ଚଳିତ ବର୍ଷ Series Missile Test କରିବ ଋଷିଆ, ଭୟଭୀତ ଆମେରିକା ନେତୃତ୍ୱାଧିନ NATO ଦେଶ
Advertisement
Article Detail0/zeeodisha/odisha827480

ଚଳିତ ବର୍ଷ Series Missile Test କରିବ ଋଷିଆ, ଭୟଭୀତ ଆମେରିକା ନେତୃତ୍ୱାଧିନ NATO ଦେଶ

ଚଳିତ ବର୍ଷ ଋଷିଆ ପକ୍ଷରୁ ହେବାକୁ ଥିବା ସିରିଜ କ୍ଷେପଣାସ୍ତ୍ର ପରୀକ୍ଷାକୁ ନେଇ ଭୟଭୀତ ହୋଇପଡିଛନ୍ତି ଆମେରିକା ନେତୃତ୍ୱାଧିନ ନାଟୋ ଦେଶ। ଏପରିକି ଋଷିଆ ବିରୁଦ୍ଧର ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଛି ଯୁକ୍ତରାଷ୍ଟ୍ର ଆମେରିକା।

ଚଳିତ ବର୍ଷ Series Missile Test କରିବ ଋଷିଆ, ଭୟଭୀତ ଆମେରିକା ନେତୃତ୍ୱାଧିନ NATO ଦେଶ

ନୂଆଦିଲ୍ଲୀ: ବିଂଶ ଶତାବ୍ଦୀରେ ସୋଭିଏତର ସଂଘର ବିଭାଜନ ପରେ ନିଜର ପୂର୍ବ ସାମର୍ଥ୍ୟ ଫେରିବାକୁ ବିଭିନ୍ନ ସ୍ତରରେ ପ୍ରୟାସ ଜାରି ରଖିଛି ବିଶ୍ୱର ସର୍ବବୃହତ ଦେଶ ଋଷିଆ। ଏହିକ୍ରମରେ ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଲକ୍ଷ୍ୟରେ ସାମରିକ ଶକ୍ତି ବଢାଇବାକୁ ହୋଇଛି ଯୋଜନା। ଚଳିତ ବର୍ଷ ୨ ଶହରୁ ଅଧିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିବା ନେଇ ଋଷିଆ ପକ୍ଷରୁ ଜଣାଇ ଦିଆଯାଇଛି।  

ଏ ବର୍ଷ ନିଜ ନିର୍ମିତ ମହାବିନାଶକ କ୍ଷେପଣାସ୍ତ୍ର ସତାନ-୨ (Satan2 Missile) ପରୀକ୍ଷଣ କରିବ। ଯାହାରା ଲକ୍ଷ୍ୟଭେଦ କ୍ଷମତା ହେଉଛି ୧୦ ହଜାର କିଲୋମିଟର। ଏହି କ୍ଷେପଣାସ୍ତ୍ର ପରମାଣୁ ଅସ୍ତ୍ରଶସ୍ତ୍ର ବହନ କରିବାକୁ ସକ୍ଷମ। ଗୋଟିଏ ଥରର ପ୍ରୟୋଗରେ ଏପରି ଧରଣର ମିସାଇଲ ସମଗ୍ର ସହରକୁ ଧ୍ୱଂସ କରିବାକୁ ସକ୍ଷମ।       

ରଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ନେତୃତ୍ୱରେ ଚଳିତ ବର୍ଷ ୨ ଶହରୁ ଅଧିକ କ୍ଷେପଣାସ୍ତ୍ର ଅର୍ଥାତ ପରୀକ୍ଷଣ କରାଯିବ। ଋଷିଆ ସମାଚାର ଏଜେନ୍ସି ତାସ (Russian News Agency Tass) ମୁତାବକ ଚଳିତ ବର୍ଷ ଋଷିଆନ ଷ୍ଟ୍ରାଟେଜିକ ମିସାଇଲ ଫୋର୍ସ (Russian Strategic Missile Force) ବିଭିନ୍ନସ୍ତରରେ ୨୦୦ ଶହରୁ ଉର୍ଦ୍ଧ୍ୱ ଥର ଯୁଦ୍ଧାଭ୍ୟାସ କରିବ।

Also Read: Russia Threatens Western World: ପରମାଣୁ ଆକ୍ରମଣକୁ ନେଇ ମୁହାଁମୁହିଁ ଋଷ-ଆମେରିକା

ମିସାଇଲ ରେଜିମେଣ୍ଟ (Missile Resiment) ଏବଂ ମିସାଇଲ ଡିଭିଜନ (Missile Division) ମଧ୍ୟ ଏହି ସମରାଭ୍ୟାସରେ ସାମିଲ ହେବ। ଋଷିଆ ପକ୍ଷରୁ ହେଉଥିବା ଏହି ସୈନ୍ୟାଭାସର ମୂଳ ଲକ୍ଷ୍ୟ ହେଉଛି ଶତ୍ରୁ ଆକ୍ରମଣାତ୍ମକ ଶୈଳୀରେ ଜବାବ ଦେବା।     

