ମୁହାଁମୁହିଁ କୃଷକ ନେତା

ନୂଆଦିଲ୍ଲୀ: କେନ୍ଦ୍ରୀୟ କୃଷି ଆଇନ ୨୦୨୦ ବିରୁଦ୍ଧରେ ପ୍ରାୟ ୩ ମାସ ଧରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇ ଆସୁଛନ୍ତି ବିଭିନ୍ନ କୃଷକ ସଙ୍ଗଠନ। ଏହି ଆନ୍ଦୋଳନକୁ ଆଗକୁ ଜାରି ରଖିବା ପାଇଁ ବିଦେଶରୁ ମିଳୁଥିବା ପାଣ୍ଠିକୁ ନେଇ ଅନେକ ସମୟରେ ଚର୍ଚ୍ଚା ହେଉଛି। ବିଦେଶୀ ପାଣ୍ଠିକୁ ନେଇ ଆନ୍ଦୋଳନରତ କୃଷକ ସଙ୍ଗଠନ ମଧ୍ୟରେ ଏବେ ଫାଟ ସୃଷ୍ଟି ହୋଇଛି। ଏହି ଆନ୍ଦୋଳନରୁ ଅନେକ ସଙ୍ଗଠନ ଦୂରେଇ ଯାଇଛନ୍ତି। ହେଲେ ଏହାକୁ ଜାରି ରଖିଥିବା କେତେକ ସଙ୍ଗଠନ ଏବେ ପରସ୍ପର ବିରୁଦ୍ଧରେ ବୟାନବାଜି କରିବାକୁ ମଧ୍ୟ ପଛେଇନାହାଁନ୍ତି।   

ଚାଷୀ ଆନ୍ଦୋଳନରେ ସାମିଲ ଥିବା ଭାରତୀୟ କିଷାନ ୟୁନିୟନ-ଲୋକଶକ୍ତି  ରାଷ୍ଟ୍ରୀୟ ଅଧ୍ୟକ୍ଷ ମାଷ୍ଟର ଶ୍ୟୋରାଜ ସିଂହ କହିଛନ୍ତି ତାଙ୍କୁ ମିଳୁଥିବା ବିଦେଶୀ ପାଣ୍ଠି ଏବେ ଆସିବା ବନ୍ଦ ହୋଇଯାଇଛି। ଆମକୁ ଆଉ ସେପରି ସମର୍ଥନ ମିଳୁନାହିଁ। ଟ୍ରାକ୍ଚର ରାଲି ଲାଗି ମୋତେ ୩ ଲକ୍ଷ ଟଙ୍କା ଦେବାକୁ ପଡିଥିଲା।     

Also Read: କୃଷକ ଆନ୍ଦୋଳନ ବେଳେ ଆଇଏସଆଇ ଚଳାଇଛି ଖଲିସ୍ତାନ ଗଠନ ଅଭିଯାନ! ମିଳିଲା ଏପରି ପ୍ରମାଣ

 

ଏକ ଜାତୀୟ ଗଣମାଧ୍ୟମରେ ଆୟୋଜିତ ହୋଇଥିବା ବିତର୍କ କାର୍ଯ୍ୟକ୍ରମରେ ଯୋଗ ଦେଇ ମାଷ୍ଟର ଶ୍ୟୋରାଜ ସିଂହ କହିଛନ୍ତି ରାଜପୁତ ଜାତିରେ ଉଭୟ ପ୍ରବାଳ ପ୍ରତାପୀ ପୃଥିରାଜ ଆଉ ବିଶ୍ୱାସଘାତକ ଜୟଚନ୍ଦ ଜନ୍ମ ହୋଇଥିଲେ। ଏ ବାବଦରେ ମୁଁ ମୋ ପାଖ ଗାଁ ଲୋକଙ୍କୁ କହିଥିଲି। ହେଲେ ସେପଟୁ ଜବାବ ଆସିଥିଲା ଶ୍ୟୋରାଜ ସିଂହ ଜୟଚନ୍ଦ ଭଳି କାମ କରୁଛନ୍ତି। ମୁଁ କୃଷକଙ୍କ ସହ ଛଳନା କରୁଛି ବୋଲି କୁହାଯାଇଛି।   

Also Read: Farmer Protest Update: ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବ ଆନ୍ଦୋଳନ

ଅନ୍ୟପଟେ ଏହି କୃଷକ ଆନ୍ଦୋଳନରେ ସାମିଲ ଥିବା ଅନ୍ୟତମ କୃଷକ ନେତା ରାକେଶ ଟିକୈତଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠିଛି।  ଏନେଇ ମତ ରଖି ଜଣେ ଚାଷୀ ନେତା କହିଛନ୍ତି ତାଙ୍କ ପାଖରେ ବହୁତ କମ ଚାଷ ଜମି ଥିଲା। ଏବେ ସେ କୋଟି କୋଟ ଟଙ୍କାର ମାଲିକ। ଉଭୟ ମାଷ୍ଟର ଶ୍ୟୋରାଜ ସିଂହ ଏବଂ ରାକେଶ ଟିକୈତଙ୍କ ଉପରେ ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି। 

Also Read: Red Fort Violence: ଦେଶକୁ ବଦନାମ କରିବାକୁ ହୋଇଥିଲା ଷଡଯନ୍ତ୍ର

ଏପରି ପ୍ରତିକ୍ରିୟା ଶୁଣିବା ପରେ ଭାରତୀୟ କିଷାନ ୟୁନିୟନ(ଲୋକଶକ୍ତି) ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି ସେହି କୃଷକ ନେତା ମୋ ଠାରୁ ୩ ହଜାର ଟଙ୍କା ନେଇଥିଲେ। ପଇସା କାରବାରକୁ ନେଇ ତାଙ୍କ ସହ ମୋର ଝଗଡା ହୋଇଛି।  ରାମ ମନ୍ଦିର ଶପଥ ନେଇ କୁହନ୍ତି ଯେ ସେ ଟଙ୍କା ଉଧାର ନେଇନାହାଁନ୍ତି। ହେଲେ ତାଙ୍କ ଅପେକ୍ଷା ଆମ ପଛରେ ଅଧିକ ସମର୍ଥନ ରହିଛି।  

Also Read: India Against Propaganda: ଖଲିସ୍ତାନୀ ଗୋଷ୍ଠୀକୁ ସହଯୋଗ କରୁଛି ପାକିସ୍ତାନ

ଅନ୍ୟପଟେ ଚାଷୀ ନେତା ରାକେଶ ଟିକୈତ ବୟାନକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଛି। ତାଙ୍କ କହିବା ଅନୁସାରେ କୃଷକ  ନିଜେ ଚାଷ କରିଥିବା ଫସଲକୁ ବର୍ବାଦ କରିଥିଲେ। ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ଜଣେ କୃଷକ କହିଛନ୍ତି  ବାପା କହୁଥିଲେ ଅନେକ ଫସଲ ଚାଷ କରି ସଂସାରକୁ ଖାଦ୍ୟ ଯୋଗାଅ। ହେଲେ ସେ କହୁଛନ୍ତି ଫସଲ ନଷ୍ଟ କର। ଯଦି ଦେଶରେ ଖାଦ୍ୟ ସଂକଟ ପଡେ ତାହେଲେ ସେଥିପାଇଁ ଦାୟୀ ରାକେଶ ଟିକୈତ ରହିବେ।