Corona Returns to Maharastra: ଏତିକି ଲୋକ ହେଲେ ସଂକ୍ରମିତ
Advertisement

Corona Returns to Maharastra: ଏତିକି ଲୋକ ହେଲେ ସଂକ୍ରମିତ

ଗତବର୍ଷ ମହାରାଷ୍ଟ୍ର ରାଜଭବନକୁ ପ୍ରବେଶ କରିଥିଲା କୋରୋନା।

Corona Returns to Maharastra: ଏତିକି ଲୋକ ହେଲେ ସଂକ୍ରମିତ

ମୁମ୍ବାଇ: ପୁଣି ଥରେ ମହାରାଷ୍ଟ୍ରରେ କାୟା ମେଲାଇବା ଆରମ୍ଭ କରିଛି କୋରୋନା ଭାଇରସ। ଯଦିଓ ଏହି ବିଶ୍ୱ ମହାମାରୀର ମୁକାବିଲା ପାଇଁ ଭାରତ ସମେତ ସମଗ୍ର ବିଶ୍ୱର ବିଭିନ୍ନ ଦେଶରେ ଟିକାକରଣ ପ୍ରକ୍ରିୟା ଜାରି ରହିଛି। ହେଲେ ତଥାପି କୋଭିଡ୧୯ ପ୍ରକୋପକୁ ନିୟନ୍ତ୍ରଣ କରିବା ସଫଳ ହୋଇନାହିଁ।  

ସଦ୍ୟ ମିଳିଥିବା ଖବର ଅନୁସାରେ ମହାରାଷ୍ଟ୍ରରେ କ୍ଷମତାସୀନ ମହାବିକାଶ ଅଘାଡି ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ଛଗନ ଭୁଜବଳଙ୍କ (Chagan Bhujbal) ସମେତ ତାଙ୍କର ୪ କର୍ମଚାରୀ କୋରୋନା ଆକ୍ରାନ୍ତ (Corona Positive) ହୋଇଛନ୍ତି। ପୂର୍ବରୁ ଜୟନ୍ତ ପାଟିଲ, ରାଜେଶ ଟୋପେ, ରାଜେନ୍ଦ୍ର ସିଙ୍ଗଡେ ପ୍ରମୁଖ କୋଭିଡ ସଂକ୍ରମିତ ହୋଇସାରିଛନ୍ତି। 

Also Read: କୋରୋନା କାଳରେ ଗାଡି କିଣାକୁ ନେଇ ବିରୋଧିଙ୍କ ଟାର୍ଗେଟରେ ମହାରାଷ୍ଟ୍ର ସରକାର

 

ଗତବର୍ଷ ମହାରାଷ୍ଟ୍ର ରାଜଭବନକୁ ପ୍ରବେଶ କରିଥିଲା କୋରୋନା। ସେଠାରେ କାର୍ଯ୍ୟ କରୁଥିବା କିଛି କର୍ମଚାରୀ କୋରୋନା ଆକ୍ରାନ୍ତ ହେବା ପରେ ନିଜକୁ  କ୍ୱାରେଣ୍ଟାଇନ କରି ରଖିଥିଲେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ।   

Also Read: corona update:ମହାରାଷ୍ଟ୍ର ରାଜଭବନରେ ୧୬ କର୍ମଚାରୀ କୋରୋନା ଆକ୍ରାନ୍ତ, କ୍ୱାରେଣ୍ଟାଇନରେ ରାଜ୍ୟପାଳ  

ଅନ୍ୟପଟେ ମହାରାଷ୍ଟ୍ର (Maharastra) ସରକାରରେ ମନ୍ତ୍ରୀ ଥିବା ବଚ୍ଚୁ କଡୁ ଦ୍ୱିତୀୟ ଥର କୋରୋନା ସଂକ୍ରମିତ ହୋଇ ସାରିଛନ୍ତି। ତାଙ୍କୁ ୬ ମାସ ପୂର୍ବେ କୋରୋନା ହୋଇଥିଲା। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କୋରୋନା ହୋଇସାରିଛନ୍ତି। ସେ ଆରୋଗ୍ୟ ଲାଭ କରିଥିବା କୁହାଯାଇଛି। ସେହିପରି ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ଏକନାଥ ଖଡସେ ମଧ୍ୟ କୋରୋନା ଆକ୍ରାନ୍ତ ହୋଇଥିଲେ।     

Also Read: କୋରୋନା ସତର୍କତା: ୧୭ ହଜାର କଏଦୀଙ୍କୁ ପାରୋଲରେ ଛାଡିବେ ମହାରାଷ୍ଟ୍ର ସରକାର

ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ କୋରୋନା ମାମଲା ବଢିବା ପରେ ପୋଲିସ ୪୨ଟି ସ୍ଥାନରେ ଚେକପଏଣ୍ଟ ଏବଂ ୧୦ ଜାଗାରେ ନାକାବନ୍ଦୀ କରିଛି। ବର୍ତ୍ତମାନ ସେଠାରେ ମାର୍ଚ୍ଚ ୧ ତାରିଖ ସକାଳ ପର୍ଯ୍ୟନ୍ତ ଲକ ଡାଉନ ଲାଗୁହୋଇଛି। ରାଜ୍ୟରେ ଏହି ଜିଲ୍ଲାରେ ବିଗତ ୧୦ ଦିନ ମଧ୍ୟରେ ୬ ହଜାର କୋରୋନା ମାମଲା ସାମ୍ନାକୁ ଆସିବା ସହ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।