ବର୍ତ୍ତମାନ ଋଷିଆ ଆରଏସ-୨୮ ଅର୍ଥାତ ସତାନ-୨ କ୍ଷେପଣାସ୍ତ୍ର (RS-28 Sarmat Satan2 Missile) ପରୀକ୍ଷଣ କରୁଛି। ଏହି ମିସାଇଲ ଏକ ଆନ୍ତ ମହାଦେଶୀୟ କ୍ଷେପଣାସ୍ତ୍ର-ଆଇସିବିଏମ (Inter Continental Ballistic Missile-ICBM)। କୌଣସି ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ (Air Defense System) ନଷ୍ଟ କରିପାରେ ସତାନ-୨ ମିସାଇଲ। 

Also Read: ବଳଶାଳୀ ହେବ ଆଇଏଏଫ: ଖୁବଶୀଘ୍ର ଋଷିଆରୁ ମିଳିବ ସୁଖୋଇ-30mki ଏବଂ ମିଗ-29 ଯୁଦ୍ଧବିମାନ

ଏକ ଆମେରିକୀୟ ରିପୋର୍ଟ ଅନୁସାରେ ସତାନ-୨ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ହେଉଛି ୧୦-୧୮ ହଜାର କିଲୋମିଟର। ଋଷିଆ ନିର୍ମିତ ଏହି କ୍ଷେପଣାସ୍ତ୍ର କ୍ଷେପଣାସ୍ତ୍ରକୁ ନେଇ ଯୁକ୍ତରାଷ୍ଟ୍ର ଆମେରିକା-ୟୁଏସଏ (United States of America-USA) ନେତୃତ୍ୱାଧିନ ନାଟୋ ଦେଶ ଭୟଭୀତ ହୋଇପଡିଛନ୍ତି। କାରଣ ବିଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ କାରଣକୁ ନେଇ ରୁଷ ସହିତ ଏହି ଦେଶର ସମ୍ପର୍କ ଖରାପ ହୋଇଯାଇଛି। 

Also Read: ଲଦାଖ ବିବାଦ: ଋଷ ପାଖରୁ ଯଥାଶୀଘ୍ର s-400 ମିସାଇଲ ଡିଫେନ୍ସ ସିଷ୍ଟମ ପାଇବାକୁ ଆଗ୍ରହୀ ଭାରତ

 

ଗତ ବର୍ଷ ଋଷିଆ ଏବଂ ଏହାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଆମେରିକା ଆଣ୍ଟି ସାଟେଲାଇଟ ମିସାଇଲ (Anti Satelite Missile) ପରୀକ୍ଷଣକୁ ନେଇ ମୁହାଁମୁହିଁ ହୋଇଥିଲେ। ଏନେଇ ଆମେରିକା ପକ୍ଷରୁ କୁହାଯାଇଛି ଋଷିଆର ଏପରି କ୍ଷେପଣାସ୍ତ୍ର ପରୀକ୍ଷା କରିଛି ଯାହା ମହାକାଶ ଗବେଷଣା କ୍ଷେତ୍ରରେ ହୋଇଥିବା ଚୁକ୍ତିନାମାର ଖୋଲା ଉଲ୍ଲଂଘନ। ଆମେରିକା ଚେତାବନୀ ଦେବା ଉଦ୍ଦେଶ୍ୟରେ କହିଛି ଯଦି ଋଷିଆ ଏଭଳି ପରୀକ୍ଷା ଜାରି ରଖେ ତାହେଲେ ତୁର୍କୀ ପରି ଏହା ଉପରେ କଠୋର ଆର୍ଥିକ ପ୍ରତିବନ୍ଧକ ଲଗାଯିବ। 

Also Read: ଗାଦି ଛାଡିବା ପୂର୍ବରୁ ଘାଣ୍ଟିଦେଲେ ଟ୍ରମ୍ପ, ଦ୍ୱନ୍ଦ୍ୱରେ ବାଇଡେନ

ପୂର୍ବରୁ ଋଷୀୟ ନିର୍ମିତ ଏସ-୪୦୦ କ୍ଷେପାଣାସ୍ତ୍ର ପ୍ରତିରୋଧ ପ୍ରଣାଳୀ (S-400 Missile Defense System) କ୍ରୟ କରିବା ଘଟଣାକୁ ନେଇ ଆମେରିକା ତୁର୍କୀ ଉପରେ ଅନେକ ଆର୍ଥିକ ପ୍ରତିବନ୍ଧକ ଲଗାଇଛି। ଏହି ଘଟଣା ପର ଠାରୁ ଋଷିଆ-ଆମେରିକା ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି।